ଯାଜପୁର ସଦର, ୦୩ା୦୭( ସନ୍ଧାନ ନିଉଜ): ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳୀର ବିଧାୟୀକା ସୁନନ୍ଦା ଦାସଙ୍କୁ ଓଡ଼ିଶାର ପ୍ରଥମ ବିଧାୟୀକା ଭାବରେ ୭୫ଜଣ ବିଧାୟକ, ବିଧାୟୀକାଙ୍କ ମଧ୍ୟରୁ ବରୀ ବିଧାୟୀକା ସୁନନ୍ଦା ଦାସ ଏମ ଆଇ ଟି ୱାଲ ପିସି ଇନଭରସିଟି ପକ୍ଷରୁ ମୁମ୍ବାଇଠାରେ ଆୟୋଜିତ ଜାତୀୟ ବିଧାୟକ ସମ୍ମିଳନୀରେ ଓଡ଼ିଶାର ଶ୍ରେଷ୍ଠ ବିଧାୟୀକା ଭାବେ ସୁନନ୍ଦା ଦାସଙ୍କୁ ମନୋନିତ କରାଯାଇଥିବାରୁ ବରୀ ନିର୍ବାଚନ ମଣ୍ଡଳୀରେ ଖୁସିର ଲହରୀ ଖେଳିଯାଇଚି । ବରୀ ବିଧାୟୀକା ସୁନନ୍ଦା ଦାସ ଲୋକ ମାନଙ୍କ ସେବା କରିବାରେ ସଫଳତା ପାଇଥିବାରୁ ୭୫ ଜଣ ବିଧାୟକ ମଧ୍ୟରେ ବରୀ ବିଧାୟୀକା ସୁନନ୍ଦା ଦାସ ଶ୍ରେଷ୍ଠ ବିଧାୟୀକା ଭାବରେ ପୁରସ୍କୃତ କରାଯାଇଚି । ବରୀ ନିର୍ବାଚନ ମଣ୍ଡଳୀର ସୁଜନପୁର ଠାରୁ ଏକ ବିରାଟ ଶୋଭାଯାତ୍ରରେ ଶ୍ରୀମତୀ ଦାସ ବାହାରୀ ବରୀ ମାଉଣ୍ଡ ସ୍ଥିତ ପୁରୁଣା ତହସିଲ କାର୍ଯ୍ୟାଳୟରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା । ଏହି ସମ୍ବର୍ଦ୍ଧନା ସଭାରେ ବରୀ ବ୍ଲକର ସଭାପତି କେଦାରନାଥ ସାମଲଙ୍କ ସଭାପତିତ୍ୱରେ ଏହି ସଭା ଅନୁଷ୍ଟିତ ହୋଇଥିଲା । ଏହି ସମ୍ବର୍ଦ୍ଧନା ସଭାରେ ଯାଜପୁର ବିଜୁଜନତା ଦଳର ସଭାପତି ସରୋଜ ମହାପାତ୍ର ମୁଖ୍ୟ ଅତିôତ ଭାବେ ଯୋଗଦେଇ ପ୍ରଦିପ ପ୍ରଜ୍ଜ୍ୱଳନ କରି ଏହାକୁ ଉଦ୍ଘାଟନ କରିଥିଲେ । ଏହି ଅବସରରେ ବିଭିନ୍ନ ସଂଗଠନ ପକ୍ଷରୁ ଶ୍ରୀମତୀ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବରୀ ନିର୍ବାଚନ ମଣ୍ଡଳୀର ୪୭ଟି ପଂଚାୟତର ଲୋକ ପ୍ରତିନିôଦ ଯୋଗଦାନ କରିଥିଲେ । ଶ୍ରୀମତୀ ବିଧାୟୀକା ତାଙ୍କ ବକ୍ତବ୍ୟରେ କହିଲେ ଏ ବିଜୟ ହେଉଚି ବରୀ ବାସୀଙ୍କର ବରୀ ନିର୍ବାଚନ ମଣ୍ଡଳୀକୁ ନେଇ ମୁଁ ଗର୍ବିତ । ବରୀ ମାଟି ହେଉଚି ସହିଦ ମାଟି ମୁଁ ବରୀ ବାସୀଙ୍କ ସେବା କରିବା ପାଇଁ ସଙ୍କଳ୍ପବଦ୍ଧ । ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଉପାଦକ୍ଷା ଅର୍ଚ୍ଚନା ମଲିକ, ରସୁଲପୁର ବ୍ଲକ ଉପାଦକ୍ଷ ଜୟନ୍ତୀ ଦାସ, ମହିଳା ବିଜେଡ଼ି ସଭାନେତ୍ରୀ ଜ୍ୟୋତ୍ସାରାଣୀ ନାଥସର୍ମା, ବିଜେଡ଼ି ସଭାପତି ରଂଜନ ପଣ୍ଡା, କର୍ମୀ ଅରବିନ୍ଦ ମହାନ୍ତ, ମଞ୍ଚାସୀନ ଅତିଥି ମାନେ ଯୋଗଦାନ କରି ବିଭିନ୍ନ ସଂଗଠନ ପକ୍ଷରୁ ଉପଢ଼ୌକନ ମାନପତ୍ର ଦିଆଯାଇ ସମ୍ବର୍ଦ୍ଦିତ କରାଯାଇଥିଲା । ଚଳଘର ସାହିତ୍ୟ ସଂସଦ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ, ଅବସର ସେନା କର୍ମଚାରୀ ପକ୍ଷରୁ ସମ୍ବର୍ଦ୍ଧିତ ବରୀ ବିଜୁ ଜନତା ଦଳ ପକ୍ଷରୁ ଡ.ଆମ୍ବେଦକର ବିକାଶ ପକ୍ଷରୁ ସମ୍ବର୍ଦ୍ଧିତ, ଓଡ଼ିଶା କୃଷକ ବିକାଶ ପରିଷଦ ଯାଦବ ମହାସଭା ସଂଘ ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ ଆଦର୍ଶ ବିଦ୍ୟାଳୟ ଅଭିଭାବକ ସଂଘ ଅଭିମନ୍ୟୁ ସାମନ୍ତ ସିଂହାର ପକ୍ଷରୁ ଜଗା ସାହିତ୍ୟ ସଂସଦ, ବରୀ ଗଜଲକ୍ଷ୍ମୀ ପୂଜା କମିଟି, ଦିପାଞ୍ଚଳ ଉନ୍ନୟନ ପରିଷଦ ମା ରମାଦେବୀ ଗୋପବନ୍ଧୁ ଆଶ୍ରମ ଏବଂ ୪୭ଟି ପଂଚାୟତର ଲୋକ ପ୍ରତିନିଧି, ସମିତି ସଭ୍ୟ, ଜିଲ୍ଲା ପରିଷଦ ସମ୍ବର୍ଦ୍ଧିତ କରିଥିଲେ ।
ବରୀ ବିଧାୟୀକାଙ୍କୁ ବିଭିନ୍ନ ଅନୁଷ୍ଟାନ ପକ୍ଷରୁ ସମ୍ବର୍ଦ୍ଧିତ କରାଗଲା
|
July 3, 2023 |