ବରୀ ନିର୍ବାଚନ ମଣ୍ଡଳୀର ରାଜନୀତି ଏପାଖ ସେପାଖ

Spread the love

ଯାଜପୁର ସଦର, ୧୮ା୦୪: ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳୀରେ ୪୭ ଟି ପଂଚାୟତରକୁ ନେଇ ବରୀ ନିର୍ବାଚନ ମଣ୍ଡଳୀ ଗଠନ କରାଯାଇଚି । ୨୦୨୪ ମସିହାରେ ବରୀ ନିର୍ବାଚନ ମଣ୍ଡଳୀରୁ ବିଜେପିର ଯୁବଜେତା ବିଶ୍ୱରଂଜନ ମଲିକ ଅଳ୍ପ ଭୋଟ ବ୍ୟବଧାନ ବରୀ ନିର୍ବାଚନ ମଣ୍ଡଳୀର ବରୀ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁନନ୍ଦା ଦାସ ବିଜୟ ଟିକା ୨୦୨୯ରେ ପିନ୍ଧିଥିବା ବେଳେ, ବରୀ ବିଧାୟୀକା ସୁନନ୍ଦା ଦାସ ବିଶ୍ୱରଂଜନ ମଲିକଙ୍କୁ ହରାଇ ମୁକୁଟ ପିନ୍ଧିଥିଲେ । ୨୦୨୪ ନିର୍ବାଚନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନିବୀନ ପଟ୍ଟନାୟକ ଯାଜପୁର ଜିଲ୍ଲାର ୪ଟି ନିର୍ବାଚନ ମଣ୍ଡଳୀର ଟିକେଟ ଘୋଷଣା ନକରିଥିବା ବେଳେ, କୋରେଇ, ବଡ଼ଚଣା, ବରୀ ନିର୍ବାଚନ ମଣ୍ଡଳୀ ଲାଗି ବିଜୁ ଜନତା ଦଳ ପକ୍ଷରୁ ପ୍ରାର୍ଥି ଘୋଷଣା ନକରି ମାନ୍ୟବର ମୁଖ୍ୟମନ୍ତ୍ରୀ ୫ମ ପର୍ଯ୍ୟାୟ ପ୍ରାର୍ଥି ତାଲିକା ଘୋଷଣା କରିଛନ୍ତି । ଏହି ତିନୋଟି ନିର୍ବାଚନ ମଣ୍ଡଳୀର ପ୍ରାର୍ଥି ମାନଙ୍କ ମଧ୍ୟରେ ଅଙ୍କ ଛିଡ଼ୁନଥିବାରୁ ଅଙ୍କକଷା ଜୋର ଧରିଚି । ବରୀ ନିର୍ବାଚନ ମଣ୍ଡଳୀର ପ୍ରାର୍ଥି ପାଇଁ ବିଧାୟୀକା ସୁନନ୍ଦା ଦାସ ଟିକେଟ ଲବିରେ ରହିଥିବା ବେଳେ, ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ବିଶ୍ୱରଂଜନ ମଲିକ ରେସରେ ରହିଛନ୍ତି । ସେହି ବିଜୁ ଜନତା ଦଳରୁ ସଂଜିବ ଜେନା ବିଭିନ୍ନ ସଭା ସମିତି ମାଧ୍ୟମରେ ଭୋଟର ମାନଙ୍କୁ ବାନ୍ଧି ରଖୁଥିବା ବେଳେ, ସେହି ବରୀ ଯୁବନେତା ଅଶୋକ ବେହେରା ଟିକେଟ ଲବିରେ ରହିଛନ୍ତି । ବିଜୁ ଜନତା ଦଳର ନାରୀ ନେତ୍ରୀ ସୁନନ୍ଦା ପତି ବରୀ ନିର୍ବାଚନ ମଣ୍ଡଳୀ ପାଇଁ ଲବିରେ ରହିଥିବା ଦେଖିବାକୁ ମିଳୁଚି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ଜନତା ଦଳରୁ ବରୀ ନିର୍ବାଚନ ମଣ୍ଡଳୀର ତାହା ଦେଖିବାକୁ ବରୀ ନିର୍ବାଚନ ମଣ୍ଡଳୀର ଭୋଟର ମାନେ ଚାହିଁ ବସିଛନ୍ତି ।

Related Posts

About The Author

Add Comment