ବରୀ ଦ୍ବୀପାଞ୍ଚଳ ଉନ୍ନୟନ ପରିଷଦର ବାର୍ଷିକୋତ୍ସବ ପାଳିତ

Spread the love
ବରୀ : ବରୀ ଅଞ୍ଚଳର ପୁରାତନ ସଙ୍ଗଠନ ବରୀ ଦ୍ବୀପାଞ୍ଚଳ ଉନ୍ନୟନ ପରିଷଦର ବାର୍ଷିକୋତ୍ସବ ବରୀବ୍ଲକ ଅନ୍ତର୍ଗତଃ ଅଲ୍ଲିପୁର ପଞ୍ଚାୟତସ୍ଥିତ ଗେଡିସାହି ମାଆ ସିଦ୍ଧେଶ୍ୱରୀ ପୀଠରେ ସମାରୋହରେ ପାଳିତ ହୋଇ ଯାଇଛି । ଉତ୍ସବ ପ୍ରାରମ୍ଭରେ ସମ୍ପାଦକ ପ୍ରଶାନ୍ତ ପଢିହାରି ଅତିଥି ପରିଚୟ ସହ ସ୍ୱାଗତ ଭାଷଣ ଦେଇଥିଲେ । ବରିଷ୍ଠ ସଭ୍ୟ ପ୍ରଶାନ୍ତ ବେହୁରା ସଂଗଠନର ବାର୍ଷିକ ବିବରଣୀ ପାଠ କରିଥିଲେ । ଆୟୋଜିତ ସଭାରେ ବର୍ଷିୟାନ ଶିକ୍ଷାବିତ ଓ ବିଶିଷ୍ଠ ସମାଜସେବୀ କୁଳମଣି ଶୁକ୍ଳଙ୍କ ପୌରହିତରେ ବରିଷ୍ଠ ସମାଜସେବୀ ବିଷ୍ଣୁ ଚରଣ ମହାନ୍ତି ମୁଖ୍ୟ ଅତିଥି, ବରିଷ୍ଠ ସାମ୍ବାଦିକ ରବୀନ୍ଦ୍ର ନାଥ ମହାପାତ୍ର ମୁଖ୍ୟବକ୍ତା, ଭାଗିରଥି ଦାସ  ମହାପାତ୍ର ସମ୍ନାନିତ ଅତିଥି ଓ ଉତ୍ସବ ରାଉତ ଅନ୍ୟତମ ଅତିଥି ଭାବେ ଯୋଗଦେଇ ସମଗ୍ର ବରୀ ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାର ଓ ସ୍ଥାନୀୟ  ପ୍ରଶାସନ ଠାରୁ ଲୋକଙ୍କ ହକଦାବୀ ପୂରଣ ସହ ଦ୍ବୀପାଞ୍ଚଳ ମଙ୍ଗଳ କରିବା ନିମନ୍ତେ  ସଙ୍ଗଠିତ ହେବାକୁ ନିଜ ନିଜର ବକ୍ତବ୍ୟରେ ଦୃଢ଼ ମତ ମନ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜୟରାମ ମହାନ୍ତି, ମକରଧ୍ୱଜ ସାହୁ, ପ୍ରହଲ୍ଲାଦ ବେଉରିଆ, ପରୀକ୍ଷିତ ପଣ୍ଡା, ସାବିତ୍ରୀ ଦାସ, ପଶୁପ୍ରେମୀ ଓ ସମାଜସେବୀ ବିବେକାନନ୍ଦ ନାଥ, ସମାଜ ସେବୀ ଓ ଯୁବନେତା କବିର ଦାସ, ପ୍ରହଲ୍ଲାଦ ନାୟକ, ସ୍ନେହଲତା ଧଳ, ସାଗର ଦାସ, ମିନତୀ ପରିଡା, ରମେଶ ଚନ୍ଦ୍ର ଜେନା, ସୁଶ୍ରୀ ସ୍ମିତା ସାମଲ, ଅଜୟ ରଥ, ଶଶିକଳା ପରିଡା, ନିର୍ମଳ ଓଝା, ସୁଚିସ୍ମିତା ମଲ୍ଲ, ଅଶୋକ ଦାସ, ଭୂପତି ମଳିକ, ଜ୍ୟୋସ୍ନା ପରିଡା ଓ ପ୍ରଫୁଲ୍ଲ  ଖୁଣ୍ଟିଆ ପ୍ରମୁଖଙ୍କ ସହ ଶତାଧିକ ସଂଗଠନ ପ୍ରେମୀ ପୁରୁଷ ଓ ମହିଳା ଯୋଗଦେଇ ପରିଷଦର ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଥିଲେ । ସଭା ଶେଷରେ ଅଭିରାମ ମଲ୍ଲ ଧନ୍ୟବାଦ ଅର୍ପଣ କରିଥିଲେ ।

Related Posts

About The Author

Add Comment