ଯାଜପୁର/୨୯/୦୪/ସନ୍ଧାନ ନିଉଜ୍/ଯାଜପୁର ଜିଲ୍ଲା ବରୀ ଓକିଲ ସଂଘ ପକ୍ଷରୁ ଉତ୍କଲ ଗୌରବ ମଧୁସୂଦନ ଦାସ ଙ୍କ ୧୭୬ଜନ୍ମ ଜୟନ୍ତୀ ମହାସମାରୋହରେ ବରୀ ତହସିଲ ଅଫିସ ପରିସରରେ ପାଳନ ହୋଇଯାଇଛି ।
ସଙ୍ଘ ର ସଭାପତି ତଥା ବରିଷ୍ଠ ଆଇନଜୀବୀ ଶ୍ରୀ ରାଜକିଶୋର ସାମଲ ଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ଭଦ୍ରକ ଫାଷ୍ଟଟ୍ରାକ୍ଟ ଜଜ ମିନତୀ କୁମାରୀ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ , କୁମାରୀ ମନ୍ଦାକିନି ଜେମା ,ମୁଖ୍ୟବକ୍ତା ଓ ଶ୍ରୀ ରାଜୀବ କୁମାର ମହାନ୍ତି , ସରକାରୀ ଓକିଲ ଯାଜପୁର ସମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ ।
ବରୀ ତହସିଲଦାର ଶ୍ରୀମତି ତିଲୋତମା ପୃଷ୍ଟି ମଧ୍ୟ ସମାନୀୟ ଅତିଥି ଭାବେ ଯୋଗ ଦେଇ ମଧୁବାବୁ ଓ ବରୀ ଓକିଲ ସଂଘ ଉପରେ ଆଲୋକପାତ କରିଥିଲେ ।
କାର୍ଯ୍ୟକ୍ରମ ପ୍ରାରମ୍ଭରୁ ତହସିଲ ପରିସରରେ ଥିବା ମଧୁବାବୁଙ୍କ ପ୍ରତିମୃତି ରେ ପୁଷ୍ପ ପ୍ରଦାନ କରାଯିବା ସହ ବନ୍ଦେ ଉତ୍କଲ ଜନନୀ ସଙ୍ଗୀତ ଗାନ କରାଯାଇଥିଲା ।
ଏହି ପରିପ୍ରେକ୍ଷୀରେ ମହିଳା ମାନଙ୍କ ପାଇଁ କେଉଁ କେଉଁ ଆଇନି ରହିଛି ସେ ଉପରେ ଏକ ଆଲୋଚନା ଚକ୍ର ମଧ୍ୟ କରାଯାଇଥିଲା ।
ଏହି ଆଲୋଚନାଚକ୍ରରେ ଅତିଥି ମାନଙ୍କ ସହ ବିଭିନ ଅଞ୍ଚଳରୁ ମା ମାନେ ଅଂଶ ଗ୍ରହଣ କରି ମହିଳା ଆଇନି ବିଷୟରେ ଅବଗତ ମଧ୍ୟ ହୋଇଥିଲେ ।
ଚଳିତ ବର୍ଷ ଅନୁଷ୍ଠାନ ପକ୍ଷରୁ ଜିଲାର ବରିଷ୍ଠ ଆଇନଜୀବୀ ଶ୍ରୀ ମଧୁସୂଦନ ମାହୁନ୍ତ , ବରୀ ର ସୁପ୍ରସିଦ୍ଧ ବୈଜ୍ଞାନିକ ଡ଼. ଚିତରଞ୍ଜନ ମିଶ୍ର , ହୋମିଓ ଚିକିସ୍ତକ ରବୀନ୍ଦ୍ର କୁମାର ଜେନା , ସାମ୍ବାଦିକ ରାଜକୁମାର ମହାନ୍ତି ଓ ସୁରେଶ କୁମାର କର ଙ୍କୁ ମଧୁବାବୁ ସମାନ ୨୦୨୩ ରେ ସମାନିତ କରାଯାଇଛି ।
ସୂଚନା ଅନୁଯାୟୀ ଏହି କାର୍ଯ୍ୟକ୍ରମ କୁ ବରିଷ୍ଠ ଆଇନିଜୀବୀ ତଥା ବରୀ ଓକିଲ ସଙ୍ଘର ସମ୍ପାଦକ ବାବାଜୀ ଚରଣ ଜେନା , ଭବାନୀ ପ୍ରସାଦ ପଣ୍ଡା , ହରିଶ୍ଚନ୍ଦ୍ର ଧଳ , ଧୀରେନ୍ଦ୍ର ସ୍ୱାଇଁ , ପ୍ରଶାନ୍ତ ବେହୁରିଆ , ସୁକାନ୍ତି ସେଠି , ତପନ ଜେନା ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ
ଓକିଲ ସଂଘ ପକ୍ଷରୁ ଥଣ୍ଡା ପାନୀୟ ,ଜଳ ପଣା ମଧ୍ୟ ତହସିଲ ପରିସରରେ ବଣ୍ଟନ କରାଯାଇଥିଲା ।
ବରୀ ଓକିଲ ସଂଘ ପକ୍ଷରୁ ଉତ୍କଲ ଗୌରବ ମଧୁସୂଦନ ଦାସ ଙ୍କ ୧୭୬ଜନ୍ମ ଜୟନ୍ତୀ ପାଳିତ,
|
April 29, 2023 |



