ଯାଜପୁର ସଦର, ୦୭/୦୧/୨୦୧୨ (ସନ୍ଧାନ ନିଉଜ): ଯାଜପୁର ଜିଲ୍ଲା ବରୀ ବ୍ଲକ ଅଞ୍ଚଳରେ ୬ଜଣ ଓମିକ୍ରନ ସଂକ୍ରମିତ ହୋଇଥିବା ଜଣାଯାଇଚି । ସେମାନଙ୍କୁ ଚିହ୍ନଟ କରାଯାଇଚି । ବରୀ ଅଞ୍ଚଳରେ ଓମିକ୍ରନ ମାଡ଼ି ଆସୁଥିବାରୂ କୋଲୋଆ ଭୟ ସୃଷ୍ଟି ହୋଇଚି । ଯାହାକି ଏଠାରେ ସୂଚନା ଯୋଗ୍ୟ ଯେ, ବରୀ ପଂଚାୟତ ବାଗଦା ଗ୍ରାମର ୩୨ବର୍ଷିୟ ଯୁକ ଆକ୍ରାନ୍ତ ହୋଇଛନ୍ତି । ଗୋଳକୁଣ୍ଡ ପଂଚାୟତର ୩୧ବର୍ଷିୟ ଯୁବକ ଆକ୍ରାନ୍ତ ହୋଇଛନ୍ତି । ସେହିପରି ଅଲ୍ଲାପୁର ପଂଚାୟତର ୫୮ବର୍ଷର ମହିଳା ଆକ୍ରାନ୍ତ ହୋଇଚନ୍ତି । ଚନ୍ଦନପୁର ପଂଚାୟତର ୧୩ ବର୍ଷର ବାଳକ ଆକ୍ରାନ୍ତ ହୋଇଚି । ମନ୍ଦାରୀ ପଂଚାୟତର ୫୭ ବର୍ଷର ବ୍ୟକ୍ତି ଆକ୍ରାନ୍ତ ହୋଇଛନ୍ତି । ସେହିପରି ବାଲିବିଲି ପଂଚାୟତର ୪୦ ବର୍ଷିୟ ଯୁବକ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଚି । ଏହି ବ୍ୟକ୍ତି ମାନଙ୍କ ନିକଟରେ ଜ୍ୱର, କାଶ, ଥଣ୍ଡା ରହିଥିବା ବେଳେ, ସେମାନେ ଚିକିତ୍ସା ପାଇଁ ମେଡିକାଲକୁ ଯାଇଥିବାରୁ କରୋନା ପରୀକ୍ଷା କରିବା ପାଇଁ ଡାକ୍ତର ସେମାନଙ୍କୁ କହିଥିଲେ । ପରୀକ୍ଷା କରାଯିବା ପରେ ସେମାନେ ଓମିକ୍ରନରେ ଆକ୍ରାନ୍ତ ହୋଇଥିବା ଜଣାଯାଇଥିଲା । ବରୀ ଅଞ୍ଚଳରେ ଓମିକ୍ରନ ସଂଖ୍ୟା ବଢ଼ୁଥିବାରୁ ଲୋକମାନେ ଆତଙ୍କରେ ରହିଥିବା ଦେଖିବାକୁ ମିଳିଚି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତୁରନ୍ତ ପଦକ୍ଷେପ ନେବାଲାଗି ବରୀ ବିଜେଡ଼ି ନେତା ବିଶ୍ୱରଂଜନ ମଲୀକ ବିଧାୟୀକା ସୁନନ୍ଦା ଦାସ ଦୃଷ୍ଟି ଦେବା ଲାଗି ସାଧାରଣରେ ଦାବି ହେଉଚି ।
ବରୀରେ ଓମିକ୍ରନ ସଂକ୍ରମିତ ଚିହ୍ନଟ
|
January 7, 2022 |