କଟକ-୨୭/୧୨,ସନ୍ଧାନ ନ୍ୟୁଜ: ଫାଷ୍ଟ ଓଡିଶା ଅlର୍ଟିଲେରୀ ବ୍ୟାଟରୀ ଏନସିସି ର କମାଣ୍ଡିଂ ଅଫିସର କର୍ଣ୍ଣେଲ (ଡକ୍ଟର) ସୌମ୍ୟ ପ୍ରକାଶ ଓତା ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଷ୍ଟୁଆର୍ଟ ବିଜ୍ଞାନ ମହାବିଦ୍ୟାଳୟ ର ପଦାର୍ଥ ବିଜ୍ଞାନର ବରିଷ୍ଠ ଅଧ୍ୟାପକ କ୍ୟାପଟେନ ଅକ୍ଷୟ କୁମାର ଦାଶ ଙ୍କ ସଭାପତିତ୍ବରେ ସ୍ଥାନୀୟ ଏନସିସି ଅଫିସ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବରେ ନୂତନ ଅଫିସର କମ୍ମlଣ୍ଡିଂ କର୍ଣ୍ଣେଲ ଦେବଦତ୍ତ ମୈତ୍ରlଙ୍କୁ ମଧ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା l ଫାଷ୍ଟ ଅଫିସର ମହେନ୍ଦ୍ର କୁମାର ଘଡେ଼ଇ ସ୍ୱାଗତ ଭାଷଣ , ଲେଫ୍ଟନlଣ୍ଟ ସୁଶାନ୍ତ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ l ଶ୍ରୀ ଅନାଦି ସାହୁ, ପ୍ରସଂଜିତ୍ ଶୁକ୍ଳା,ଜିତନ୍ ରାଉତ, ଗୋଲକ ମହାପାତ୍ର, ମନୋଜ ସାହୁ , ସୁବେଦlର୍ ସତ୍ୟ ନାରାୟଣ ପାଙ୍ଗl, ଟ୍ରେନିଙ୍ଗ ଅଫିସର ନଵନlଥ ଗୁଞ୍ଜଲ୍,ସୁଶାନ୍ତ ବିଶୋଇ, ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ଫାଷ୍ଟ ଅଫିସର ପଞ୍ଚାନନ ମଲ୍ଲ ଧନ୍ୟବାଦ୍ ଅର୍ପଣ କରିଥିଲେ l ରlମବଲଭ୍ ପରିଡ଼ା, ଦିଲିପ ମହାନ୍ତି, ଧ୍ରୁବ ଦଳାଇ ପ୍ରମୁଖ ସହଯୋଗ କରିଥିଲେ l
ବରିଷ୍ଠ ସେନା ଅଧିକାରୀ ଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା
|
December 29, 2023 |



