ବରିଷ୍ଠ ନାଗରିକ ମଂଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିପଂ ପଂଣ୍ଡକୁ ଦାନ

Spread the love

ଯାଜପୁର, ୧୯/୦୪ (ସନ୍ଧାନ ନିଉଜ) ପାଣିକୋଇଲି ବରିଷ୍ଠ ନାଗରିକ ମଂଚ ପକ୍ଷରୁ କୋରୋନା ମୁକାବିଲା ପାଇଁ ଯାଜପୁର ଜିଲାପାଳ ଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ରିଲିପଂ ପଂଣ୍ଡକୁ ୫୧ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଛି । ମଂଚର ସଭାପତି ନୃସିଂହ ଚରଣ ଦଳେଇ ଏବଂ ସଂପାଦକ ସୁରେନ୍ଦ୍ର କୁମାର ରାୟ ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ପରିସରରେ ଜିଲାପାଳ ରଂଜନ କୁମାର ଦାସଙ୍କୁ ଏହି ଚେକ୍ ପ୍ରଦାନ କରିଥିଲେ । ଏହି ଚେକ୍ ପ୍ରଦାନ ସମୟରେ ଅତିରିକ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତି,ଜିଲା୍ ସୂଚନା ଓ ଲୋକସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ସାକ୍ଷାତକାର ଦେଇ ଉଭୟ ସଭାପତି ଓ ସଂପାଦକ କୋରୋନା ବିରୋଧୀ ଲଢ଼େଇ ର ସେତୁବନ୍ଧରେ ସଂଗଠନର ଏହା ଗୁଣ୍ଡୁଚିମୂଷାର ସହାୟତା ବୋଲିି କହିବା ସହିତ ଏ ଲଢ଼େଇରେ କୋରୋନା ଅବଶ୍ୟ ହାରିବ ଓ ଭାରତ ଜିତିବ ବୋଲି ଦୃଢ଼ ଆଶା ବ୍ୟକ୍ତି କରିଥିଲେ । ପୂର୍ବରୁ ମଂଚ ପକ୍ଷରୁ ପାଣିକୋଇଲି ଅଂଚଳରେ ଅସହାୟ ବ୍ୟକ୍ତି ମାନଙ୍କୁ ରନ୍ଧାଖାଦ୍ୟ ବଂଟନ କରାଯାଇଥିଲା ।

Related Posts

About The Author

Add Comment