କଟକ, ୧୭/୦୪ (ସନ୍ଧାନ ନିଉଜ) ବରିଷ୍ଠ ଆଇନଜୀବୀ ତଥା ଦେୱାନୀ ମାମଲାର ଜଣେ ବିଚକ୍ଷଣ ବ୍ୟକ୍ତିତ୍ୱ ଭାବେ ଜଣାଶୁଣା ଶ୍ରୀଯୁକ୍ତ ଉଦୟନାଥ ସାହୁଙ୍କର ଗତକାଲି 80 ବର୍ଷ ବୟସରେ ପରଲୋକ ହୋଇଯାଇଛି | ମୃତ୍ୟୁ ସମୟରେ ତାଙ୍କ ପୁଅ ଉମେଶ, ଉତ୍ତମ, ଉପମନ୍ୟୁ, ଝିଅ ଉଷାରାଣୀ ଓ ଜ୍ୱାଇଁ ଡ଼ଃ ଶରତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ | 1940 ମସିହାରେ ଅନୁଗୁଳ ଜିଲ୍ଲାର ଆଠମଲିକ ଗ୍ରାମରେ ଜନ୍ମିତ ସ୍ୱର୍ଗତ ଉଦୟନାଥ ସାହୁ ଆଠମଲ୍ଲିକ ର ମହେନ୍ଦ୍ର ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ ପାସ କଲା ପରେ 1961ମସିହାରେ କଟକର ଖ୍ରୀଷ୍ଟ ମହାବିଦ୍ୟାଳୟ ରୁ ବି ଏ ଏବଂ 1963 ମସିହାରେ ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଆଇନରେ ଡିପ୍ଲୋମା ପାସ କରିଥିଲେ | ଏହାପରେ ସେ 1964 ମସିହାରେ ଜଣେ ଆଇନଜୀବୀ ଭାବେ କଟକରେ ତାଙ୍କର କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ଖୁବ ଶୀଘ୍ର ଜଣେ ଦେୱାନୀ ମାମଲାର ଭଲ ଓକିଲ ଭାବେ ସାରା ଓଡିଶାରେ ସୁନାମ ଅର୍ଜନ କରିଥିଲେ | ଦୀର୍ଘ 50 ବର୍ଷ ଧରି ଓକିଲାତି ପେଶା ପ୍ରତି ତାଙ୍କର ଅବଦାନ ପାଇଁ ତାଙ୍କୁ କଟକ ବାର ଆସୋସିଏସନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା. ତାଙ୍କର ମୃତ୍ୟୁ ଖବର ପାଇ କଟକ ବାର ଆସୋସିଏସନ ର ସମ୍ପାଦକ ନରେଶ ଜେନା, ହାଇକୋର୍ଟ ବାର ଆସୋସିଏସନର ସଭାପତି ଗୋପାଳ କୃଷ୍ଣ ମହାନ୍ତି, କରିମିନାଲ କୋର୍ଟ ବାର ଆସୋସିଏସନର ସମ୍ପାଦକ ସୁବାସ ମହାନ୍ତି, ସଭାପତି କାମଦେବ କାନୁନଗୋ, ଆଡ଼ଭୋକେଟ ସଂଜୀବ ଚକ୍ରବର୍ତୀ, ଚିତ୍ତ ରଞ୍ଜନ ସ୍ୱାଇଁ,ଦୁର୍ଗା ଦେ, ବିଭୁଦତ୍ତ ପଣ୍ଡା, ଦେବୀପ୍ରସାଦ ଥାଟରାଜ, ଚିତ୍ତ ରଞ୍ଜନ ବେହେରା,ଶୈଳେଶ ସାମନ୍ତରାୟ, କୃପାସିନ୍ଧୁ ସାହୁ, ବିଶ୍ୱଜିତ ମହାପାତ୍ର, ହାଇକୋର୍ଟ ବାର ଆସୋସିଏସନର ପୂର୍ବତନ ସମ୍ପାଦକ ସତ୍ୟ ମହାନ୍ତି, ବରିଷ୍ଠ ଆଇନଜୀବି ପ୍ରସନ୍ନ କୁମାର ସାହୁ, ବିଜୟ ସାମଲ, ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି | ଆଜି ଖାନ୍ନଗର ସ୍ମଶାନରେ ତାଙ୍କର ଅନ୍ତେଷ୍ଟି କ୍ରିୟା ସମ୍ପନ ହୋଇଥିଲା.ରାଜ୍ୟ ଆଇନଜୀବୀ ପରିଷଦର ପୂର୍ବତନ ସଦସ୍ୟ ଅରୂପାନନ୍ଦ ଦାସ, ମାନସ ଚାନ୍ଦ, ହାଇକୋର୍ଟ ବାର ଆସୋସିଏସନ ର ପୂର୍ବତନ ସମ୍ପାଦକ ଜନ୍ମେଜୟ କଟିକିଆ ଓ ଆଡ଼ଭୋକେଟ ସୂର୍ଯ୍ୟ ରଞ୍ଜନ ରାଉଳ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି |
ବରିଷ୍ଠ ଆଇନଜୀବୀ ଉଦୟନାଥ ସାହୁଙ୍କର ପରଲୋକ
|
April 17, 2020 |