ବରଗଡ଼ ଧନୁଯାତ୍ରା ଲାଗି ୧୧ ଦିନ ପାଇଁ କମ୍ପୁଛି ସାରା ସହର

Spread the love

ବରଗଡ଼ ଧନୁଯାତ୍ରା ଲାଗି ୧୧ ଦିନ ପାଇଁ ବରଗଡ଼ ମଥୁରା ପାଲଟିଥିବା ବେଳେ କଂସଙ୍କ ବିକଟାଳ ହସରେ କମ୍ପୁଛି ସାରା ସହର । ୨ ଦିନ ହେବ ଆରମ୍ଭ ହୋଇଥିବା ବିଶ୍ୱପ୍ରସିଦ୍ଧ ରଙ୍ଗମଞ୍ଚରେ କଂସ ଦରବାର ଚାଲିଛି।

ତେବେ ୩୧ ତାରିଖ ଠାରୁ ବରଗଡ ସହର ଦ୍ୱାପର ଯୁଗକୁ ଫେରିଯାଇଥିବା ବେଳେ ସବୁଠି  ଦ୍ୱାପର ଯୁଗର ଝଲକ ଦେଖିବାକୁ ମିଳୁଛି । ତେବେ ସବୁଠାରୁ ବଡ କଥା ହେଲା, ଗୋପପୁର ପାଲଟିଥିବା ଅମ୍ବାପାଲିରେ ୧୧ଦିନ ଧରି ନିଷ୍ଠାର ସହ ରୀତିନୀତି ପାଳନ କରାଯାଏ । ଗୋପପୁରରେ କୃଷ୍ଣ ଜନ୍ମ ହୋଇଥିବାରୁ ୧୧ ଦିନ ବ୍ୟାପି ଅମ୍ବାପାଲିର କୌଣସି ଘରକୁ ଆମିଷ ପଶେ ନାହିଁ। ଏମିତି କି କୌଣସି ଖାଦ୍ୟରେ ପିଆଜ ରସୁଣ ବି ପଡେ ନାହିଁ। ବିନା ପିଆଜ, ବିନା ରସୁଣରେ ସମସ୍ତ ଖାଦ୍ୟ ପ୍ରସ୍ତୁତ ହୋଇଥାଏ। ଗୋପପୁର ପାଲଟିଥିବାରୁ ଅମ୍ବାପାଲିବାସୀ ସାତ୍ୱିକ ଆହାର କରନ୍ତି ଆଉ ସକାଳ ସଞ୍ଜ ସଂକୀର୍ତ୍ତନ କରନ୍ତି ।

ସେପଟେ କୃଷ୍ଣଙ୍କ ଜନ୍ମ ପରେ ଗୋପପୁର ପାଲଟିଥିବା ଅମ୍ବାପାଲିରେ ଭକ୍ତିଭାବର ପରିବେଶ ସୃଷ୍ଟି ହୋଇଛି । ଗଳିକନ୍ଦି, ରାସ୍ତାଘାଟ ଓ କାନ୍ଥ ବାଡରେ ଆଧ୍ୟାତ୍ମିକ ଚିତ୍ର ସହ ସାଜସଜ୍ଜା କରାଯାଇଛି । କୃଷ୍ଣଙ୍କ ବାଲ୍ୟଲୀଳାର ସମସ୍ତ ଘଟଣାକୁ ଗୋଟି ଗୋଟି କରି କାନ୍ଥରେ ଅଙ୍କା ଯାଇଛି ।

ତେବେ ୧୧ଦିନ ଧରି ହେବାକୁ ଥିବା ଧନୁଯାତ୍ରାରେ ଆଜି ମଥୁରା ନଗରୀରେ କଂସ ମହାରାଜା ମହାଦେବ ଦର୍ଶନ କରିବେ। କାରାଗାର ଗୃହ ପ୍ରବେଶ ପରେ ବିଜୁଳି କନ୍ୟାକୁ ପ୍ରହାର କରିବେ। ଏହା ପରେ ଦୈବବାଣୀ ହେବ। ସେପଟେ ଗୋପପୁରରେ ନନ୍ଦୋତ୍ସବ ହେବା ସହ କୃଷ୍ଣଙ୍କୁ ଦୋଳିଝୁଲା ହେବ । ରାସନୃତ୍ୟ ସହ ସଂକୀର୍ତ୍ତନ କରି ନଗର ଭ୍ରମଣ କରାଯିବ।

Related Posts

About The Author

Add Comment