ବନ ବିଭାଗ ପକ୍ଷରୁ ୬୭’ ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ।

Spread the love
ରାଇରଙ୍ଗପୁର, ୦୭/୧୦/୨୦୨୧ (ସନ୍ଧାନ ନିଉଜ) : ମୟୁର ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଯଶିପୁର ଗ୍ରାମପଞ୍ଚାୟତ ନନ୍ଦାବସା ଗ୍ରାମରେ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ୬୭’ ତମ ବନ୍ୟପ୍ରାଣୀ ଦିବସ ପାଳିତ ହୋଇ ଯାଇଛି। ପ୍ରତ୍ୟକ ବର୍ଷ ଅକ୍ଟୋବର ୨’ ତାରିଖ ଠାରୁ ୮’ ତାରିଖ ପର୍ଯ୍ୟନ୍ତ ବନ୍ୟପ୍ରାଣୀ ସପ୍ତାହ ପାଳନ କରାଯାଉଥିବା ବେଳେ ଆଜି ନନ୍ଦାବସା ଗ୍ରାମର ବନ୍ୟପ୍ରାଣୀ ସୂରକ୍ଷା ଓ ରୋଜଗାର ବୃଦ୍ଧି କାର୍ଯ୍ୟକ୍ରମ ସୁବିଧା କେନ୍ଦ୍ର ପରିସରରେ ରାଇରଙ୍ଗପୁର ବନଖଣ୍ଡ ଅଧିନ ବହଳଦା ବନାଞ୍ଚଳ ପକ୍ଷରୁ ଝରାଡିହି ସେକ୍ସନ ର ବନପାଳ ମହାବୀର ସିଂ ମୁର୍ମୁ’ଙ୍କ ସଂଯୋଜନାରେ ୬୭’ ତମ ବନ୍ୟପ୍ରାଣୀ ଦିବସ ପାଳିତ ହୋଇ ଯାଇଛି। କାର୍ଯ୍ୟକ୍ରମରେ ରାଇରଙ୍ଗପୁର ବନଖଣ୍ଡ ଏସିଏଫ୍ ବୈଦ୍ୟନାଥ ମାଝୀ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ପରିବେଶବିଦ୍ ଲଳିତ୍ ମହାନ୍ତ ଯୋଗ ଦେଇଥିଲେ।ସମ୍ମାନୀୟ ଅତିଥି ଭାବେ ଅବୈତନିକ ବନ୍ୟପ୍ରାଣୀ ସଂରକ୍ଷକ ପ୍ରଦିପ୍ତ କବି, ବହଳଦା ବନାଞ୍ଚଳ ରେଞ୍ଜର ରବିନ୍ଦ୍ରନାଥ ମହାନ୍ତ, ବରିଷ୍ଠ ସାମ୍ବାଦିକ ତଥା ପରିବେଶବିତ୍ ରାମଦାସ ମୁର୍ମୁ, ସାମ୍ବାଦିକ ବସନ୍ତ ସାଣ୍ଡିଲ, ପ୍ରମୁଖ ଯୋଗ ଦେଇଥିଲେ। ଅତିଥି ମାନଙ୍କୁ ଫୁଲତୋଡା ଦେଇ ସ୍ବାଗତ କରାଯିବା ସହିତ ଆଦିବାସୀ’ଙ୍କ ପରମ୍ପରା ଅନୁସାରେ ଅତିଥି’ଙ୍କ ପାଦ ଧୋଇ ଆଦିବାସୀ ସାନ୍ତାଳ ସମ୍ପ୍ରଦାୟର ବାଦ୍ୟନୃତ୍ୟରେ ଅତିଥୀ’ ମାନଙ୍କୁ ସଭା ସ୍ଥଳକୁ ପାଛୋଟି ନିଆଯାଇ ଥିଲା।କାର୍ଯ୍ୟକ୍ରମରେ ମଞ୍ଚାସୀନ ଅତିଥି ମାନେ ବନ୍ୟପ୍ରାଣୀ ଦିବସ ପାଳନ କରାଯିବାର ଉଦ୍ଧେଶ୍ୟ ଏବଂ ଆବଶ୍ୟକତା ବିଷୟରେ ବିସ୍ତୃତ ଭାବେ ନିଜନିଜ ବକ୍ତବ୍ୟ ରଖିଥିଲେ। ଅତିଥିମାନେ ଜଙ୍ଗଲ, ପରିବେଶ ଓ ଜଳବାୟୁ ମଧ୍ୟରେ ସନ୍ତୁଳନ ରକ୍ଷା କରାଯିବା ସହିତ ବନ୍ୟଜନ୍ତୁଙ୍କ ସୂରକ୍ଷା ଏବଂ ତାଙ୍କ ଜୀବନ ଶୈଳୀ ଉପରେ ହସ୍ତକ୍ଷେପ ନକରି ସ୍ବଚ୍ଛନ୍ଦରେ ସେମାନଙ୍କୁ ବିଚରଣ କରିବାକୁ ଦେବା ଆବଶ୍ୟକ ବୋଲି କହିଥିଲେ। କାରଣ ଏହି ଧରାପୃଷ୍ଠରେ ସମସ୍ତ’ଙ୍କ ବସବାସ କରିବାର ଅଧିକାର ଅଛି କେବଳ ଯେ ମନ୍ୟୁଷ୍ୟ ମାନେ ଧରାଷୃଷ୍ଠରେ ରହିବେ ଏହା କଳ୍ପନାତିତ ଆମେ ସମସ୍ତେ ସମସ୍ତଙ୍କ ପରିପୁରକ ତେଣୁ ମାନବ ସମାଜକୁ ଜଙ୍ଗଲ କ୍ଷୟ ରୋକିବା ସହିତ ଜୈବ ବିବିଧତା ପ୍ରତି ଦୃଷ୍ଟି ଦେଇ ସନ୍ତୁଳନ ରକ୍ଷା କରିବା ନିତାନ୍ତ ଆବଶ୍ୟକ।କାର୍ଯ୍ୟକ୍ରମରେ ନନ୍ଦାବସା ବନ ସୂରକ୍ଷା ସମିତି ସଭାପତି ମଙ୍ଗଲ ହାଁସଦାଃ’ଙ୍କ ସଭାପତିତ୍ବରେ କୋଷାଧ୍ୟକ୍ଷ କାଳୀଚରଣ ହାଁସଦାଃ’ଙ୍କ ସହିତ ବନସୂରକ୍ଷା ସମିତି ସଦସ୍ୟ ଏବଂ ଗ୍ରାମବାସୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିବାବେଳେ ବନରକ୍ଷୀ ହେମନ୍ତ କୁମାର ହେମ୍ବ୍ରମ ଓ ପାରା ଷ୍ଟାଫ୍ ବୃହସ୍ପତି ପଲେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ ପ୍ରଦାନ

Related Posts

About The Author

Add Comment