ଚଣ୍ଡିଖୋଲ, ୦୯/୦୪(ସନ୍ଧାନ ନିୟୁଜ): ବଡଚଣା ବ୍ଲକ ଅନ୍ତର୍ଗତ ଖଟୁଆପଡା ନିକଟରେ ଆଜି ଏକ ଚୋରା ଅଙ୍ଗାର କୋଇଲା ବୋଟେଇ ୩ଚକିଆ ଟେମ୍ପୋ ଗଶହିକୁ ଚଣ୍ଡିଖୋଲ ବନପାଳ ଜବତ କରିଛନ୍ତି । ଜଙ୍ଗଲକୁ ଜାଳି ସେଥିରୁ ଜାଣେଳୀ କୋଇଲା କରି ବିଭିନ୍ନ ସମୟରେ ଚୋରା ଚାଲାଣ ହୋଇ ଅ।।ସୁଛି । ଆଜି ଏଭଳି ଚୋରା କୋଇଲା ଯାଇଥିବା ଖବର ପାଇଁ ବନପାଳଙ୍କ ଏକ ଟିମ୍ ଖଟୁଆପଡା ନିକଟରେ ଚଢ଼ାଉ କରିଥିଲା । କୋଇଲା ନେଇ ଯାଉଥିବା ଟେମ୍ପୋ ନଂ-ଓଡି୦୪ଏମ୍-୦୧୯୩କୁ ଜବତ କରିଥିଲେ । ସେଥିରେ ୧୨ବସ୍ତିରେ ପାଖାପାଖି ଦେଢ଼ କୁଇଂଟାଲ ଅଙ୍ଗାରକୋଇଲା ରହିଥିବା ସୂଚନା ମିଳିଥିବା ବେଳେ ତାହାର ଆନୁମାକିକ ମୂଲ୍ୟ ୬୦ହାଜରରୁ ଅଧିକ ହେବ ବୋଲି ବନାପଳଙ୍କ ତରଫରୁ ପ୍ରକାଶ କରାଯାଇଛି ।
ବନ ବିଭାଗ ପକ୍ଷରୁ ଚୋରା ଅଙ୍ଗାରକୋଇଲା ବୋଝେଇ ଗାଡି ଜବତ
|
April 9, 2021 |



