ରାଇରଙ୍ଗପୁର,05.12.2020 (ଲିଙ୍ଗରାଜ ପଣ୍ଡା): ଜିଲ୍ଲାର ରାଇରଙ୍ଗପୁର ବ୍ଲକ କୁସୁମଘାଟି ଗ୍ରାମରେ ବନ ବିଭାଗ ପକ୍ଷରୁ ଚଢ଼ ଉ କରି ଏକ ଗାଡ଼ି (ଓଡ଼ି ୧୧- ଏ-୩୬୨୧) ସହ ୨୪ ଖଣ୍ଡ ଶାଳ କାଠ ଜବତ କରାଯାଇଛି । ସୂଚନା ଅନୁଯାୟୀ ବେଆଇନ ଭାବେ ଚୋରାରେ ବାମାନଘାଟି ଉପଖଣ୍ଡ ରାଇରଙ୍ଗପୁର ବନଖଣ୍ଡ ଅଞ୍ଚଳରେ ବ୍ୟାପକ କାଠ ଚାଲାଣ କରାଯାଉଛି । ଏପରି ଏକ ଘଟଣା ଦେଖୁବାକୁ ମିଳିଛି ଉକ୍ତ ବନଖଣ୍ଡ ଗୋରୁମହିଷାନି ଫରେଷ୍ଟ ବିଟ କୁସୁମଘାଟି ଗ୍ରାମରେ କୌଣସି ସୂତ୍ର ରୁ ରାଇରଙ୍ଗପୁର ବନ ଖଣ୍ଡ ଅଧୁକାରୀ ଡକ୍ଟର ଅରୁଣ କୁମାର ମିଶ୍ର ଖବର ପାଇଥିଲେ । ଫଳରେ ତାଙ୍କ ନିର୍ଦ୍ଦେଶ କ୍ରମେ ରାଇରଙ୍ଗପୁର ବନାଞ୍ଚଳ ଅଧୁକାରୀ ଅଶୋକ କୁମାର ଦାସଙ୍କ ସହ ଅନ୍ତର୍ଜାମୀ ମହାକୁଡ଼, ବନ ଆଲୋକ କୁମାର ସେଠୀ, ଯଶୋବନ୍ତ ମହାକୁଡ଼ ପ୍ରମୁଖ ଚଢ଼ଉ କରି ଗାଡି ସ ହ କାଠ ଜବତ କରିଥିଲେ । ତେବେ ଗାଡିର ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ଗାଡ଼ି କୁ ଜବତ କରିବା ସଙ୍ଗେ ସଙ୍ଗେ କାଠକୁ ମଧ୍ୟ ଜବତ କରାଯାଇଛି । ଜବତ ଶାଳ କାଠର ମୂଲ୍ୟ ୨୦ ହଜାର ଟଙ୍କା ହେବ ବୋଲି ଜଣାପଡୁଛି ।
ବନ ବିଭାଗର ଚଢଉ ଗାଡି ସହ ଶାଳ କାଠ ଜବତ
|
December 5, 2020 |