ସାରସକଣା, 01.12.2020 (ଲିଙ୍ଗରାଜ ପଣ୍ଡା): ବାଙ୍ଗିରିପୋଷି ରେଞ୍ଜ ଅଧୀନରେ ଥିବା ବିମାନଙ୍କର କାର୍ଯ୍ୟକଳାପ ପାଇଁ ଜଙ୍ଗଲ ପଦା ହେବାକୁ କ ଯାଉଛି ବୋଲି ଅଭିଯୋଗ ଆଣିଲେଣି ଅଞ୍ଚଳବାସୀ। କିଛି ଦିନ ପୂର୍ବରୁ ଶ୍ୟାମସୁନ୍ଦରପୁର ବିଟ୍ ଭିତରେ ଜବତ କାଠ ଚିରା ହୋଇ ଜାଳେଣି ଭାବେ ବ୍ୟବହାର ହେଉଥିବା ଅଭିଯୋଗ ହୋଇଥିଲା ଆଉ ଏବେ ଶୀର୍ଷ ବିଟ୍ ଅଞ୍ଚଳରୁ ଦୈନିକ ବଡ଼ବଡ଼ ଗାଡ଼ି ଯୋଗେ ଝାଡ଼ଖଣ୍ଡ ରାଜ୍ୟକୁ କାଠ ଚାଲାଣ ହେଉଥିବା ଅଭିଯୋଗ ହେଉଥିବା ବେଳେ ବନବିଭାଗ କିନ୍ତୁ ଚୁପ୍ ବସିଛି ଅଭିଯୋଗ ଅନୁଯାୟୀ,ରବିବାର ମଧ୍ୟ ରାତ୍ରୀରେସାରସକଣା ବ୍ଲକ୍ ପାକଟିଆ ମାହାରିସାହିରେ ପିଅସ୍ ଓ ଟ୍ରାକ୍ଟର ଯୋଗେ ବି କାଠ ଚାଲାଣ ନେଇ ଆଗୁଆ ସୂଚନା ଦେଇଥିଲେ। କିନ୍ତୁ ହାତୀ ଘଉଡ଼ାଇବା କାମ ଅଛି, ଯାଇ ହେବନି ବୋଲି ଗ୍ରାମବାସୀଙ୍କୁ କହିଥିଲେ ଅଧିକାରୀ। ତେବେ ଗ୍ରାମବାସୀ ଜଙ୍ଗଲ ସୁରକ୍ଷା ପାଇଁ ଅଡ଼ିବସିବାରୁ ଫରେଷ୍ଟର ଲକ୍ଷ୍ମୀକାନ୍ତ ବେହେରାଙ୍କ ନେତୃତ୍ବରେ ଚଢ଼ଉ କରାଯାଇଥିଲା । ହେଲେ କାଠ ଚଢ଼ଉ ପୂର୍ବରୁ ମାଫିଆମାନେ ଓଡି-୧୧ଇ-୨୮୧୯ ନ୍ଂ ବିଶିଷ୍ଟ କାଠ ବଢେଇ ଡଲାକୁ ଛାଡ଼ି ଟ୍ରାକ୍ଟର ଇଞ୍ଜିନ ନେଇ ଚମ୍ପଟ ମାରିଥିଲେ। ବନବିଭାଗ ଆନୁମାନିକ ୪୦ ହଜାରରୁ ଅଧିକ ଟଙ୍କାର କାଠ ଜବତ କରିଛି ବନବିଭାଗ ସାମାନ୍ୟ ତତ୍ପରତା ଦେଖାଇଥିଲେ ଅଭିଯୁକ୍ତ ଧରାପଡ଼ିଥାନ୍ତେ ବୋଲି କହିଛନ୍ତି ସ୍ଥାନୀୟ ଗ୍ରାମବାସୀ


