ଯାଜପୁର, ୨୦/୦୯/୨୦୨୧ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲାରେ ବିଭିନ୍ନ ନଦୀରେ ମହାପ୍ରଳୟଙ୍କରୀ ବନ୍ୟା ମାଡ଼ି ଆସିବାରୁ ତଳିଆ ଅଞ୍ଚଳ ଗୁଡ଼ିକରେ ବାସ କରୁଥିବା ଲୋକ ମାନଙ୍କର ଅବସ୍ଥା କହଲେ ନସରେ ଏହି ବନ୍ୟାରେ ଯାଜପୁର ଜିଲ୍ଲାର ୧୦ଟି ବ୍ଲକ ଏଥିରେ କ୍ଷତିଗ୍ରସ୍ତ ହୋଇଥିବା ବେଳେ, ଏହି ବନ୍ୟାରେ ଗ୍ରାମବାସୀମାନେ କ୍ଷତିଗ୍ରସ୍ତ ହୋଇଛନ୍ତି । ଯାହାକି ବନ୍ୟାପାଣି ଘରମାନଙ୍କରେ ମାଡ଼ିଯିବାରୁ ବୋହୁତ ଲୋକମାନଙ୍କର କଚାଘର ଭାଙ୍ଗିଯାଇଥିବା ବେଳେ, ପାଣି ଘେରରେ ରହିଥିବା ବିଶେଷ କରି ବରୀ ବ୍ଲକର କ୍ଷତିଗ୍ରସ୍ତ ହୋଇଥିବା ବନ୍ୟାବିପନ୍ନ ମାନେ ଏବେବବି ପାଣି ଘେରରେ ରହିଛନ୍ତି । ଏନେଇ ଜିଲ୍ଲା ପ୍ରଶାସନର ଉଚ୍ଚ ପଦସ୍ତ ଅଧିକାରୀ ମାନେ ଜିଲ୍ଲାପାଳ ଠାରୁ ଆରମ୍ଭ କରି ବ୍ଲକର ବିଡ଼ିଓ ପଂଚାୟତ ସରପଂଚ ମାନେ ବନ୍ୟା ବିପନ୍ନ ମାନଙ୍କ ପାଖରେ ପହଁଞ୍ଚô ସେମାନଙ୍କୁ ଶୁଖିଲା ଦିଆଯାଉଥିବା ବେଳେ, ବରୀ ନିର୍ବାଚନ ମଣ୍ଡଳୀର ବିଧାୟିକା ସୁନନ୍ଦା ଦାସ ପହଁଞ୍ଚôଥିବା ବେଳେ, ବରୀ ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥି ହୋଇଥିବା ବିଶ୍ୱରଂଜନ ମଲିକ ରସୁଲପୁର ବ୍ଲକର ବନ୍ଧଡିହ ପଂଚାୟତ କଣ୍ଡିଆଗରେ ବାସ କରୁଥିବା ଲୋକମାନଙ୍କ ପାଖରେ ଶ୍ରୀ ମଲିକ ପହଁଞ୍ଚô ପ୍ରଶାସନକୁ ଅବଗତ କରିବା ସହିତ ସମସ୍ଥ ସାହାଯ୍ୟ ସହଯୋଗ ସହାୟତା ଯୋଗାଇଦେବା ପାଇଁ ବିଶ୍ୱରଂଜନ ପ୍ରତିଶୃତି ଦେଇଥିଲେ । ଶ୍ରୀ ମଲିକଙ୍କ ସହିତ ବିଜେପିର ବହୁ କର୍ମୀ ଆସିଥିବା ବେଳେ, ବନ୍ୟା ବିପନ୍ନଙ୍କ ନିକଟରେ ପହଁଞ୍ଚô ପଂଚାୟତମାନ ବ୍ରହ୍ମବରଦା, ବନ୍ଧଡିହ ଏବଂ ଅନ୍ୟ ପଂଚାୟତ ଗୁଡ଼ିକ ଶ୍ରୀ ମଲିକ ବୁଲି ଦେଖିଥିଲେ ।
ବନ୍ୟା ବିପନ୍ନଙ୍କ ପାଖରେ ପହଁଞ୍ଚôଲେ ବିଜେପି ନେତା ବିଶ୍ୱରଂଜନ
|
September 20, 2021 |