ମାଲକାନଗିରି, ୧୭ /୭ (ସନ୍ଧାନ ନିଉଜ) : ବନ୍ଧୁପତ୍ନୀଙ୍କୁ ପ୍ରେମନିବେଦନ କରି ବିଫଳ ହେବାପରେ ହତାଶ ପ୍ରେମିକ ନିଜ ବନ୍ଧୁଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟାକରି ମାଓବାଦୀ ହତ୍ୟାକରିଥିବାର ରୁପଦେବା ଘଟଣା ଏବେ ପଦାରେ ପଡିଯାଇଛି । ସୀମାନ୍ତ ଛତିଶଗଡ ରାଜ୍ୟରୁ ଜଣେ ଡିଆରଜି ଯବାନଙ୍କୁ ମାଲକାନଗିରି କୁ ଆଣି ସୁପାରି କିଲର ଦ୍ୱାରା ହତ୍ୟାକରି ମୃତ ଶରୀରକୁ ପୁଣି ଛତିଶଗଡକୁ ନେଇ ଜଙ୍ଗଲରେ ଫିଙ୍ଗିଦେଇ ମାଓବାଦୀର ରୁପଦେବା ଘଟଣାର ପର୍ଦାଫାଶ କରିଛି ସୁକୁମା ପୁଲିସ । ଏହି ହତ୍ୟାକାଣ୍ଡର ମୁଖ୍ୟଆସାମିକୁ ମାଲକାନଗିରି ଜିଲ୍ଲାରୁ ଗିରଫ କରାଯାଇଛି । ଗିରଫ ପରେ ହତ୍ୟାକାଣ୍ଡ ସଂପର୍କରେ ସୁକୁମା ଏସପି ସମସ୍ତ ବିବରଣି ସୁଚନାଦେଇଛନ୍ତି । ଏସପିଙ୍କ ସୁଚନା ଅନୁସାରେ ମାଲକାନଗିରି ଥାନାସ୍ଥ ଏମଭି୧୧ଗ୍ରାମର ସୁରେଶ ସରକାର ନାମକ ଯୁବକ ଛତିଶଗଡ ପୁଲିସ ବିଭାଗରେ ଡିଆରଜି ଯବାନ ଭାବେ ଯୋଗଦେଇ ସେ ଦରନାପାଲ ଠାରେରହୁଥିଲେ । ତାଙ୍କ ସହିତ ଛତିଶଗଡର ଡିଆରଜି ଯବାନ ରାମନିବାସଙ୍କ ସହିତ ଦେଖା ହୁଏ ତାପରଠାରୁ ଉଭୟେ ଘନିଷ୍ଠବନ୍ଧୁପାଲଟି ଯାଆନ୍ତି । ଦିନେ ସୁରେଶ ରାମନିବାସ ଙ୍କ ଘରକୁ ବୁଲିବାକୁ ଯାଇଥିଲେ । ବନ୍ଧୁଙ୍କ ସୁନ୍ଦରୀପତ୍ନୀ ଙ୍କୁ ଦେଖି ସୁରେଶଙ୍କର ତାଙ୍କପ୍ରତି ଲୋଭ ହେଲା । ସେ ନାନାପ୍ରକାର ଆଳଦେଖାଇ ବନ୍ଧୁଘରକୁ ଯିବାକୁ ଲାଗିଲେ । ସୁରେଶଙ୍କ ଲୋଲୁପଦୃଷ୍ଟି ତାଙ୍କପତ୍ନୀ ଙ୍କ ଉପରେ ପଡୁଥିବାର ଜାଣି ରାମନିବାସ ଏଥିରୁ ନିବୃତ ରହିବାପାଇଁ ବାରଣକରି ଭଭୟେଙ୍କ ମଧ୍ୟରେ ଆପୋଷ ମିଳାମିଶା ହାଇ ଯାଇଥିଲେ ବି ସୁରେଶଙ୍କ ମନରେ ବନ୍ଧୁଙ୍କ ପ୍ରତି ଘୃଣା ସହିତ ପ୍ରତିସୋଧର ନିଆଁ ଜଳୁଥିଲା । ଗତ ୧୧ତାରିଖ ଦିନ ରାମନିବାସଙ୍କୁ ମାଲକାନଗିରି ବୁଲି ଯିବାକହି ସୁରେଶ ଏକ ବଲେରୋ ଗାଡିରେ ତାଙ୍କୁ ଧରି ମାଲକାନଗିରି ଆସିଥିଲେ । ପୁର୍ବରୁ ପ୍ରସ୍ତୁତି ଅନୁସାରେ ମାଲକାନଗିରି ଥାନାସ୍ଥ ଏମଭି୧୧ଗ୍ରାମର ଚଚଂଳମଣ୍ଡଳ ଓ ଅନ୍ୟଜଣେ ବନ୍ଧୁ ସୁରଜଖାନ ଙ୍କ ସହିତ ଏକତ୍ର ବସି ମଦ୍ୟପାନକରିଥିଲେ । ରାମନିବାସଙ୍କୁ ଅତ୍ୟଧିକ ମଦ୍ୟପାନ କରାଇ ମାଲକାନଗିରି ଛତିଶଗଡ ସୀମାନ୍ତର କୌଣସି ଏକ ସ୍ଥାନରେ ରାମନିବାସଙ୍କୁ ନିର୍ମମଭାବେ ହତ୍ୟା କରି ସେହି ବଲେରୋ ଗାଡିରେ ପୁଣି ଛତିଶଗଡ କୁ ନେଇ ଏକ ଜଙ୍ଗଲରେ ଫିଙ୍ଗିଦେଇଥିଲେ । ଚଚଂଳ ମଣ୍ଡଳ,ସୁରଜଖାନ ମାଲକାନଗିରି କୁ ଫେରି ଆସିଥିବାବେଳେ ସୁରେଶ ସରକାର ଦରନାପାଲ କୁ ପଳାଇଥିଲେ । ମାଲକାନଗିରି ଜିଲ୍ଲାସୀମାନ୍ତ ସୁକୁମାଜିଲ୍ଲାର ଜଣେ ଯବାନଙ୍କ ମୃତଶରୀର ଗତ ୧୨ତାରିଖ ଦିନ ଜଙ୍ଗଲରୁ ମିଳିବା ଓ ଏହା କୁ ମାଓବାଦୀଙ୍କ ହତ୍ୟାକାଣ୍ଡ ବୋଲି ରୁପ ଦିଆଯାଇଥିଲା । ଜଣେ ଯବାନଙ୍କ ମୃତ ଶରୀର ଜଙ୍ଗଲରେ ପଡିଥିବା ଦେଖି ଏହା ମାଓବାଦୀଙ୍କ କାଣ୍ଡ ହୋଇଥାଇ ପାରେ ବୋଲି ପୁଲିସ ସନ୍ଦେହକରି ତଦନ୍ତ ଆରମ୍ଭ କରିଥିଲେ । ପୁଲିସର ତଦନ୍ତରୁ ଜଣାପଡିଲା ଏହା ମାଓବାଦୀଙ୍କ ହତ୍ୟାକାଣ୍ଡନୁହଁ ଏହା ଏକ ସୁକଳ୍ପିତ ହତ୍ୟାକାଣ୍ଡ । ସୁକୁମାପୁଲିସ, ଅତ୍ୟାଧୁନିକ ବୈଜ୍ଞାନିକ କଳାକୈଶଳ ପ୍ରୟୋଗରେ ତଦନ୍ତ ଆରମ୍ଭ କରିଦେଲେ । ରାମନିବାସ ଙ୍କ ମୋବାଇଲ ଫୋନକୁ ଟ୍ରାକକରି ସବୁଜଣାପାରିଲେ ତାଙ୍କ ସହିତ କିଏ ଯୋଗା ଯୋଗ କରିଛି । ସେଥିରୁ ଜଣାପଡିଲା ରାମନିବାସଙ୍କ ବନ୍ଧୁ ସୁରେଶ ସବୁବେଳେ ତାଙ୍କ ମୋବାଇଲରେ କଥା ହୋଇଛନ୍ତି ଏପରିକି ମୃତ୍ୟୁର ଆଗଦନି ଓ ସେହି ଦିନ ମଧ୍ୟ । ଦରନାପାଲରୁ ସୁରେଶକୁ ପୁଲିସ ଗିରଫକରି ପ୍ରଥମେ ତାଙ୍କ ବୟାନ ନେଇ ମାଲକାନଗିରି କୁ ତାଙ୍କୁ ଧରି ଆସିଥିଲେ । ମାଲକାନଗିରି ଏସପି ଜଗମୋହନ ମୀନା ଙ୍କ ସହିତ ସୁକୁମା ଏସପି ଯୋଗା ଯୋଗକରି ମାଲକାନଗିରି ପୁଲିସ ସହାୟତାରେ ଏମଭି୧୧ରୁ ଅନ୍ୟଏକ ଅପରାଧି ଚଚଂଳ ମଣ୍ଡଳଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ । ଅନ୍ୟଜଣେ ସହ ଯୋଗୀ ସୁରଜ ଖାନ ଫେରାର ହୋଇ ଯାଇଥିବାରୁ ତାଙ୍କୁ ଗିରଫ କରାଯାଇପାରିନାହିଁ ସୁକୁମା ଓ ମାଲକାନଗିରି ଜିଲ୍ଲାପୁଲିସ ତାଙ୍କୁ ଖୋଜା ଚଲାଇଛି । ଗିରଫ ସୁରେଶ ଓ ଚଚଂଳମଣ୍ଡଳ ସୁକୁମା ପୁଲିସ ନିକଟରେ ହତ୍ୟାକରିଥିବାର ସ୍ୱିକାର କରିଛନ୍ତି । ହତ୍ୟାକାଣ୍ଡରେ ବ୍ୟବହୃତ କଟୁରି ଓ ମଟରସାଇକେଲ କୁ ପୁଲିସ ଜବତ କରିଛି । ରାମନିବାସଙ୍କୁ ହତ୍ୟାକରିବା ପାଇଁ ସୁରେଶ ସୁପାରୀ କିଲର ଭାବେ ଚଚଂଳ ମଣ୍ଡଳ ଓ ସୁରଜଖାନଙ୍କୁ ଏକ ଲକ୍ଷଟଙ୍କା ଦେଇଥିବାର ପୁଲିସ କହିଛି । ଏ ସଂପର୍କରେ ସୁକୁମା ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ଦୁଇଜଣ ଆସିମିଙ୍କୁ ଉପସ୍ଥିତ କରି ହତ୍ୟାକାଣ୍ଡ ର ପର୍ଦ୍ଦାଫାଶ କରିଥିଲେ । ଗିରଫ ସୁରେଶ ସରକାର ଓ ଚଚଂଳମଣ୍ଡଳଙ୍କୁ କୋର୍ଟ ଚାଲାଣ କରାଯାଇଛି । ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାଭଳି ଛଟିଆ ସ୍ଥାନରେ ସୁପାରି କିଲର ଙ୍କ ଦ୍ୱାରା ଛତିଶଗଡ ରାଜ୍ୟର ଜଣେ ଯବାନଙ୍କୁ ନିର୍ମମଭାବେ ହତ୍ୟାକରିବା ଘଟଣା ସମଗ୍ର ମାଲକାନଗିରି ଜିଲ୍ଲାରେ ଭୟ ଓ ଆତଙ୍କର ବତାବରଣ ସୃଷ୍ଟିକରିଛି । ମାଲକାନଗିରି ଜିଲ୍ଲାକୁ ଏବେ ବହୁସଂଖ୍ୟାରେ ଅନୁପ୍ରବେଶ କାରୀଙ୍କ ଧାଡି ଛୁଟୁଥିଲେ ମଧ୍ୟ ଜିଲ୍ଲାପ୍ରଶାସନର ନିରବତା ସେମାନଙ୍କ ପାଇଁ ଅପରାଧର ବାଟ ଫିଟାଇଦେଇଛି । ଆଦିବାସୀ ଅଧ୍ୟୁଷିତ ଶାନ୍ତସରଳ ମାଲକାନଗିରି ଜିଲ୍ଲାରେ ଏବେ ଅଶାନ୍ତର ବାତାବରଣ ସୃଷ୍ଟି ହେଲାଣି ,ଜିଲ୍ଲାପ୍ରଶାସନ ଓ ପୁଲିସ ପ୍ରଶାସନ ବେଳୁହିଁ ସାବଧାନ ନହେଲେ ପରିଣତି ଭୟାବହ ହେବା ଘଟଣାକୁ ଏଡାଇ ଦିଆଯାଇ ନପାରେ ।
ବନ୍ଧୁପତ୍ନୀ ଙ୍କ ସହ ପ୍ରେମରେ ବିଫଳତା ହେବାପରେ ହତାଶ ପ୍ରେମିକ ହତ୍ୟାକଲେ ବନ୍ଧୁଙ୍କୁ
|
July 17, 2019 |