ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା ଓ ସୁନାଗହଣା ଲୁଟି ନେଲେ

Spread the love

ବଲାଙ୍ଗୀର, 24.01.2021 (ସନ୍ଧାନ ନିଉଜ୍): ରାତି ଅଧରେ ଲୁଟ୍‌। ପ୍ରଥମେ କବାଟ ଭାଙ୍ଗି ଘରେ ପଶିଲେ, ତାପରେ ବନ୍ଧୁକ ଦେଖାଇ ଲୁଟିନେଲେ ସର୍ବସ୍ବ। ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ଶାନ୍ତିପୁର ଗ୍ରାମରେ ଘଟିଛି ଏଭଳି ଘଟଣା।ମିଳିଥିବା ସୂଚନାନୁସାରେ, ଶୁକ୍ରବାର ବିଳମ୍ବିତ ରାତିରେ ପ୍ରାୟ ୨୦ରୁ ୨୫ ଜଣ ଦୁର୍ବୁତ୍ତ ଶାନ୍ତିପୁର ଗ୍ରାମର ଆର୍ତ୍ତରଣ ସାହୁଙ୍କ ଘରେ ପହଂଚି ଥିଲେ । ମାରଣାସ୍ତ୍ର ସହ ବନ୍ଧୁକ ଦେଖାଇ କବାଟ ଭାଙ୍ଗି ଭିତରକୁ ପଶିଥିଲେ । ପରେ ଘର ମାଲିକଙ୍କୁ ଆକ୍ରମଣ କରି ପ୍ରାୟ ୬ରୁ ୭ ଲକ୍ଷ ଟଙ୍କା ସହିତ ୧୫/୧୭ ଭରି ସୁନା ଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ପାଇବା ପରେ ଶନିବାର ସକାଳୁ ଖପ୍ରାଖୋଲ ଥାନା ପୋଲିସ ସହିତ ବଲାଙ୍ଗୀର ଆରକ୍ଷୀ ଅଧିକ୍ଷକ ନିତିନ କୁସଲକର ପହଞ୍ଚି ଛାନଭିନ ଜାରି ରଖିଛନ୍ତି। ଘଟଣାସ୍ଥଳରେ ସାଇଣ୍ଟି ଫିକ ଦଳ ମଧ୍ୟ ପହଁଚି ତଦନ୍ତ ଜାରି ରଖିଛନ୍ତି ।

Related Posts

About The Author

Add Comment