ଯାଜପୁର ସଦର, ୧୨ା୦୬/ସନ୍ଧାନ ନିଉଜ: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ ବନ୍ଧଡିହ ପଂଚାୟତର ବନ୍ଧଡିହ ହାଇସ୍କୁଲ ପରିଶରରେ ୧୯୯୯ ମସିହା ମାଟ୍ରିକ ବ୍ୟାଚର ବନ୍ଧୁମିଳନ ଉତ୍ସବ ଅନୁଷ୍ଟିତ କରାଯାଇଥିଲା । ଏହି ଅବସରରେ ବନ୍ଧଡିହ ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ସ୍ୱର୍ଣ୍ଣମୟୀ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଟିତ କରାଯାଇଥିଲା । ଏହି ଅବସରରେ ବନ୍ଧଡିହ ହାଇସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ଯଶୋବନ୍ତ ଲେଙ୍କା ପ୍ରଦ୍ୱିପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ଏହାକୁ ଉଦ୍ଘାଟନ କରିଥିଲେ । ଛାତ୍ର ଛାତ୍ରୀଙ୍କ ମଧ୍ୟରେ ମମତା, ସ୍ନେହ, ଭଲପାଇବା ଆଦର୍ଶ ଭାବରେ ବନ୍ଧୁପରିଚୟକୁ ସୃଷ୍ଟି କରି ପାରିଲେ ଏହା ସୁଦୃଢ଼ ହେବା ସହିତ ଭାଇଚାରର ସମ୍ପର୍କ ରହି ପାରିବ ବୋଲି ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀ ଲେଙ୍କା ତାଙ୍କ ବକ୍ତବ୍ୟରେ କହିଥିଲେ । ଛାତ୍ର ଛାତ୍ରୀ ମାନେ ଅନ୍ୟକୁ ସାହାଯ୍ୟ କରିବା ଏକ ବଡ଼ ମହତ କାର୍ଯ୍ୟ ବୋଲି ଏହି ବିଦ୍ୟାଳୟର ଜଣେ ଛାତ୍ର ଶ୍ରୀ ମିଶ୍ର ସଡ଼କ ଦୃଘଟଣାରେ ଗୁରୁତର ଆହତ ହୋଇଥିବା ବେଳେ, ସାହାଯ୍ୟ ସହାନୁଭୁତିକୁ ସାଙ୍ଗ ମାନଙ୍କ ସାହାଯ୍ୟକୁ କେବା ଭୁଲି ପାରିବି ନାହିଁ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ୨୦ଲକ୍ଷ ଟଙ୍କାର ବନ୍ଧୁତାର ହାତ ବଢ଼ାଇଥିବା ଏହି ବିଦ୍ୟାଳୟର ପୂର୍ବତ ଛାତ୍ର ଛାତ୍ରୀ ସହଯୋଗରେ ହାତ ବଢ଼ାଇ ଥିବାରୁ ମୁଁ ପୂନଃର୍ଜନ୍ମ ପାଇଲି ବୋଲି ଶ୍ରୀ ମିଶ୍ର ଏହା ହେଉଚି ପ୍ରକୃତ ବନ୍ଧୁର ପରିଚୟ ବୋଲି ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀ ଲେଙ୍କା ବନ୍ଧଡିହ ହାଇସ୍କୁର ପ୍ରଧାନ ଶିକ୍ଷୟତ୍ରୀ ସ୍ୱର୍ଣ୍ଣମୟୀ ଆଚାର୍ଯ୍ୟ ଉଚ୍ଚ ପ୍ରଶଂସା କରିବା ସହିତ ଏହି ପରି ଭାଇଚାରା ବଜେଇ ରଖିବା ପାଇଁ ପରାମର୍ଶ ଦେଇଥିଲେ । ଏହି ବିଦ୍ୟାଳୟର ପୂର୍ବତନ ଶିକ୍ଷକ, ଶିକ୍ଷୟତ୍ରୀ ଯୋଗଦାନ କରିଥିଲେ । ସେମାନେ ହେଲେ ଇନ୍ଦ୍ରମଣୀ ନାୟକ, ସ୍ୱର୍ଣ୍ଣମୟୀ ଆଚାର୍ଯ୍ୟ ଅବସର ଶିକ୍ଷକ ଶରତ ସାହୁ, ପୂର୍ବତ ପ୍ରଧାନ ଶିକ୍ଷକ ବଟକୃଷ୍ଣ ଜେନା, ରାଜିବ ଲୋଚନ ବେହେରା, ପୂର୍ବତନ ଶିକ୍ଷକ ଭାସ୍କୁର ପଣ୍ଡା, ରବିନ୍ଦ୍ର ଦାଶ, ପଦ୍ମନାଭ ସାହୁ, ଗଦାଧର ଦାଶ, ଯଶୋବନ୍ତ ଲେଙ୍କା, ୨୦୦୦ ମସିହାର ଛାତ୍ର ଛାତ୍ରୀ ମାନେ ସେମାନଙ୍କର ପ୍ରିୟ ଗୁରୁଜୀ ଏବଂ ଗୁରୁମାଙ୍କୁ ଫୁଲ, ଚନ୍ଦନ ଦେଇ ବନ୍ଦନା କରିବା ସହିତ ମଞ୍ଚ ଉପରକୁ ପାଛୋଟି ନେଇଥିଲେ । ଏହି ବିଦ୍ୟାଳୟର ପୂର୍ବତନ ଚତୁର୍ଥଶ୍ରେଣୀ କର୍ମଚାରୀ ପଞ୍ଚାନନ ବେହେରା, ଉମାକାନ୍ତ ଜେନା, ଦେବେନ୍ଦ୍ରନାଥ ଘୋଷାଲ, ଏସଏମଏସି କମିଟିର ସଭାପତି ପ୍ରଶନ୍ନ ସାହୁ ଯୋଗଦେଇଥିବା ବେଳେ, ଛାତ୍ର ଛାତ୍ରୀ ମାନଙ୍କ ପକ୍ଷରୁ ତାଙ୍କ ଗୁରୁଜୀ ଏବଂ ଗୁରୁମାଙ୍କୁ ଉପଢ଼ୌକନ, ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଦିତ କରିଥିଲେ । ଏହି ବିଦ୍ୟାଳୟର ୫୦ ବର୍ଷ ସୁବର୍ଣ୍ଣ ଜୟନ୍ତୀ ଜୁବୁଲି ଉତ୍ସବ କରିବା ପାଇଁ ଶିକ୍ଷକ ଇନ୍ଦ୍ରମଣୀ ନାୟକ ପ୍ରସ୍ତାବ ଦେଇଥିବା ବେଳେ, ଏହି ବିଦ୍ୟାଳୟରୁ ପାଠ ପଢ଼ି ପ୍ରଶାସନର ଉଚ୍ଚ ପଦସ୍ତ ଅଧିକାରୀ ସ୍ୱର୍ଣ୍ଣପଭା ସାହୁଙ୍କୁ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉଚ୍ଚ ପ୍ରଶଂସା କରିଥିଲେ । ଏହା ଏକ ମହାମିଳିନ ବୋଲି ପୂର୍ବତନ ଶିକ୍ଷକ ଭାସ୍କର ପଣ୍ଡା ଉଚ୍ଚ ପ୍ରଶଂସା କରିବା ସହିତ ଏହିପରି ଭାଇଚାରା ରଖିଭା ସହିତ ଶ୍ରୀ ମିଶ୍ରଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଇଥିବାରୁ ପୂର୍ବତନ ଶିକ୍ଷକ ମାନେ ପ୍ରଶଂସା କରିଥିଲେ । ଶିକ୍ଷକ ମାନଙ୍କ କଣ୍ଠରୁ ବେଦଧ୍ୱନୀରେ ପ୍ରକମ୍ପିତ ହୋଇ ଉଠିଥିଲା । ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ଛାତ୍ର ଛାତ୍ରୀଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ।
ବନ୍ଧଡିହ ହାଇସ୍କୁଲରେ ୧୯୯୯ ମସିହା ବ୍ୟାଚର ବନ୍ଧୁମିଳନ ଉତ୍ସବ
|
June 16, 2023 |