ବନ୍ଧଡିହ ସରକାରୀ ଉଚ୍ଚ ବିଦ୍ୟାଳୟରେ ବନ୍ଧୁମିଳନ ଉତ୍ସବ ଅନୁଷ୍ଟିତ

Spread the love

ଯାଜପୁର ସଦର, ୨୩ା୦୧: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବନ୍ଧଡିହ ପଂଚାୟତ ବନ୍ଧଡିହ ସରକାରୀ ମଧ୍ୟ ଉଚ୍ଚ ବିଦ୍ୟାଳୟର ୨୦୦୦ ମସିହସ ମାଟ୍ରିକ ବ୍ୟାଚର ବନ୍ଧୁମିଳନ ଉତ୍ସବ ଅନୁଷ୍ଟିତ ହୋଇଯାଇଛି । ବନ୍ଧଡିହ ସରକାରୀ ମଧ୍ୟ ଉଚ୍ଚ ବିଦ୍ୟଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଜସୋବନ୍ତ ଲେଙ୍କା ମୁଖ୍ୟ ଅତିଥି ଭାବେ ଯୋଗଦେଇ ୨୦୦୦ ମସିହା ବନ୍ଦୁ ମିଳନ ଉତ୍ସବକୁ ପ୍ରଦ୍ୱିପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ । ସମ୍ମାନୀୟ ଅତିଥି ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସ୍ନେହଲତା ଆଚର୍ଯ୍ୟଙ୍କ ସଭାପତିତ୍ୱରେ ଏହି ସଭା ଅନୁଷ୍ଟିତ ହୋଇଥିଲା । ଏହି ବିଦ୍ୟାଳୟର ପୂର୍ବତନ ୨୦୦୦ ମସିହାର ଛାତ୍ର ଜତିନ କୁମାର ସ୍ୱାଇଁଙ୍କ ସଞ୍ଚଳନରେ ପୂର୍ବତନ ଶିକ୍ଷକ ମାନଙ୍କ ପ୍ରତି ଥିବ ଭକ୍ତି ଭୟ ଏବଂ ଭଲପାଇବା ଶ୍ରୀ ସ୍ୱାଇଁ ତାଙ୍କ ବକ୍ତବ୍ୟରେ କହିଥିଲେ । ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁ ସାକ୍ଷାତ ପରମବ୍ରହ୍ମ ତସମେଶ୍ରୀ ଗୁରୁବେ ନମୋଃ । ଗୁରୁଦେବ ମାନଙ୍କ ପ୍ରତି ଭଲପାଇବା ଛାତ୍ର ଛାତ୍ରୀ ମାନଙ୍କର କର୍ତ୍ତବ୍ୟ ବୋଲି ମଞ୍ଚସୀନ ଶିକ୍ଷକ ମାନେ ଏହି ବିଦ୍ୟାଳୟରୁ ଅବସର ନେଇଥିବା ଶିକ୍ଷକ ମାନଙ୍କର ଛାତ୍ର ଛାତ୍ରୀ ମାନଙ୍କ ପ୍ରତି କିପରି ନିର୍ଦ୍ଦେଷ ରହିଥିଲା ଶିକ୍ଷକ ମାନେ ତାଙ୍କ ବକ୍ତବ୍ୟରେ କହିଥିଲେ । ୨୦୦୦ ମସିହା ମ୍ୟାଟ୍ରିକ ବ୍ୟାଚର ଛାତ୍ର ଛାତ୍ରୀ ମାନେ ଉପଢ଼ୌକନ ପୁଷ୍ପଗୁଚ୍ଛ ଦେଇ ତାଙ୍କର ପ୍ରିୟ ଶିକ୍ଷକ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ସମ୍ବର୍ଦ୍ଧନା ସଭାରେ ଅବସର ପ୍ରାପ୍ତ ଶିକ୍ଷକ ମାନେ ହେଲେ ଯଶୋବନ୍ତ ଲେଙ୍କା, ରବିନ୍ଦ୍ର ଦାଶ, ଭାସ୍କର ଚନ୍ଦ୍ର ପଣ୍ଡା, ପଦ୍ମନାଭ ଜେନା, ଦୟାନିଧି ଶତପଥି, ଶରତ କୁମାର ସାହୁ, କ୍ରିଡ଼ା ଶିକ୍ଷକ ସୀତାନାଥ ସାମଲ, ଇନ୍ଦ୍ରମଣୀ ନାୟକ ପ୍ରମୁଖ ଯୋଗଦାନ କରିଥିଲେ । ଏହି ବିଦ୍ୟାଳୟର ୪ର୍ଥ ଶ୍ରେଣୀ କର୍ମଚାରୀ ଭାବରେ ଅବସର ନେଇଥିବା ଦେବେନ୍ଦ୍ର ଘୋସାଲ, ପଞ୍ଚାନନ ବେହେରା, ଉମାକାନ୍ତ ଜେନା ଯୋଗଦେଇଥିବା ବେଳେ, ବିଦ୍ୟଳୟର ପୂର୍ବତନ ଛାତ୍ର ଛାତ୍ରୀ ମାନେ ଏହି କର୍ମଚାରୀ ମାନଙ୍କୁ ପୁଷ୍ପଗୁଚ୍ଛ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଯୋଗଦେଇଥିବା ଏହି ବନ୍ଧୁ ମିଳନ ଉତ୍ସବରେ ଛାତ୍ର ଛାତ୍ରୀ ଏହି ବିଦ୍ୟାଲୟକୁ ସୁବର୍ଣ୍ଣ ଜୟନ୍ତୀ ଜୁବୁଲି ଉତ୍ସବ ପାଳନ କରାଯିବା ପାଇଁ ଛାତ୍ର ଜତିନ କୁମାର ସ୍ୱାଇଁ ଏବଂ ସହପାଠି ମାନେ ପ୍ରସ୍ଥାବ ଦେଇଥିଲେ । ଏହି ବିଦ୍ୟାଳୟର ୨୦୦୦ ମାଟ୍ରିକ ବ୍ୟାଚର ବନ୍ଧୁମିଳନ ସମାରୋହରେ ଛାତ୍ର ଜତିନ ସ୍ୱାଇଁ, ଦେବପ୍ରଶନ୍ନ ମହାନ୍ତି, ପ୍ରତାପ କୁମାର ସାହୁ, ଦିଲିପ ବେହେରା, ଉଦୟ ରଣା, ପ୍ରଦପ ରାଉତ, ବିଚିତ୍ର କୁମାର ପାଢ଼ୀ, ଆଶିଷ କୁମାର ପ୍ରଧାନ ଓ ଅନ୍ୟ ଛାତ୍ର ଛାତ୍ରୀ ମାନେ ଯୋଗଦାନ କରିଥିଲେ । ଜତିନ କୁମାର ସ୍ୱାଇଁ ଅତିଥି ପରିଚରୟ ପ୍ରଦାନ କରିଥିଲେ ।

Related Posts

About The Author

Add Comment