ବନ୍ଧଡିହ ପଂଚାୟତ ସାହାପଡ଼ା ଗ୍ରାମର ଚୋରୀ

Spread the love

ଯାଜପୁର ସଦର,୦୮ା୧୧, (ସନ୍ଧାନ ନ୍ୟୁଜ): ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ ବନ୍ଧଡିହ ପଂଚାୟତ ସାହାପଡ଼ା ଗ୍ରାମର ଶ୍ରୀ ଦାସଙ୍କ ଘରେ ଦୃବୁର୍ତ୍ତମାନେ ପଶି ଲୁଟ କରିଥିବା ବ୍ରହ୍ମବରଦା ଫାଣ୍ଡିରେ ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ, ସାହାପଡ଼ା ଗ୍ରାମର ଅକ୍ଷୟ ଦାସଙ୍କ ଘରୁ ଦୃବୁର୍ତ୍ତମାନେ ବିଳମ୍ବିତ ରାତିରେ ଘରେ ପଶି ଲକ୍ଷ୍ୟାଧିକ ଟଙ୍କାର ଆସବାସ ପତ୍ର ଲୁଟ କରିଥିବା ଜଣାଯାଇଚି । ଚୋରୀ ହୋଇଥିବା ଜିନିଷ ମଧ୍ୟରେ ମଙ୍ଗଳସୁତ୍ର, ସୁନା କାନଫୁଲ, ସୁନା ବାଉଟି, ମୁଦି ୨ଟା, ରୁପା ପାଉଁଜି ୩ହଳ, ଗୋଟିଏ ମୋବାଇଲ ଓ ନଗଦ ୨୦ ହଜାର ଟଙ୍କା ଚୋରମାନେ ଲୁଟ କରିଥିବା ଜଣାଯାଚି । ଘଟଣାରୁ ସ୍ଥଳରେ ବ୍ରହ୍ମବରଦା ପୋଲିସ ପହଁଞ୍ôଚ ତଦନ୍ତ କରୁଥିବା ବେଳେ, ଆମ ପ୍ରତିନିଧି ବ୍ରହ୍ମବରଦା ଫାଣ୍ଡି ଅଧିକାରୀଙ୍କୁ ପଚାରିବାରୁ ତଦନ୍ତ କରାଯାଉଚି ବୋଲି ଫାଣ୍ଡି ଅଧିକାରୀ ଏସ୍ ଦାଶରଥି ପାତ୍ର ସୂଚନା ଦେଇଥିଲେ । ରିପୋର୍ଟ ଲେଖା ହେବାବେଳକୁ ଚୋରୀ ହୋଇଥିବା ଗହଣା ଗୁଡ଼ିକ ମିଳିନଥିବା ବେଳେ, ବ୍ରହ୍ମବରଦା ପୋଲିସ ପକ୍ଷରୁ କାହାରିକୁ ଗିରଫ କରାଯାଇନାହିଁ ବୋଲି ଫାଣ୍ଡି ଅଧିକାରୀ ସୂଚନା ଦେଇଥିଲେ । ଏ ଅଞ୍ଚଳରେ କିଛିଦିନ ହେଲା ବାରମ୍ବାର ଚୋରି ହେଉଥିବା ଦେଖିବାକୁ ମିଳୁଥିବା ବେଳେ, ପୋଲିସ ପକ୍ଷରୁ କଡ଼ା ପଦକ୍ଷେପ ନିଆଯିବା ପାଇଁ ଜନସାଧାରଣଙ୍କ ପକ୍ଷରୁ ଦାବି କରାଯାଉଚି ।

 

Related Posts

About The Author

Add Comment