ବନ୍ଧଡିହ ପଂଚାୟତର ସରପଂଚ ଦାୟୀତ୍ୱ ନେଲେ

Spread the love

ଯାଜପୁର, ୧୪/୦୩/୨୦୨୨ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବନ୍ଧଡିହ ପଂଚାୟତର ସରପଂଚ ବିକ୍ରମ କୁମାର ବେହେରା ଆଜି ଦିନ ୧୦ଟା ସମୟରେ ସ୍ୱପ୍ନେଶ୍ୱର ମହାଦେବଙ୍କ ଦର୍ଶନ ସାରି ବନ୍ଧଡିହ ପଂଚାୟତର ଗ୍ରାମ ଦେବତୀ ଭଗବତୀଙ୍କ ପିଠରେ ପହଁଞ୍ଚô ମାଙ୍କ ଆର୍ଶିବାଦ ନେଇ ବନ୍ଧଡିହ ପଂଚାୟତ କାର୍ଯ୍ୟାଳୟରେ କର୍ମୀମାନଙ୍କ ଗହଣରେ ଯାଇ ଶ୍ରୀଯୁକ୍ତ ବେହେରା ରସୁଲପୁର ବ୍ଲକର ଭିଏଲଡବ୍ଲୁ ନିକୁଞ୍ଜ କୁମାର ରାଉତଙ୍କ ଠାରୁ ଶପଥ ନେବାପରେ ପଂଚାୟତ ଦାୟୀତ୍ୱ ନେଇଥିଲେ । ଭିଏଲଡବ୍ଲୁ ନିକୁଞ୍ଜ କୁମାର ରାଉତ ଶ୍ରୀ ବେହେରାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଦିତ କରିବା ସହିତ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଶ୍ରୀ ବେହେରାଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହି ଅବସରରେ ପଂଚାୟତର ୪ର୍ଥ ଶ୍ରେଣୀ କର୍ମଚାରୀ କାଳନ୍ଦି ଚରଣ ବାରିକ ପୁଷ୍ପଗୁଚ୍ଛ ଦେଇ ସରପଂଚ ଶ୍ରୀ ବେହେରାଙ୍କୁ ସରପଂଚ ଆସନକୁ ପାଛୋଟି ନେଇଥିଲେ । ନୂତନ ସରପଂଚ ଭାବରେ ଶ୍ରୀ ବେହେରା ଯୋଗଦେଇ ପଂଚାୟତର ଉନ୍ନତି ମୂଳକ କାର୍ଯ୍ୟ କରିବା ସହିତ ୧୫ଟି ୱାର୍ଡର ସମସ୍ୟାକୁ ଦୃଷ୍ଟି ଦେବା ସହିତ ସମସ୍ତ ୱାର୍ଡ଼ର ସଭ୍ୟ ମାନଙ୍କ ମତାମତକୁ ଆଖିଆଗରେ ରଖି ପଂଚାୟତ କାର୍ଯ୍ୟ କରାଯିବ ବୋଲି ଆମ ଜିଲ୍ଲା ପ୍ରତିନିଧିଙ୍କୁ ସୂଚନା ଦେଇଥିଲେ । ପଂଚାୟତ କାର୍ଯ୍ୟାଳୟରେ ଶ୍ରୀ ବେହେରା ପହଁଞ୍ଚô କଳିଙ୍ଗର ଭୂମିିପୁତ୍ର ବିଜୁ ବାବୁଙ୍କ ଫଟୋ ଚିତ୍ରରେ ବିଜୁ ବାବୁଙ୍କ ସ୍ୱପ୍ନକୁ ପଂଚାୟତରାଜକୁ ମୋ ପଂଚାୟତର ଗରିବ ଲୋକମାନଙ୍କୁ ସୁଖ ଦୁଃଖରେ ଭାଗିହେବା ସହିତ ସମସ୍ତ ଗ୍ରାମବାସୀ ମାନଙ୍କୁ ନେଇ କାର୍ଯ୍ୟ କରିବି ବୋଲି ଶ୍ରୀ ବେହେରା ସୂଚନା ଦେଇଥିଲେ ।

Related Posts

About The Author

Add Comment