ବନ୍ଧଡିହ ପଂଚାୟତରେ ଆମ ବ୍ୟାଙ୍କ ଉଦ୍ଘାଟନ

Spread the love

ଯାଜପୁର ସଦର, ୦୧ା୦୩: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବନ୍ଧଡିହ ପଂଚାୟତର ବନ୍ଧଡିହ ନର୍ସରୀ ପଡ଼ିଆ ପରିଶରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଜନହିତକର କାର୍ଯ୍ୟ ଲୋକମାନଙ୍କ ପାଖରେ ପହଁଞ୍ଚ ବା ଲାଗି ମାନ୍ୟବର ମୁଖ୍ୟମନ୍ତ୍ରୀ ଭରଚୁଆଲ ମାଧ୍ୟମରେ ଯାଜପୁର ଜିଲ୍ଲାର ବିଭିନ୍ନ ପଂଚାୟତରେ ଆମ ବ୍ୟାଙ୍କକୁ ଉଦ୍ଘାଟନ କରିଥିବା ବେଳେ, ଏହି ଅବସରରେ ବ୍ରହ୍ମବରଦା ଷ୍ଟେଟବ୍ୟାଙ୍କର ଶାଖା ପରିଚାଳକ ମ୍ୟାନେଜର ଚିନ୍ମୟ ପ୍ରଧାନ ଏହାକୁ ଉଦ୍ଘାଟନ କରିଥିଲେ । ବନ୍ଧଡିହ ବ୍ରାଞ୍ଚର ସିଏସପି ମ୍ୟାନେଜର ସୁଶାନ୍ତ କୁମାର ସାହୁ ଯୋଗଦାନ କରିଥିଲେ । ବନ୍ଧଡିହ ପଂଚାୟତର କାର୍ଯ୍ୟନିର୍ବାହି ଅଧିକାରୀ ପିଓ ମାନସ ରଂଜନ ରାଉତ ସେହିପରି ବନ୍ଧଡିହ ପଂଚାୟତର ଜିଆରଏସ ସାଜତ ଖାଁ ଯୋଗଦେଇଥିବା ବେଳେ, ବନ୍ଧଡିହ ପଂଚାୟତର ସହାୟକ ଗୋଷ୍ଠୀର ସଦସ୍ୟା ଏବଂ ସିଆରପି, ଏମବିକେ ଯୋଗଦେଇଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନହିତକର ର୍କ୍ୟା ଆଗେଇ ଚାଲିଥିବା ବେଳେ, ଆଉ ଏକ ଯୋଜନା ଆମ ବ୍ୟାଙ୍କ ହିତାଧିକାରୀ ମାନେ ବ୍ୟାଙ୍କର ସୁବିଧା ପାଇବା ସହିତ ହିତାଧିକାରୀ ।ମେନ ବ୍ୟାଙ୍କରେ ଖାତା ଖୋଲି ଟଙ୍କା ଜମା କରିବା ସହିତ ଟଙ୍କା ନେଣ ଦେଣ କାର୍ଯ୍ୟ ହୋଇପାରିବ ବନ୍ଧଡିହ ପଂଚାୟତର ନ୍ୟାୟବ ସରପଂଚ ଶ୍ରୀମତୀ ରାଉତ ଯୋଗଦେଇଥିବା ବେଳେ, ପଂଚାୟତର ୱାର୍ଡ଼ ସଭ୍ୟ, ସଭ୍ୟା ଏହି ଉଦ୍ଘଟାନୀ ଉତ୍ସବରେ ଯୋଗଦେଇଥିଲେ ।

Related Posts

About The Author

Add Comment