ଯାଜପୁର ସଦର, ୨୦ା୦୨: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ ବନ୍ଧଡିହ ପଂଚାୟତରେ ପ୍ରକାଶ ବେହେରାଙ୍କ ଘରେ ଆଜି ସକାଳ ୮ଟା ସମୟରେ କଟକ ଅବକାରୀ ବିଭାଗ ପକ୍ଷରୁ ଅଚାନକ ଚଢ଼ଉ କରାଯାଇ ୨୦ ବୋତଲ ବିୟର ମଦ ଜବତ କରିବା ସହିତ ପ୍ରକାଶର ସ୍ତ୍ରୀକୁ ଅବକାରୀ ବିଭାଗର ପୋଲିସ ନେଇଯାଇଥିବା ଦେଖିବାକୁ ମିଳିଚି । ଘଟଣାରୁ ପ୍ରକାଶ ଯେ, ବନ୍ଧଡିହ ଗ୍ରାମରେ ମଦ ବେପାର କରି ପରିବାର ଚଳାଉଥିବା ବେଳେ, ପ୍ରକାଶ ଦୃଷ୍ଟି ହିନ ହୋଇଥିବାରୁ ମଦବେପାର କରି ତାର ପରିବାର ଚଳାଏ । ବାରମ୍ବାର ବାରମ୍ବାର ପ୍ରକାଶକୁ ମଦବେପାର କରୁଥିବା ଅଭିଯୋଗରେ କଟକ ଅବକାରୀ ପୋଲିସ କିଛି ଦିନ ତଳେ ପ୍ରକାଶର ମାକୁ ନେଇଯାଇଥିଲା । ପରେ ଅବକାରୀ ବିଭାଗ ପୋଲିସ ଲାଞ୍ଚନେଇ ଛାଡ଼ି ଦେଇଥିବା ଦେଖିବାକୁ ମିଳିଥିଲା । ଏହି ପଂଚାୟତରେ ପ୍ରଚୁର ପରିମାଣର ମଦ ବିକ୍ରି ହୋଇଥିବା ବେଳେ ଅବକାରୀ ବିଭାଗ ପୋଲିସ ଚେଇଁ ଶୋଇଚି । ସ୍ଥାନୀୟ ପୋଲିସ ନଜାଣିବାପରି ରହିଥିବା ବେଳେ, ଦିର୍ଘଦିନ ହେଲା ଦେଶୀ ବିଦେଶୀ ବିକ୍ରି କରୁଚି । ହାତ ଗୁଞ୍ଜା ନେଇ ଅବକାରୀ ବିଭାଗ କାହିଁକି ଛାଡ଼ୁଚି ଏବଂ କାହିଁକି ନେଉଚି ତାହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଚି । ଯାହାକି ମଦର ମାଷ୍ଟର ମାଇଣ୍ଡକୁ ଅବକାରୀ ବିଭାଗ ଗିରଫ ନକରି ଜଣେ ଗରିବ ଦୃଷ୍ଟିହୀନ ପରିବାରକୁ ହଇରାଣ କରୁଚି ।
ବନ୍ଧଡିହରେ ଅବକାରୀ ବିଭାଗର ଚଢ଼ଉ ୨୦ ମଦ ବୋତଲ ଜବତ
|
February 21, 2022 |


