ଯାଜପୁର ସଦର, ୨୧ା୧୧: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବନ୍ଧଡିହ ପଂଚାୟତରେ କରାଯାଇଥିବା ମଧୁବନ ସ୍ୱାସ୍ଥ୍ୟକେନ୍ଦ୍ର ସିଏଚସି ଅଧିନରେ ଉପସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରକୁ ବରୀ ବିଧାୟୀକା ସୁନନ୍ଦା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ । ଏହି ଅବସରରେ ୩୬ ନଂ ଜୋନର ଜିଲ୍ଲାପରିଷଦ ସଭ୍ୟା ଭାରତୀ ବିଶ୍ୱାଳ ଯୋଗଦାନ କରିଥିଲେ । ବନ୍ଧଡିହ ପଂଚାୟତ ସରପଂଚ ବିକ୍ରମ କୁମାର ବେହେରା ଯୋଗଦେଇଥିବା ବେଳେ, ଅନ୍ୟ ମାନଙ୍କ ମଧ୍ୟରେ ବିଜୁ ଜନତା ଦଳର ସଭାପତି ବିକ୍ରମ କୁମାର ନାୟକ, ସୁରେଶ ସାହୁ, ଗୋପାଳ ଦଳେଇ, ପ୍ରମୋଦ ସାହୁ, ବ୍ରହ୍ମବରଦା ସରପଂଚ ପ୍ରତିନିôଦ ରାକେଶ କୁମାର ଦେଉ, ଯୁବନେତା ଚିତ୍ତରଂଜନ ମହାନ୍ତି, ସୁଶାନ୍ତ ସାହୁ, ବନ୍ଧଡିହ ପଂଚାୟତ ଏସଏସଜି ଗ୍ରୁପର ମହିଳା ମାନେ ଯୋଗ ଦେଇଥିଲେ । ବିଜୁ ଜନତା ଦଳର ଆବାହକ ଦେବେନ୍ଦ୍ର ଦାସ ଯୋଗଦେଇଥିବା ବେଳେ, ସରପଂଚ ବହୁ ବିଜେଡ଼ି କର୍ମି ଯୋଗଦେଇଥିଲେ । ସେହିପରି ବିଧାୟୀକା ଶ୍ରୀମତୀ ଦାସ ଅଲାଡ଼ି ସେଠୀ ସାହି କାର୍ତ୍ତିକେଶ୍ୱର ମଣ୍ଡପକୁ ବିଧାୟୀକା ଶ୍ରୀମତୀ ଦାସ ଉଦ୍ଘାଟନ କରିଥିଲେ । କାର୍ତ୍ତିକେଶ୍ୱର ପୂଜା କମିଟିର ସଦସ୍ୟ ମାନେ ଯୋଗଦାନ କରିଥିବା ବେଳେ, ବିଧାୟୀକା ଶ୍ରୀମତୀ ଦାସଙ୍କୁ ପୁଷ୍ପଗୁଚ୍ଛ ଦେଇ ପାଛୋଟି ନେଇଥିଲେ । ଶ୍ରୀମତୀ ଦାସ ବନ୍ଧଡିହ ପଂଚାୟତର ଉପସ୍ୱାସ୍ଥ୍ୟ ଆରୋଗଣ କେନ୍ଦ୍ରକୁ ଉଦ୍ଘାଟନ କରିଥିବା ବେଳେ, ସେଠୀ ସାହି କାର୍ତ୍ତିକେଶ୍ୱର ପୂଜା ମଣ୍ଡପକୁ ଉଦ୍ଘଟାନ କରିଥିଲେ । ଏହି ଉଦ୍ଘାଟନ ଉତ୍ସବରେ ବିଜୁ ଜନତା ଦଳର ୱାର୍ଡ଼ ସଭ୍ୟା ସଭ୍ୟ ଯୋଗଦାନ କରିଥିଲେ ।
ବନ୍ଧଡହି ଉପସ୍ୱାସ୍ଥ୍ୟ ଅରୋଗ୍ୟ କେନ୍ଦ୍ର ଉଦ୍ଘାଟନ
|
November 23, 2022 |