ବଧୂ ନିର୍ଯାତନା ଅଭିଯୋଗ

Spread the love

କୁଳିଅଣା, ୨୪.୦୧.୨୦୨୧(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):- ଝିଅ ବାହାଘର ପାଇଁ ବରଘର ପକ୍ଷରୁ ୧ ଲକ୍ଷ ଟଙ୍କା, ସୁନାଚେନ୍‌ ଓ ମଟସାଇକେଲ ଦାବି ହୋଇଥିଲା । ଆର୍ଥ କ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ବିବାହ ସମୟରେ ୫୦ ହଜାର ଟଙ୍କା ଓ ସମସ୍ତ ଘରକରଣା ଜିନିଷ ଦେଇଥିଲେ ଝିଅର ବାପା। ବିବାହର ବର୍ଷ କ ପରେ ବାକି ଜିନିଷ ତକ ନ ମିଳିବାରୁ ଶାରୀରିକ ଓ ମାନସିକ‌ ନିର୍ଯାତନାର ଶିକାର ହେଲେ ଝିଅ । ଏପରିକି ମାଡ଼ ଦେବା ସହ ଜୀବନରୁ ମାରି ଦେବାକୁ ଉଦ୍ୟମ‌କରିଥିଲେ । ଯନ୍ତ୍ରଣା ଅସହ୍ୟ ହେବାରୁ ବାକି ଜିନିଷ ପତ୍ର ଧରି ଆସି ବା ପାଇଁ ବାପଘର ଲୋକଙ୍କ ସହ‌ ଘରକୁ ଗଲେ । ହେଲେ ସେଠାରେ ସ୍ଵାମୀ ପହଞ୍ଚି ଛାଡ଼ପତ୍ର ଦେବା ପାଇଁ ଚେତାବନୀ ଦେଇ ଆସିଲେ । ଶେଷରେ ମହିଳା ଜଣକ ଉପାୟ ନପାଇ ଥାନାର ଦ୍ଵାରସ୍ତ ହୋଇଛନ୍ତି । କୁଳିଅଣା ଥାନା ଅନ୍ତର୍ଗତ ବଡ଼ ନୂଆଁଗାଁ ଗ୍ରାମର ରବୀନ୍ଦ୍ର ବାରିକ୍ଙ୍କ କନ୍ୟା ରେଖାରାଣୀ(୨୬)ଙ୍କଠାରେ ଏମିତି ହୋଇଛି । ଏ‌ ନେଇ ସେ ଗତକାଲି କୁଳିଅଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସୂଚନାନୁଯାୟୀ, ରବୀନ୍ଦ୍ର ବାରିକ୍ ଙ୍କ କନ୍ୟା ରେଖାରାଣୀ ବାରିକ୍(୨୬) ଜୁଲାଇ ୭, ୨୦୧୯ରେ ଓ ବହଡ଼ାଗୋଡ଼ା ଥାନା ଅନ୍ତର୍ଗତ ବେଦା ଗ୍ରାମର  ଶମ୍ଭୁନାଥ ବାରିକ୍ଙ୍କ ପୁତ୍ର ଜୟନ୍ତ କୁମାର ବାରିକଙ୍କୁ ର ବିବାହ କରିଥିଲେ । ବିବାହବେଳେ ବରପକ୍ଷରୁ ୧ ଲକ୍ଷ ଟଙ୍କା, ସୁନାଚେନ୍ ଓ ମଟର ସାଇକେଲ ଯୌତୁକ ଦାବି କରାଯାଇଥୁଲା । ତଦନୁସାରେ ସମ୍ପୃକ୍ତ ମହିଳାଙ୍କ  ବାପାଘରର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନଥିବାରୁ ସେ ୫୦ ହଜାର ଟଙ୍କା ଓ ସମସ୍ତ ଘରକରଣା ଜିନିଷ ଦେଇଥିଲେ । ମାତ୍ର ସୁନାଚେନ୍ ଓ ମଟରସାଇକେଲ ଦେଇପାରି ନଥିଲେ । ବିବାହର ୧ ମାସ ପରେ ଅବଶିଷ୍ଟ ଯୌତୁକ ଦାବିକରି ତାହା ତାଙ୍କୁ ତାଙ୍କ ବାପଘରୁ ଆଣିବାକୁ ଶ୍ଵଶୁରଘର ଲୋକେ ସବୁବେଳେ ଶାରିରୀକ ଓ ମାନସିକ ନିର୍ଯାତନା ଦେଉଥିଲେ। ପ୍ରକାଶଥାଉକି, ସଂପୃକ୍ତ ବିବାହିତ ମହିଳାଙ୍କ ସ୍ଵାମୀ ଜଣେ ଗ୍ରାମ ରୋଜଗାର ସେବକ ଭାବେ କାର୍ଯ୍ୟକରନ୍ତି । ରେଖାରାଣୀଙ୍କୁ ତାଙ୍କ ବାପଘରକୁ ଯିବାକୁ ଦିଅନ୍ତି ନାହିଁ । ଗତ ୨୦୧୯ ଦୁର୍ଗାପୂଜାରେ ବାପଘରକୁ ବାହୁଡ଼ା ଯିବା କହି ତାଙ୍କୁ ନେଇ କୁଳିଅଣା ଥାନା ଅନ୍ତର୍ଗତ ଗାଙ୍ଗରାଜ ପଞ୍ଚାୟତ ଅଧୀନ ରଘୁ ନାଥଗଞ୍ଜ ସ୍ଥିତ ରତିକାନ୍ତ ସେପଡ଼ାଙ୍କ ଘରେ ନେଇ ରଖିଥିଲେ । ରେଖାରାଣୀ ସେଠାରେ ରହିବାକୁ ପ୍ରତିବାଦ କରିବାରୁ ଜୟନ୍ତ ତାଙ୍କୁ ଗାଳିଗୁଲଜ ଓ ମାରପିଟ୍ କରି ତାଙ୍କ ଘରକୁ ଫେରାଇ ନେଇଥିଲେ । ଗତ ଜୁନ୍‌ରେ ତାଙ୍କ ସ୍ଵାମୀ ସମେତ ଶାଶୁ ଘର ଲୋକେ ତାଙ୍କୁ ଜୀବନରୁ ମାରିଦେବାର ଉଦ୍ୟମ କରିଥିଲେ । କରୋନା ଯୋଗୁ ଏହି ଘଟଣାର ଏକ ସପ୍ତାହ ପରେ ବାପଘର ଲୋକେ ଶାଶୁ ଘରେ ପହଞ୍ଚି ତାଙ୍କୁ ସେଠାରୁ ଘରକୁ ନେଇ ଆସିଥିଲେ । ଏହାପରେ ତାଙ୍କ ସ୍ବାମୀ ଶଶୁରଘରକୁ ଆସି ତାଙ୍କୁ ଛାଡ଼ପତ୍ର ଦେବେ ବୋଲି ଧମକ ଦେଇଥିଲେ । ଫଳରେ ସମାଧାନର ବାଟ ବନ୍ଦ ହେବା ଜାଣି ସେ କୁଳିଅଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏ ନେଇ କୁଳିଅଣା ଥାନାରେ ୧୨/୨୧ ମୂଳେ ଏକ ମାମଲା ରୁଜୁ ହୋଇଛି ।

Related Posts

About The Author

Add Comment