ବାରିପଦା -୦୬/୦୭ (ସନ୍ଧାନ ନିଉଜ) ମାନସିକ ଓ ଶାରିରୀକ ନିର୍ୟ୍ୟାତନା ଦେଇ ଜଣେ ନବବଧୂଙ୍କୁ ଯୋଜନା ବୋଦ୍ଧ ଭାବେ ମାରି ଦିଆଯାଇଥିବା ତାଙ୍କ ମାଁ ଝିଞ୍ଜିରି ବନ୍ଧ ର ସ୍ବର୍ଗତ ରତ୍ନାକର ଭଟ୍ଟାଚାର୍ୟ୍ୟଙ୍କ ପତ୍ନୀ କ୍ରିଷ୍ଣା ଭଟ୍ଟାଚାର୍ୟ୍ୟ (୫୫) ଟାଉନ ଥାନାରେ ଅଭିଯୋଗ କାରିଛନ୍ତି । ମୃତକ ଜଣଙ୍କ ହେଲେ ପିଙ୍କି ବେହେରା (୨୩) ଯିଏକି ୫ବର୍ଷ ପୂର୍ବେ ପ୍ରେମ ସମ୍ପର୍କରୁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲା । ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି ବାରିପଦା ପୌରାଞ୍ଚଳ ଅନ୍ତର୍ଗତ ଭୁଗୁଡା କଟାଠାରେ ଏହି ଘଟଣାରେ ପୋଲିସ୍ ମୃତକ ପିଙ୍କିଙ୍କ ସ୍ୱାମୀ ପ୍ରଶାନ୍ତ ବେହେରା , ଦେଢଶୁର ହେମନ୍ତ ବେହେରା ଓ ଯାଆ ହେମନ୍ତଙ୍କ ପତ୍ନୀଙ୍କୁ ଗିରଫ କରି କୋର୍ଟ ଚଲାଣ କରିଛି ।
ଟାଉନ୍ ଥାନା ଆଇଆଇସି ବିରେନ୍ଦ୍ର ସେନାପତିଙ୍କ ସୂଚନା ମୁତାବକ ପିଙ୍କି ଓ ପ୍ରଶାନ୍ତ ଦୁହେଁ ପରସ୍ପରକୁ ଭଲପାଇ ବିବାହ କରିଥିଲେ । ଉଭୟଙ୍କର ୪ବର୍ଷର ଏବଂ ଦେଢ ବର୍ଷର ଦୁଇଟି ପୁଅ ଅଛନ୍ତି । ପିଆର୍ଏମ୍ ମେଡିକାଲ୍ କଲେଜରେ ଆଡମିଶନ କାରିବା ପୂର୍ବରୁ ପିଙ୍କିର ମୃତୁ୍ୟ ହୋଇଥିଲା ବୋଲି ଡାକ୍ତର ରିପୋର୍ଟ ଦେଇଛନ୍ତି । ପିଙ୍କିଙ୍କ ମା କ୍ରିଷ୍ଣା ଭଟ୍ଟଚାର୍ଯ୍ୟ ଅଭିଯୋଗ ପତ୍ରରେ ଲେଖିଛନ୍ତି ଯେ ୫ବର୍ଷ ପୂର୍ବେ ତାଙ୍କ ଝିଅ ସହ ଭୁଗୁଡାକଟାର ଅଶୋକ ବେହେରାଙ୍କ ପୁଅ ପ୍ରଶାନ୍ତଙ୍କ ସହ ପ୍ରେମ ବିବାହ ହୋଇଥିଲା । ବିବାହ ପରେ ପିଙ୍କିକୁ ଶାଶୁଘର ଲୋକ ବାରମ୍ବାର ମାନସିକ ଓ ଶାରିରୀକ ଯନ୍ତ୍ରଣା ଦେଇଆସୁଥିଲେ । ଏହି କାରଣରୁ ପିଙ୍କି ବାରମ୍ବାର ବାପଘରକୁ ଚାଲି ଆସୁଥିଲେ । ପିଙ୍କିଙ୍କ ସ୍ୱାମୀ ପ୍ରଶାନ୍ତ ଆସି ପରେ କ୍ଷମା ମାଗି ପୁଣି ଆପୋଷ ବୁଝାବଣା ହୋଇ ପିଙ୍କିକୁ ନେଇ ଯାଇଥିଲେ । ଅଭିଯୋଗ ଅନୁଯାୟୀ୧୫ ଦିନଧରି ପୁଣି ପ୍ରଶାନ୍ତ ପିଙ୍କିଙ୍କୁ ଶାରିରୀକ ନିର୍ଯ୍ୟତନା ଦେବା ସହ ମାରଧର କରି ଘରୁ ତଡି ଦେଇଥିଲେ । ତିନି ଦିନ ପିଙ୍କି ବାପଘରେ ଝିଞ୍ଜିର ବନ୍ଧ ଠାରେ ରହିବା ପରେ , ପିଙ୍କିଙ୍କ ନଣନ୍ଦଅସି ବାଝସୁଝା କାରି ପୁଣି ଶାଶୂଘରକୁ ନେଇଯାଇଥିଲେ । ୪ ତାରିଖ ସକାଳେ ୮ଟାରେ ପିଙ୍କିଙ୍କ ଦେଢଶୁର ହେମନ୍ତ ଆସି ପିଙ୍କି ଅସୁସ୍ଥ ହୋଇ ବାରିପଦା ପିଆର୍ଏମ୍ ମେଡିକାଲ୍ କଲେଜ ହସ୍ପିଟାଲରେ ଚିକିସôିତ ହେଉଥିବା ନେଇ ଖବର ଦେବା ପରେ ପିଙ୍କି ଙ୍କ ମା ଓ ତାଙ୍କ ପରିବାର ଲୋକେ ସଙ୍ଗେ ସଙ୍ଗେ ହସ୍ପିଟାଲ୍ ଯାଇଥିଲେ।ମାତ୍ର ହସ୍ପିଟାଲ ପହଞ୍ଚିଲାବେଳକୁ ପିଙ୍କିର ମୃତ୍ୟୁ ହୋଇଥିବାର ଦେଖିବାକୁ ମିଳିଥିଲା ।ଏହାପରେ ତାଙ୍କ ଝିଅକୁ ମାରିଦିଆଯାଇଥିବା ନେଇ କ୍ରିଷ୍ଣା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୋଲିସ୍ ଏହି ଘଟଣାରେ ଟାଉନ ଥାନାରେ କେସ ନଂ ୪୨୧/୨୦ସହ ଧାରା ୪୯୮ (୬) ୩୦୨/୩୪ ଆଇପିସିରେ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ ଶବ ପଞ୍ଚନାମା କରିବା ସହ ଏହି ଡାକ୍ତରୀଦଳ ଦ୍ୱାରା ଶବ ବ୍ୟବଚ୍ଛେଦ ପାଇଁ ସୁପାରିଶ କରାଯାଇଥିଲା। ଟାଉନ ଥାନା ପୋଲିସ ତଦନ୍ତ କରି ୩ ଅଭିଯୁକ୍ତ ଙ୍କୁ ଗିରଫ କରିଛି, ସେମାନଙ୍କୁ ଆଜି(ରବିବାର) କୋର୍ଟ ଚାଲାଣ କରାଯାଇଛି।ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଶ୍ରୀ ସେନାପତି ସୂଚନା ଦେଇଛନ୍ତି।
ଲିଙ୍ଗରାଜ ପଣ୍ଡା, ବାରିପଦା
ବଧୂହତ୍ୟା ଅଭିଯୋଗ, ସ୍ୱାମୀଙ୍କ ସମେତ ୩ ଅଭିଯୁକ୍ତ ଗିରଫ
|
July 6, 2020 |