ବଦଳୁଛି ବନ୍ତ -ଆଗରପଡା ରାସ୍ତାର ରୂପ

Spread the love

ଭଦ୍ରକ-୧୮/୦୭ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ଦୀର୍ଘ ଦିନ ଧରି ଖାଲ ଖମାରେ ଭର୍ତ୍ତି ଥିବା ବନ୍ତ- ଆଗରପଡା ରାସ୍ତା ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଏହି ରାସ୍ତାର ରୂପ ଏବେ ବଦଳିବାରେ ଲାଗିଛି । ମାତ୍ର ଉକ୍ତ ରାସ୍ତାରେ କେଉଁ ଆବାହମାନ କାଳରୁ ଥିବା ୩ଟି ଅଣଅସାରିଆ ତଥା ବଙ୍କା ପୋଲର ପରିବର୍ତ୍ତନ ହେଉନି । ଓସାରିଆ ରାସ୍ତା ତୁଳନାରେ ଅଣଓସାରିଆ ପୋଲର ସଂପ୍ରସାରଣ ହେଉନଥିବାରୁ ସମସ୍ୟା ସୃଷ୍ଟି ହେଉଛି । ନୂତନ ରାସ୍ତାର ନିର୍ମାଣ ସାଙ୍ଗକୁ ପୁରାତନ ପୋଲର ସଂପ୍ରସାରଣ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି । ବନ୍ତ- ଆଗରପଡା ରାସ୍ତା କାର୍ୟ୍ୟ ୭ ମାସ ହେବ କଚ୍ଛପ ଗତିରେ ଚାଲିଛି । ପୂର୍ବରୁ ଉକ୍ତ ରାସ୍ତାକୁ ପୂର୍ତ୍ତବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର ଅନ୍ତର୍ଭୁକ୍ତ କରାଯାଇଥିଲା । ଜନସଂଖ୍ୟାର ଘନତା ରାସ୍ତାର ଗୁରୁତ୍ବକୁ ଉପଲବଧି କରି ଏହାକୁ ମୁଖ୍ୟ ରାସ୍ତାରେ ମାନ୍ୟତା ଦିଆଯାଇ ନିର୍ମାଣ କାର୍ୟ୍ୟ ଚାଲୁ ରହିଛି । ସ୍ଥାନୀୟ ଅଞ୍ଚଳ ପାଇଁ ଏହା ମୁଖ୍ୟ ରାସ୍ତା ଥିବାରୁ ଗୋଟିଏ ପଟେ ବନ୍ତ ବ୍ଲକର ସଦର ମହକୁମା ସହ ୫୩ ନଂ ଭଦ୍ରକ- ଆନନ୍ଦପୁର ରାସ୍ତା ସହ କେନ୍ଦୁଆପଦା ବାରିକପୁରର ୩୫ ନଂ ରାଜ୍ୟ ପଥକୁ ସଂଯୋଗ କରିଛି । ଅନ୍ୟପଟେ ଏହା ବାଲେଶ୍ୱର ଜିଲ୍ଲାର କୁପାରୀ,ଖଇରା, ଓ କେନ୍ଦୁଝର ଜିଲ୍ଲାର ସଢା , ମିଠିଗାଁ, ଢେଙ୍କା ,ମୈଦା, ସୋସେ , ଛେନାପଦୀ ଆଦିକୁ ସଂଯୋଗ କରିଥିବାରୁ ଉକ୍ତ ରାସ୍ତା ଦେଇ ପ୍ରତି ମିନିଟରେ ଦୁଇଚକିଆ ଠାରୁ ଛଚକିଆ ପର୍ୟ୍ୟନ୍ତ ଗାଡ଼ି ଅବିରାମ ଗତିରେ ଚଳପ୍ରଚଳ କରିଥାନ୍ତି । ଉକ୍ତ ରାସ୍ତା ଦେଇ ମଧ୍ୟ ପ୍ରତିଦିନ ୩ଟି ଯାତ୍ରୀବାହୀ ବସ୍ ଭଦ୍ରକ,କଟକ, ଭୁବନେଶ୍ୱର ଅନ୍ୟପଟ ବାଲେଶ୍ଵର,ଖଇରା,ସୋରକୁ ଯାତାୟାତ କରୁଛି । କିନ୍ତୁ କିଛି ମାସ ଧରି କୋରାନା ପାଇଁ ବନ୍ଦ ଥିବା ଜଣାଯାଇଛି । ଉକ୍ତ ରାସ୍ତାର ଉଭୟ ପାର୍ଶ୍ବରେ ବିଭିନ୍ନ ବିଦ୍ୟାଳୟ ବ୍ୟାଙ୍କ, ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ସହ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ କାର୍ୟ୍ୟାଳୟ ଥିବାରୁ ପ୍ରାୟ ସବୁସମୟରେ ଗାଡିଗୁଡିକ ଯାତାୟାତ କରିଥାନ୍ତି । ରାସ୍ତା ଦେଇ କପାଳୀ ନଦୀ ପ୍ରବାହିତ ହୋଇଥିବାରୁ ଦୀର୍ଘ ୨୫ ବର୍ଷ ପୂର୍ବେ ନରସିଂହପୁର ଠାରେ ଏକ ପାଞ୍ଚ ଫୁଟ୍ ଓ ଓସାରର ପକ୍କା ପୋଲ ନିର୍ମାଣ କରାଯାଇଥିଲା । ଏହା ଜଳ ନିଷ୍କାସନରେ ନାନା ସମସ୍ୟା ସୃଷ୍ଟି କରିବାରୁ ତାହାକୁ ସଂଯୋଗ କରି ଅନ୍ୟ ଏକ ଓସାରିଆ ପକ୍କା ପୋଲ ନିର୍ମାଣ କାରାଗଲା ଯାହା କ୍ରମେ ନଷ୍ଟହେବାକୁ ବସିଛି । ଉକ୍ତ ସ୍ଥାନରେ ଦୁଇଟି ପୋଲଥିବାରୁ ବାହୁ ସମୟରେ ଯାତ୍ରୀଙ୍କୁ ଭ୍ରମରେ ପକାଉଛି ।
ସେହିପରି ଉକ୍ତ ରାସ୍ତାର ଆଡିଆ ଗ୍ରାମର ଅନତି ଦୂରତାରେ ବିଦ୍ୟାଧରପୁର ଠାରୁ ଟିଲୋ ଯାଇଥିବା ବଙ୍କା ଅଣ ଓସାରିଆ ପକ୍କା ପୋଲ ଓ ନୂଆପୋଖରୀର ଗାଁର ଦୁଇ କିମି ଦୂରତାରେ ଥିବା ଅନ୍ୟ ଏକ ୫ ଫୁଟିଆ ଅଣଓସାରିଆ କେନାଲ ପୋଲ ଦେଇ ଯାତ୍ରୀବାହୀ ବସ୍ ଏବଂ ଓସାରିଆ ଯାନବାହାନ ଚଳାଚଳରେ ପ୍ରତିବନ୍ଧକ ସାଜୁଛି । ଏହି ଅଣଓସାରିଆ ପୋଲ ଯୋଗୁଁ ବହୁସମୟରେ ଦୁର୍ଘଟଣା ଘଟିବାର ନଜିର ରହିଛି । ରାସ୍ତାର ଓସାର ପରିପେକ୍ଷୀରେ ଅଣଓସାରିଆ ପୋଲର କଳେବରକୁ ବୃଦ୍ଧି କରିବା ଏକାନ୍ତ ପ୍ରୟୋଜନ ବୋଲି ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି । ସରକାର ଜନସାଧାରଣଙ୍କ ଯାତାୟତର ସୁବିଧା ପାଇଁ ରାସ୍ତାକୁ ସର୍ବାଗ୍ରେ ଗୁରୁତ୍ବ ଦେଇ କୋଟି କୋଟି ଟଙ୍କା ବ୍ୟୟ କରି ଥିବାବେଳେ ରାସ୍ତା ତୁଳନାରେ ଏହି ଅଣଓସାରିଆ ପୋଲର କଳେବରକୁ ସଂପ୍ରସାରଣ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି ।

Related Posts

About The Author

Add Comment