ବଦଳିଲା ମନରେଗାର ନାମ; ପୂର୍ବରୂ ମନରେଗା ଏବେ ‘ପୂଜ୍ୟ ବାପୁ ଗ୍ରାମୀଣ ରୋଜଗାର ଯୋଜନା’

Spread the love

ନୂଆଦିଲ୍ଲୀ ,ସନ୍ଧାନ ନ୍ୟୁଜ: ଦେଶର ସର୍ବବହୃତ ଯୋଜନା ମନରେଗାକୁ ମିଳିବ ନୂଆ ରୂପ। ପୂର୍ବରୁ ମନରେଗାର ନାମ ବଦଳାଇବା ପାଇଁ ଯୋଜନା ଚାଲିଥିଲା | ଏହି ଭିତରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ବୈଠକରେ ମହାତ୍ମା ଗାନ୍ଧି ରାଷ୍ଟ୍ରୀୟ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଅଧିନିୟମର ନାଁ ପରିବର୍ତ୍ତନ ବିଲ୍‌କୁ ମଞ୍ଜୁରୀ କରିଛନ୍ତି ।ଏହି ପରିବର୍ତ୍ତନ ଗ୍ରାମାଞ୍ଚଳରେ ରୋଜଗାର ଓ ବିକାଶ ଦିଗରେ ଆଗକୁ ନେବ ବୋଲି ଆଶା ରଖାଯାଇଛି । ଏହି ଯୋଜନାର ନାମକୁ ପରିବର୍ତ୍ତନ କରି ଏହାକୁ ‘ପୂଜ୍ୟ ବାପୁ ଗ୍ରାମୀଣ ରୋଜଗାର ଯୋଜନା’ ନାମରେ ନାମିତ କରାଯାଇଛି। ନୂଆ ନାଁକୁ କ୍ୟାବିନେଟ ଦ୍ୱାରା ଖୁବ୍‌ଶୀଘ୍ର ଅନୁମୋଦନ ମିଳିବାର ଆଶା କରାଯାଉଛି। ଏହି ଯୋଜନାରେ ବର୍ଷକୁ ଦିଆଯାଉଥିବା ସର୍ବନିମ୍ନ ଗ୍ୟାରେଣ୍ଟି କାର୍ଯ୍ୟ ଦିବସକୁ ୧୨୫କୁ ବୃଦ୍ଧି କରାଯାଇଛି । ଦୈନିକ ମଜୁରି ମଧ୍ୟ ୨୪୦ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହି ପରିବର୍ତ୍ତନ ଦ୍ୱାରା ଶ୍ରମିକମାନେ ନିଶ୍ଚିତ ଭାରେ ଉପକୃତ ହେବେ | ଏହି ଯୋଜନା ଦ୍ୱାରା ସେମାନେ ଅଧିକ ରୋଜଗାର କରିପାରିଲେ | ସେମାନଙ୍କ ପରିବାର ମଧ୍ୟ ଖୁସିରେ ଚଳିପାରିବ । ଆର୍ଥିକ ସହାୟତା ସହିତ ତାଙ୍କ ପିଲା ମାନେ ପାଠ ପଢ଼ିପାରିବେ । ସେମାନଙ୍କ ଭବିଷ୍ୟତ ମଧ୍ୟ ସୁଧୁରିପାରିବ । ମନରେଗା ଅଧିନରେ ଗ୍ରାମୀଣ ପରିବାରର ବୟସ୍କ ସଦସ୍ୟଙ୍କୁ କାମ ମିଳିପାରୁଛି । ପଞ୍ଚାୟତ ସ୍ତରରେ ରୋଜଗାର ଉପଲବ୍ଧ ହେଉଛି । ଏହି ଯୋଜନା ମଧ୍ୟରେ ପୋଖରୀ ଖୋଳିବା, ରାସ୍ତା ମରାମତି କରିବା, ନାଳ କରିବା, ମାଟି କାମ ଓ ଅନ୍ୟ ସାମୁହିକ କାମ କରାଯାଉଛି । ଗ୍ରାମାଞ୍ଚଳରେ ଏହି ଯୋଜନା ରୋଜଗାର ଦେବା ଓ ଜୀବିକାକୁ ସୁରକ୍ଷିତ କରିବାର ଏକ ବଡ଼ ମାଧ୍ୟମ ରୂପେ କାମ କରୁଛି । କ୍ୟାବିନେଟ୍ ମଞ୍ଜୁରୀ ପରେ ଏବେ ଏହି ବିଲକୁ ସଂସଦରେ ଉପସ୍ଥାପନ କରାଯିବ । ପୂର୍ବରୁ ମନରେଗା ଯୋଜନା ୟୁପିଏ-୧ ସରକାରଙ୍କ ଏକ ପ୍ରମୁଖ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନା ଥିଲା। ଏହା ୨୦୦୫ ମସିହାରେ କାର୍ଯ୍ୟକାରୀ ହୋଇଥିଲା। ଏହି ଯୋଜନା ଅଧୀନରେ ପ୍ରତ୍ୟେକ ଗ୍ରାମୀଣ ପରିବାରର ବୟସ୍କ ସଦସ୍ୟଙ୍କୁ ପ୍ରତିବର୍ଷ ଅତି କମରେ ୧୦୦ ଦିନର ନିଯୁକ୍ତି ଆଇନଗତ ଭାବରେ ସୁନିଶ୍ଚିତ କରାଯାଇଛି।

Related Posts

About The Author

Add Comment