ବଢୁଛି ବୁଢାବଳଙ୍ଗ ,ବୈଶିଙ୍ଗା – ବଡସାହି ଯୋଗାଯୋଗ ବିଚ୍ଛିନ୍ନ

Spread the love

ବାରିପଦା, ୨୪/୦୮/୨୦ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା) :- ଲଘୁଚାପ ଜନିତ ବର୍ଷା ହେବା ଫଳରେ ବେତନଟୀ ବ୍ଳକ ଦେଇ ପ୍ରବାହିତ ବୁଢାବଳଙ୍ଗ ନଦୀରେ ବନ୍ୟା ଆସିବା ଫଳରେ ଅଞ୍ଚଳବାସୀଙ୍କ ମନରେ ଆଶଙ୍କା ବଢିବାରେ ଲାଗିଛି । ପାଟଳିପୁରା, କଳମା ଓ ଗଡଦେଉଳିଆ ପଞ୍ଚାୟତର ୧୭ଟି ଗ୍ରାମ ପ୍ରତି ବିପଦ ଘନେଇ ଆସୁଛି । ଉପରମୁଣ୍ଡାରେ ବର୍ଷା ହେବା ଫଳରେ ଜଳପତ୍ତନ ଧିରେ ଧିରେ ବଢିବାରେ ଲାଗିଛି । ନାଖରା ପୋଲଟି ବିପଦ ସଙ୍କୁଳ ଅବସ୍ଥାରେ ରହିଥିବା ବେଳେ ବାରମ୍ବାର ଅଭିଯୋଗ ପରେ ମଧ୍ୟ ଏହାର ମରାମତି ନହେବାରୁ ପୋଲଟି ଭୁଶୁଡି ଯିବାର ସମ୍ଭାବନା ଯଥେଷ୍ଟ ରହିଛି ବୋଲି ପାଟଳିପୁରା ସରପଞ୍ଚ ଚୈତନ୍ୟ ବେସ୍ରା ପ୍ରକାଶ କରିବା ସହିତ ପୂର୍ତ୍ତ ବିଭାଗର ଅବହେଳାକୁ ଦାୟୀ କରିଛନ୍ତି । ଏତଦବ୍ୟତୀତ ଏହି ରାସ୍ତାର ଅନ୍ୟ ଏକ ବିପଦ ପାଲଟିଛି ଅନ୍ଧାରୀନାଳ । ବହୁବାର ଅଭିଯୋଗ କଲେ ମଧ୍ୟ ଶୁଣୁନି ବିଭାଗ, ଫଳରେ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ବେତନଟୀ ବ୍ଲକ ବୈଶିଙ୍ଗା ବଡସାହି ରାସ୍ତାର ପ୍ରତିମାଦେଇପୁର ନିକଟରେ ଅନ୍ଧାରୀ ସେତୁ କାର୍ଯ୍ୟ କିପରି ହେବ ଓ ଏହାର ଅବଧି ସମ୍ପୂର୍ଣ୍ଣ ହୋଇଯାଇଥିଲେ ମଧ୍ୟ ଏହିକାମ ଅଗ୍ରସର ନହେବା ହେବା ଫଳରେ ୫୦ ହଜାରରୁ ଉଦ୍ଧ ସାଧାରଣ ଜନତା ପ୍ରଭାବିତ ହେଉଥିବା ଦାବି ବାରମ୍ବାର କରାଯାଇଥିଲେ ମଧ୍ୟ ପୂର୍ଭବିଭାଗ ନିଦାବିଷ୍ଣୁ ପାଲଟିଛି ।୨୦୧୮ ମସିହାରେ ଏହି ଅନ୍ଧାରୀନାଳ ଉପରେ ନିର୍ମାଣ ହେଉଥିବା ବିଜୁସେତୁର ଶିଳାନ୍ୟାସ ତତ୍କାଳୀନ ବାଲେଶ୍ଵର ସଂସଦ ରବୀନ୍ଦ୍ର ଜେନା, ବଡ଼ସାହିର ତତ୍କାଳୀନ ବିଧାୟକ ଗଣେଶ୍ୱର ପାତ୍ରଙ୍କ ଦ୍ବାରା ହୋଇଥିଲା । ଅବ ଧି ସମୟ ମଧ୍ୟରେ କାର୍ଯ୍ୟଶେଷ ହେବା କଥା ମାତ୍ର ୨ବର୍ଷ ବିତିଯାଇଥିଲେ ମଧ୍ୟ ଏହି ସେତୁ ସମ୍ପୂର୍ଣ୍ଣ ନହେବା ଓ ଆପ୍ରୋଚ ରୋଡକୁ ସଠିକଭାବେ ନିର୍ମାଣ ନକରିବା ଫଳରେ ବର୍ଷା ଓ ବନ୍ୟା ଫଳରେ ବୈଶିଙ୍ଗାବଡ଼ସାହି ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଛି । ପୂର୍ତ୍ତ ବିଭାଗ ଏହା ଆଗରୁ ଜାଣି ମଧ୍ୟ ଅଜଣା ରହିବା ଫଳରେ ଲୋକମାନେ ଯେଉଁ ଅସୁବିଧାର ସମ୍ମୁଖୀନ ହେଲେ ସେଥା ନିମନ୍ତେ କିଏ ଦାୟୀ ହେବେ ତାହା ମୁଖ୍ୟ ଆଲୋଚ୍ୟ ବିଷୟ ପାଲଟିଛି । ଏହି ରାସ୍ତାର ନିର୍ମାଣ ସହ ପୋଲକାମ ଉପରେ ଧାନ ଦେବା ନିମନ୍ତେ ବିଭାଗୀୟ ଅଧିକାରୀଙ୍କ ସମେତ ଜିଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ ଅଞ୍ଚଳବାସୀ କରିଥିଲେ ମଧ୍ୟ ତାହା ଫାଇଲ ତଳେ ରହିଯାଇଛି। ଏଠାରେ ସୂଚାଇ ଦିଆଯାଇପାରେ ଯେ ଏହି ରାସ୍ତା ଉଦଳା, ବଡ଼ସାହି, ମାଣତ୍ରୀ ଅଞ୍ଚଳ ସହିତ ବୈଶିଙ୍ଗା, ବାଲେଶ୍ୱରକୁ ଯୋଗାଯୋଗ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ସରକାରଙ୍କ ୫-ଟି ଏହି ରାସ୍ତା ନିମନ୍ତେ କାମ କରୁନାହିଁ କାହିଁକି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ରାସ୍ତା (ଠାକୁରମୁଣ୍ଡା-ଡଙ୍ଗାଡିହା-ପୋଡାଡିହା , ଉଦଳା-ମାଣତ୍ରୀ-ବୈଶିଙ୍ଗା-ରୁପସା) ରାଜ୍ୟ ରାଜପଥରେ ପରିଣତ ହେବାକୁଥିବାରୁ ଏହା ଗୁରୁତ୍ଵପୂର୍ଣ୍ଣ ଅଟେ । ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ର ଗତ ମେ ମାସ ୫ ତାରିଖରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବାର ୩ମାସ ବିତିଯାଇଥିଲେ ମଧ୍ୟ ଫଳଶୁନ ହୋଇଛି। ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଯୋଗାଯୋଗ କରିବା ସମ୍ଭବ ହୋଇନଥିଲା । ଏବେ ବନ୍ୟା ପାଇଁ ପାଟଳିପୁରା, ନାଖରା, ଦାରିହା, ସିଙ୍ଗଲାମୁଣ୍ଡଳି, କାଠପାଳ, ପ୍ରତିମାଦେଇପୁର, ଖଣ୍ଡଦେଉଳା, ଡେପୌଦା ଇତ୍ୟାଦି ଗ୍ରାମର ଲୋକେ ଆତଙ୍କିତ ଅଛନ୍ତି । ବନ୍ୟା ବିପନ୍ନଙ୍କ ନିମନ୍ତେ ଗୋଟିଏମାତ୍ର ବାତ୍ୟା ଆଶ୍ରୟସ୍ଥଳ ଯଥେଷ୍ଟ ନୁହେଁ ବୋଲି ବିକାଶ ମଞ୍ଚର ଆବାହକ ହରିଶ୍ଚନ୍ଦ୍ର ନନ୍ଦଗୋସ୍ୱାମୀ କହିଛନ୍ତି ।

Related Posts

About The Author

Add Comment