ବଢିଲା ମିଶନ ଶକ୍ତି କର୍ମକର୍ତାଙ୍କ ଦେୟ, ଅକ୍ଟୋବରରୁ ପିଛିଲା ଭାବେ ହେବ ଲାଗୁ

Spread the love

ଭୁବନେଶ୍ୱର,ସନ୍ଧାନ ନିଉଜ: ଗତ ମାସ ହେବ ନିର୍ବାଚନ ପରିପ୍ରେକ୍ଷୀରେ ରାଜ୍ୟ ସରକାର ବିଭିନ୍ନ ବିଭାଗର କର୍ମଚାରୀଙ୍କ ବେତନ ବୃଦ୍ଧି କରି ଚାଲିଛନ୍ତି । ଏହି କ୍ରମରେ ଆଜି ମିଶନ ଶକ୍ତି ଦେୟ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏ ନେଇ ସୋମବାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗ୍ରାମ ପଂଚାୟତ ଓ ବ୍ଲକସ୍ତରୀୟ ଫେଡେରେସନ କର୍ମକର୍ତାଙ୍କ ବୈଠକ ଦେୟ ପରିମାଣରେ ୫୦୦ ଟଙ୍କା ବୃଦ୍ଧି କରାଯାଇଛି । ଏଥିରେ ଏକ ଲକ୍ଷ ୨୬ ହଜାର ୧୦ କର୍ମଚାରୀ ଉପକୃତ ହେବେ । ୨୦୨୩ ଅକ୍ଟୋବରରୁ ଏହା ପିଛିଲା ଭାବେ ଲାଗୁ ହେବ । ବ୍ଲକସ୍ତରୀୟ ଫେଡେରେସନର ସଭାପତି ଓ ସଂପାଦକମାନେ ବୈଠକ ପାଇଁ ପୂର୍ବରୁ ୪୦୦୦ ଟଙ୍କା ପାଉଥିବା ବେଳେ ଏବେ ୪୫୦୦ ଟଙ୍କା ପାଇବେ । ଅନ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପୂର୍ବରୁ ୨୦୦୦ ଟଙ୍କା ପାଉଥିବା ବେଳେ ଏବେ ୨୫୦୦ ଟଙ୍କା ପାଇବେ । ସେହିପରି ଗ୍ରାମ ପଂଚାୟତସ୍ତରୀୟ ଫେଡେରେସନ ସଭାପତି ଓ ସଂପାଦକ ବୈଠକ ପାଇଁ ପୂର୍ବରୁ ୨୦୦୦ ଟଙ୍କା ପାଉଥିବା ବେଳେ ଏବେ ୨୫୦୦ ଟଙ୍କା ଏବଂ ଅନ୍ୟ କାର୍ଯ୍ୟକାରିଣୀ ସଦସ୍ୟମାନେ ପୂର୍ବରୁ ୧୦୦୦ ଟଙ୍କା ପାଉଥିବା ବେଳେ ଏବେ ୧୫୦୦ ଟଙ୍କା ପାଇବେ । ଏହା ଦ୍ୱାରା ରାଜ୍ୟ ସରକାରଙ୍କ ଉପରେ ଅତିରିକ୍ତ ୨୪୯.୨୧ କୋଟି ଟଙ୍କା ବୋଝଭାର ବଢିବ ।ସୂଚନାଯୋଗ୍ୟ,ରାଜ୍ୟରେ ସମୁଦାୟ ୬୭୬ ଜଣ ବ୍ଲକସ୍ତରୀୟ ଫେଡେରସନ ସଭାପତି ଓ ସଂପାଦକ ଥିବା ବେଳେ ଅନ୍ୟ ସଦସ୍ୟମାନଙ୍କ ସଂଖ୍ୟା ୩୦୪୨ । ସେହିପରି ଗ୍ରାମପଞ୍ଚାୟତସ୍ତରୀୟ ଫେଡେରସନରେ ୧୩,୫୮୮ ଜଣ ସଭାପତି ଓ ସମ୍ପାଦକ ଥିବା ବେଳେ ଅନ୍ୟ ସଦସ୍ୟମାନଙ୍କ ସଂଖ୍ୟା ୧,୦୮,୭୦୪ । ଏହା ପରି ସମୁଦାୟ ୧,୨୬,୦୧୦ କର୍ମକର୍ତ୍ତା ଉପକୃତ ହେବେ।

Related Posts

About The Author

Add Comment