ବଡଚଣା, ୨୭/୫ (ସନ୍ଧାନ ନିୟୁଜ) ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ବଡଚଣା ବ୍ଳକ ଧନଞ୍ଜୟ ବିଦ୍ୟାପୀଠ ବାଇମୌଜାର ଛାତ୍ର ସତ୍ୟଜିତ ନାୟକ ସମୁଦାୟ ୫୭୫ ନମ୍ବର ରଖି ଜିଲ୍ଲାର ପ୍ରଥମ ଓ ରାଜ୍ୟରେ ତୃତୀୟ ସ୍ଥାନ ଅଧିକାର କରିଅଛି । ବାପା ସୁବଳ ନାୟକ ଓ ମା ମାନସୀ ନାୟକଙ୍କ ଏକମାତ୍ର ପୁତ୍ର ସତ୍ୟଜିତ ପୂର୍ବରୁ ମଧ୍ୟ ତୃତୀୟ ପଂଚମ ଶ୍ରେଣୀରେ ମେଧାବୃତ୍ତି ପାଇଥିଲେ । ସତ୍ୟଜିତଙ୍କ ବାପା ପାଠ ପଢୁଆ ହେଲେ ମଧ୍ୟ ଚାଷକରି ସ୍ୱଳ୍ପ ଆୟରେ ନିଜ ପୁଅକୁ ଭବିଷ୍ୟତରେ ଜଣେ ଭଲ ମଣିଷ କରାଇବାକୁ ଚେଷ୍ଟା ଜାରି ରଖିଛନ୍ତି । ଭବିଷ୍ୟତରେ ଡାକ୍ତର ହୋଇ ରୋଗୀସେବା କରିବାର ଲକ୍ଷ୍ୟ ରଖିଛି ବୋଲି ସତ୍ୟଜିତ ନିଜ ପ୍ରତିକ୍ରିୟାରେ କହିଛନ୍ତି ।
Report Anita Behera