ସୁନ୍ଦରଗଡ ତା:୧୩/୧୦/୨୦୨୧ ( ସନ୍ଧାନ ନିଉଜ/ରାଜୁ ପଟେଲ ) ବଡ଼ ଗାଁ ବ୍ଲକର ଭୋଇପାଲି ଠାରେ ଡ୍ରାଇଭର ମହାସଂଘର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ମହାସଭାର ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଡ୍ରାଇଭର ମାନେ ଅଂଶଗ୍ରହଣ କରିଥିଲେ । ଏହି
ମହାସଭାରେ ରାଜ୍ୟ ସଭାପତି ପ୍ରଶାନ୍ତ ମେଣ୍ଡୁଲି, ରାଜ୍ୟ ସମ୍ପାଦକ ଚୈତନ୍ୟ ପ୍ରଧାନ, କୋଷଧକ୍ଷ ଆଦିତ୍ୟପ୍ରସାଦ ବେହେରା, ସମ୍ବଲପୁର ଜିଲ୍ଲା ସଭାପତି ରମାକାନ୍ତ ସହୁରିଆଙ୍କ ସମେତ ରାଜ୍ୟର ଜିଲା ସଭାପତିମାନେ ଅଂଶଗ୍ରହଣ କରିଥିଲେ । ସଭାରେ
ଡ୍ରାଇଭର ମାନଙ୍କର ଦଶ ଦଫା ସହିତ ସୁରକ୍ଷା, ରାସ୍ତାରେ ପାର୍କିଂ,ବିଶ୍ରାମାଗାର, ଉପଯୁକ୍ତ ବିମାରାଶି ପ୍ରଦାନ ସହିତ ତାଙ୍କର ପରିବାରଙ୍କୁ ଶିକ୍ଷା ପ୍ରଦାନ କରିବା ଦିଗରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପରେ ବଡ଼ ଗାଁ ଗରିଆମାଲରୁ ତୁଡାଲଗା ପର୍ଯ୍ୟନ୍ତ ସଡ଼କ ସଚେତନତା ଶୋଭାଯାତ୍ରା କରାଯାଇଥିଲା ।ଶେଷରେ ବଡ଼ ଗାଁ ସଭାପତି ଦିଲୀପ ଚକ୍ରବର୍ତ୍ତୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।
ବଡ଼ ଗାଁ ରେ ଓଡିଶା ଡ୍ରାଇଭର ମହାସଂଘର ସଭା ଅନୁଷ୍ଠିତ
|
October 14, 2021 |


