ବଡ଼ ଗାଁ ବ୍ଲକରେ ବଣୁଆ ହାତୀ ଉପଦ୍ରବ,ଅଞ୍ଚଳ ବାସୀ ଭୟଭୀତ

Spread the love
ସୁନ୍ଦରଗଡ, ୧୬/୬/୨୦୨୧ (ସନ୍ଧାନ ନିଉଜ/ରାଜୁ ପଟେଲ) : ସୁନ୍ଦରଗଡ ଜିଲ୍ଲାର ବଡ଼ ଗାଁ ବ୍ଲକର କେତେକ ଅଞ୍ଚଳରେ ହାତୀର ଉପଦ୍ରବ ଯୋଗୁଁ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ବଡ଼ ଗାଁ ଗ୍ରାମପଞ୍ଚାୟତ ର କିଞ୍ଜିରକେଲା ଗ୍ରାମରେ ହାତୀ ପଶି ଉପଦ୍ରବ କରିଛନ୍ତି । ପ୍ରଥମେ ମକୁନ୍ଦପୁର ଗ୍ରାମରେ ପଶି ପନିପରିବା ଖାଇବା ସହିତ ନଷ୍ଟ କରିଥିଲେ । ପରେ ସୁନIପଡା ଗ୍ରାମରେ ପଶି ଭଦଲୋ ଡୁଙ୍ଗ ଡୁଙ୍ଗ ଓ ଶିବ ଡୁଙ୍ଗ ଡୁଙ୍ଗଙ୍କ ଘରେ ପଶି ଚାଉଳ ଖାଇବା ସହିତ ଘର ଭାଙ୍ଗି ଦେଇଥିଲେ । ସୂଚନା ଅନୁଯାୟୀ ଗତ ସପ୍ତାହେ ହେଲା ସନ୍ଧ୍ୟା ହେଲାପରେ ବଣୁଆହାତୀ ଜଙ୍ଗଲ ଅଞ୍ଚଳରେ  ଉପଦ୍ରବ କରିବାର ରୀତିମତ ସୂଚନା ଆସୁଛି । ମହାବୀର ପାହାଡ଼ର ନିକଟତମ ଗାଁ ମାନଙ୍କରେ ଯଥା ସାଲେପାଲି, ଛେମଣ୍ଡା,କୁରେଇବଗା ହାତୀ ଉପଦ୍ରବର ଖବର ଆସୁଛି । ଜଙ୍ଗଲର ସୀମାନ୍ତ ଅଞ୍ଚଳରେ ତାର ବାଡ଼ ଦିଆଯାଇ ଥିବାରୁ ହାତୀ ଗାଁ ଅଞ୍ଚଳକୁ ଆସିପାରୁ ନ ଥିଲେ , ମାତ୍ର ଏବେ ବାଡ଼ର ତାର ଚୋରି ହୋଇଯିବା ଫଳରେ ହାତୀ ମାନେ ଗ୍ରାମ ମଧ୍ୟକୁ ପଶି ଆସୁଥିବାରୁ ଅଞ୍ଚଳବାସି ବଣୁଆ ହାତୀ ଉପଦ୍ରବକୁ ନେଇ ଭୟଭୀତ ଅଛନ୍ତି ।

Related Posts

About The Author

Add Comment