ବଡଦିନରେ ସାରା ରାତି ମହାପ୍ରଭୁଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ

Spread the love

ଭୁବନେଶ୍ୱର, ୨୧/୧୨ (ସନ୍ଧାନ ନିଉଜ) : ଆସନ୍ତା ଡିସେମ୍ବର ୨୫ ତାରିଖ ବଡଦିନ ଅବସରରେ ଶ୍ରୀମନ୍ଦିରର ଦ୍ବାର ରାତିସାରା ଖୋଲା ରହିବ। ଶ୍ରଦ୍ଧାଳୁମାନେ ରାତି ସାରା ମହାପ୍ରଭୁଙ୍କୁ ଦର୍ଶନ କରି ପାରିବେ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

ଡିସେମ୍ଵର ୨୬ରେ ସୂର୍ଯ୍ୟପରାଗ ଲାଗୁ ଥିବାରୁ ଡିସେମ୍ବର ୨୫ ତାରିଖ ବୁଧବାର ସନ୍ଧ୍ୟା ୮ଟା ୨୦ ମିନିଟରୁ ପାକ୍ ନିଷେଧ କରାଯିବ। ଏହା ସହ ଅନ୍ନଭୋଜନ ଓ ଦେବନୀତି ମଧ୍ୟ ବନ୍ଦ ରହିବ। ଶ୍ରୀମନ୍ଦିରରେ ନୀତିକାନ୍ତି ନ ହେବାରୁ ୨୫ ତାରିଖ ରାତିସାରା ଶ୍ରୀମନ୍ଦିରର ଦ୍ବାର ଖୋଲା ରହିବ। ତେବେ ଶ୍ରଦ୍ଧାଳୁମାନେ କେତେ ସମୟ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ କରି ପାରିବେ ସେନେଇ ପ୍ରଶାସନ ପକ୍ଷରୁ କୌଣସି ନିଷ୍ପତି ନିଆଯାଇ ନାହିଁ। ୨୬ତାରିଖ ସୂର୍ଯ୍ୟଗ୍ରହଣ ପରେ ମହାସ୍ନାନ ହେବା ପରେ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ଆରମ୍ଭ ହେବ।

Related Posts

About The Author

Add Comment