ବଡଚଣା ବ୍ଳକ ସୁଙ୍ଗୁଡା ପଂଚାୟତ ପୀଠାରେ ଅବ୍ୟବସ୍ଥା

Spread the love

ଚଣ୍ଡିଖୋଲ, ୨୨/୨(ସନ୍ଧାନ ନିୟୁଜ/ମାନସ ରାଉତ) ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ଲୋକମାନଙ୍କୁ ପ୍ରଦାନ କରିବା ସହ ଯୋଜନାରେ ଫଳବତୀ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରାଯାଉଅଛି । ଏହି କ୍ରମରେ ବଡଚଣା ବ୍ଳକର ସୁଙ୍ଗୁଡା ପଂଚାୟତ ପୀଠା କାର୍ଯ୍ୟକ୍ରମରେ ବ୍ୟାପକ ଅବ୍ୟବସ୍ଥା ହୋଇଥିବା ଦେଖିବାକୁ ମିଳିଥିଲା । ତୃତୀୟ ପର୍ଯ୍ୟାୟ ଏହି ପିଠା କାର୍ଯ୍ୟକ୍ରମ ଚଣ୍ଡିଖୋଲ କୋର୍ଟ ସନ୍ନିକଟ କଲ୍ୟାଣ ମଣ୍ଡପରେ ଆୟୋଜନ କରାଯାଇଥିଲା । ପଂଚାୟତର ବିଭିନ୍ନ ଗ୍ରାମରୁ ସ୍ୱୟଂ ସହାୟକ ଗୋଷ୍ଠୀ ପୀଠା ପସରା ଧରି କାର୍ଯ୍ୟକ୍ରମରେ ଉପସ୍ଥିତ ହୋଇଥିଲେ । ପଂଚାୟତର ସରପଂଚ ଚାଚାଲିନି ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ଳକ ଯୋଗାଣ ଅଧିକାରୀ ଓ ବିଦ୍ୟୂତ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କୁ ବାଦ ଦେଲେ ଅନ୍ୟ କୌଣସି ଅଧିକାରୀ କିମ୍ବା ଜନ ପ୍ରତିନିଧିଙ୍କୁ ଦେଖା ମିଳି ନଥିଲା । ନୂତନ ଭତା ହିତାଧିକାରୀଙ୍କୁ ଅର୍ଥରାଶି ପ୍ରଦାନ ଓ ପର୍ଡିକାର୍ଡ ହିତାଧିକାରୀ ମାନଙ୍କୁ ବଲବ ବଂଟନ ବ୍ୟବସ୍ଥା କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମ ସ୍ଥଳିରେ ପଡିକାର୍ଡଧାରୀଙ୍କୁ ବଲ ବଂଟନ କରା ନଯାଇ କୋର୍ଟ ପରିସରର କଡରେ ଥିବା ନବ ନିର୍ମିତ ପ୍ରେସ କ୍ଳବ ଗୃହରେ ଡାକବାଜି ଯନ୍ତ୍ର ବ୍ୟବହାର କରି ହିତାଧିକାରୀ ମାନଙ୍କ ନାମ ଘୋଷଣା କରାଯିବା ସହ ବଲବ ବଂଟନ କରାଯାଇଥିଲା । ଲୋକମାନଙ୍କ ଭିଡସହ ହୋ ହାଲ୍ଲା ହେବାରୁ ବ୍ୟାପକ ଶବ୍ଦ ପ୍ରଦୁଷଣ ପାଇଁ କୋର୍ଟ କାର୍ଯ୍ୟ ବାଧା ସୃଷ୍ଟି ହୋଇଥିଲା ବୋଲି ଅଭିଯୋଗ ହୋଇଛି । ଅଧିକାରୀ ମାନଙ୍କ ଏଭଳୀ କାର୍ଯ୍ୟକ୍ରମ କରାଇବା ସହ ଲୋକଙ୍କ ଭିଡ ଜମାଇ ଶବ୍ଦ ପ୍ରଦୁଷଣ କରି ଏଭଳି କାର୍ଯ୍ୟ କେତଦୂର ଯଥାର୍ଥ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ପିଠା କାର୍ଯ୍ୟକ୍ରମ ସଂପନ୍ନ କରିବା ପାଇଁ ସରକାରଙ୍କ ପକ୍ଷରୁ ଏକ ଲକ୍ଷ ଟଙ୍କା ପ୍ରତ୍ୟେକ ପଂଚାୟତକୁ ପ୍ରଦାନ କରାଯାଉଥିଲା ବେଳେ ସେହି ଅର୍ଥକୁ ବାଟମାରଣା କରିବା ପାଇଁ ଏଭଳି ପ୍ରୟାସ କରାଯାଇଛି ବୋଲି ସାଧାରଣରେ ଅଭିଯୋଗ ହୋଇଛି ।

Related Posts

About The Author

Add Comment