ବଡଚଣା ବ୍ଳକ ଜନଶୁଣାଣିରେ ଜନଶୂନ୍ୟ : ପ୍ରଚାର ପ୍ରସାର ଅଭାବରୁ ଆସୁ ନାହାନ୍ତି ଲୋକେ

Spread the love

ଯାଜପୁର,୧୧/୨ (ସନ୍ଧାନ ନିୟୁଜ) ଯାଜପୁର ଜିଲ୍ଲା ବଡଚଣା ବ୍ଳକରେ ସୋମବାର ଦିନ ଏକ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ପୂର୍ବରୁ ଆବଶ୍ୟକୀୟ ପ୍ରଚାର ପ୍ରସାର କରାଯାଇ ନଥିବାରୁ ଆଜି ବ୍ଳକ ପରିସର ଖାଁ ଖାଁ ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ରଞ୍ଜନ କୁମାର ଦାସ, ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା ମାତ୍ର ଏକଘଂଟା ରହି ଚାଲିଯାଇଥିଲେ । ଦିନ ୧୧ଟାରୁ ଆରମ୍ଭ ହୋଇଥିବା ଏହି ଜନଶୁଣାଣି ମାତ୍ର ୨ ଘଟାଂ ଚାଲି ଦିନ ଗୋଟାଏ ବେଳେ ଶେଷ ହୋଇଯାଇଥିଲା । ପୁର୍ବରୁ ଜନ ଶୁଣାଣିକୁ ଆସି ନିଜ ନିଜର ସମସ୍ୟା ଅଭିଯୋଗ କରିଥିଲେ ବି ତାହାର କୌଣସି ସମାଧାନ ହୋଇ ନଥିବାରୁ ଏଠାକୁ ଆସିବାକୁ କେହି ଆନ୍ତରିକତା ପ୍ରକାଶ କରୁନାହାନ୍ତି । କାର୍ଯ୍ୟରତ ବିଡିଓଙ୍କ ଗାଲପଣ ପାଇଁ ଅଭିଯୋଗ କରୁଥିବା ଲୋକମାନଙ୍କ ସମସ୍ୟା ସମାଧାନ କରିବାରେ ସେ ବିଫଳ ହେଉଛନ୍ତି । ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ, ଆବାସ ଯୋଜନା, ରାସନକାର୍ଡ, ଲାଟିନ ଓ ଭତାଭଳି କାର୍ଯ୍ୟକୁ ହିତାଧିକାରୀ ମାନଙ୍କୁ ପ୍ରଦାନ କରିବା ପାଇଁ ମୋଟା ଅଙ୍କର ପିସି ନିଆଯାଉଥିବା ଆସିଥିବା କେତେକ ବ୍ୟକ୍ତି ଅଭିଯୋଗ କରିଥିଲେ । ଆଜିର ଏହି ଜନଶୁଣାଣିରେ ମୁଖ୍ୟତଃ ଆବାସ ଯୋଜନା,ସ୍ୱଛଭାରତ ଜରିଆରେ ଲାଟିନ ନିର୍ମାଣ,ଭତା ପାଇଁ ବ୍ୟକ୍ତିଗତ ଭାବେ ୨୦୩ ଜଣ ଅଭିଯୋଗ ଦେଇଥିଲା ବେଳେ ସାମୁହିକ କାର୍ଯ୍ୟପାଇଁ ୬ଟି ଅଭିଯୋଗ ଆସିଥିଲା । ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ୪ ଜଣକୁ ୪୦ହଜାର ଟଙ୍କା ପ୍ରଦାନ କରାଯାଇଥିଲା ବେଳେ ୨ ଜଣ ଭିନ୍ନକ୍ଷମ ଉମେଶ ଚନ୍ଦ୍ର ଦାସ ଓ ସୁମନ ବେହେରାଙ୍କୁ ଜିଲାପାଳ ୨ଟି ୩ଚକିଆ ସାଇକେଲ ବଂଟନ କରିଥେôଲ । ଗତ ମାର୍ଚ୍ଚ ମାସରେ ସୁଙ୍ଗୁଡା ପଂଚାୟତର ଜଣେ ଭିନ୍ନକ୍ଷମ ହିତାଧିକାରୀଙ୍କୁ କାର୍ଯ୍ୟ ନିର୍ବାହୀ ଅଧିକାରୀ ଟଙ୍କା ପ୍ରଦାନ କରିନଥିବା ଅଭିଯୋଗ କରିବା ଓ ଏ ସଂପର୍କିତ ଖବର ଗଣମାଧ୍ୟମରେ ପ୍ରକାଶ ପାଇଲା ପରେ ବି ବିଡିଓ କୌଣସି ।କର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ କେତେକ ଗଣମାଧ୍ୟମ ପ୍ରତିନିଧି ଆଜି ଜିଲ୍ଲାାପଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଗତ ମାର୍ଚ୍ଚ ମାସରେ ହିତାଧିକାରୀ ଭତା ଟଙ୍କା ପାଇଥିଲେ ବି ବିଡିଓ କହୁଛନ୍ତି ସେ ୩ ବର୍ଷ ହେବ ଗାଁରେ ନଥିଲେ । ଏଥିରେ ସ୍ପଷ୍ଟ ଯେ ବିଡିଓଙ୍କ ପାରିବା ପଣିଆ କେତେ ତାହା ଆଜି ତାଙ୍କ ଗାଲୁପଣକୁ ପଦାରେ ପକାଇଲା । ଦର୍ପଣ ତହସିଲ ଅଂଚଳରେ ବ୍ୟାପକ ଭାବେ ଚାଲୁଥିବା ଲଘୁ ଖଣିଜ ଚୋରିକୁ ରୋକ ଲଗାଇବା ଏବଂ ଅଭିଯୁକ୍ତ ମାନଙଯକ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଇନଜୀବୀ ଉଦୟନାଥ ସାହୁ ଜିଲାପାଳଙ୍କୁ ଏକ ଲିଖିତ ଅଭିଯୋଗ ପ୍ରଦାନ କରିଥିଲେ ।

Related Posts

About The Author

Add Comment