ବଡଚଣା ବିଜେପି ପକ୍ଷରୁ ନିର୍ବାଚନୀ ଇସ୍ତାହାର ପ୍ରକାଶ

Spread the love

ଚଣ୍ଡିଖୋଲ,୧୦/୪(ସନ୍ଧାନ ନିୟୁଜ/ମାନସ ରାଉତ) ବଡଚଣା ବିଜେପି ପକ୍ଷରୁ ବୁଧବାର ନିର୍ବାଚନୀ ଇସ୍ତାହାର ଚଣ୍ଡିଖୋଲସ୍ଥ ବିଜେପି କାର୍ଯ୍ୟାଳୟ ଠାରେ ରାଜ୍ୟ ବିଜେପି ମୁଖପାତ୍ର ତଥା ବଡଚଣା ବିଜେପି ପ୍ରାର୍ଥୀ ଅମର ନାୟକଙ୍କ ଦ୍ୱାରା ପ୍ରକାଶ ପାଇଛି । ବଡଚଣାରେ ବିଜେପି କ୍ଷମତାକୁ ଆସିଲେ ଓଡିଶାରେ ଏକମାତ୍ର କୃଷି ଭିତିକ ଶିଳ୍ପସଂସ୍ଥା କୋଣାର୍କ ଝୋଟକଳକୁ ପୁନଃଉଦ୍ଧାର କରାଯିବ । ବୌଦ୍ଧପୀଠ ଉଦୟଗିରି,ପ୍ରସିଦ୍ଧ ଓଳାଶୁଣି ପୀଠ,ମହାବିନାୟକ,ଚଣ୍ଡିଖୋଲର ଚଣ୍ଡିମନ୍ଦିର,ଛତିଆବଟ ଓ ଅମରାବତୀ ପ୍ରଭୃତି ପର୍ଯ୍ୟଟନସ୍ଥଳିର ବିକାଶ ପାଇଁ ଦୃଷ୍ଟି ଦିଆଯିବ ।ବିରୂପା-ଗେଙ୍ଗୁଟି ଦ୍ୱିପାଞ୍ଚଳରେ ସ୍ଥାୟୀ ଜଳସେଚନ ବ୍ୟବସ୍ଥା ସହିତ ବଡଚଣା ଅଂଚଳର ସମସ୍ତ ·ଷଜମିକୁ ଜଳସେଚନ ପାଇଁ ବିହୀତ ପଦକ୍ଷେପ ନିଆଯିବ । ସମସ୍ତ ଗ୍ରାମକୁ ପାଇପ ଯୋଗେ ପାନୀୟଜଳ ଯୋଗାଣ ଓ ସ୍ୱଚ୍ଛଭାରତ କାର୍ଯ୍ୟକ୍ରମ ପ୍ରତି ଗୁରୁତ୍ୱ ଦିଆଯିବ । ଚଣ୍ଡିଖୋଲ ଏନଏସି ଓ ସବଡିଭିଜନ ମାନ୍ୟତା ପ୍ରଦାନ ସହିତ ଚଣ୍ଡିଖୋଲ ଟ୍ରାଫିକ ସମସ୍ୟା ସମାଧାନ ଓ ପରିତ୍ୟକ୍ତ ପାଣିଖାଲ ଗୁଡିକୁ ପୋତି ରାଜପଥ ଗ୍ରାମ ନିର୍ମାଣ ଓ ଅସ୍ଥାୟୀ ଦୋକାନ ମାନଙ୍କ ଥଇଥାନର ବ୍ୟବସ୍ଥା । ଭୂମିହୀନ ଦଳିତ ଓ ଆଦିବାସୀ ଜନସାଧାରଣଙ୍କୁ ସ୍ଥାୟୀ ଜମି ପଟ୍ଟା ପ୍ରଦାନ କରାଯିବ । ବଡଚଣା ବ୍ଲକ ବଡ ବ୍ଲକ ହୋଇଥିବାରୁ ଜନସାଧରଣଙ୍କୁ ପ୍ରଶାସନିକ ସୁବିଧା ଯୋଗାଇ ଦେବାପାଇଁ ଏହି ବ୍ଲକକୁ ଦୁଇଭାଗ କରି ଅନ୍ୟ ଏକ ବ୍ଲକ ପ୍ରତିଷ୍ଠା ପାଇଁ ଉଦ୍ୟମ କରାଯିବ । ପ୍ରତ୍ୟେକ ଘରକୁ ବିଜୁଳି ପହଞ୍ଚାଇବା ଲକ୍ଷ୍ୟରେ କୁନ୍ଦଳ,କାଇମାଟିଆ ଓ ବାରବାଟି ପଡିଆ ଠାରେ ପ୍ରସ୍ତାବିତ ଗ୍ରୀଡ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ । ଚଣ୍ଡିଖୋଲ ଠାରେ ପ୍ରସ୍ତାବିତ ଟ୍ରୋମା ସେଣ୍ଟର ପୁନଃପ୍ରତିଷ୍ଠା କରାଯିବା ସହ ଏଠାରୁ ଉଠି ଯାଇଥିବା ଅନ୍ୟାନ ସେବା ସଂସ୍ଥା ଗୁଡିକ ସମ୍ପର୍କରେ ସମୀକ୍ଷା କରାଯିବ । ବଡଚଣା ବ୍ଲକରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳରେ ରାଜନୈତିକ ହସ୍ତକ୍ଷେପକୁ ବନ୍ଦ କରାଯିବା ସହ ଅନ୍ୟାନ ଜନହିତକର ଯୋଜନାକୁ ଲୋକମାନଙ୍କ ନିକଟରେ ବିଜେପି ପହଞ୍ଚାଇବାେ ବୋଲି ଆଜି ତାର ଇସ୍ତାହାରରେ ପ୍ରକାଶ କରିଛି । ଏହି କାର୍ଯ୍ୟକ୍ରମରେ ବଡଚଣା ବିଜେପି ସମସ୍ତ କାର୍ଯ୍ୟକର୍ତ୍ତା ଓ ଜନପ୍ରତିନିଧି ଉପସ୍ଥିତଥିଲେ ।

Related Posts

About The Author

Add Comment