ବଡଚଣା : ପ୍ରଥମ ଦିନରେ ୬୮ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ

Spread the love

ଚଣ୍ଡିଖୋଲ, ୨୨/୨(ସନ୍ଧାନ ନିୟୁଜ/ଏମ୍ ରାଉତ)-ଚଳିତ ବର୍ଷ ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ସମୁଦାୟ ୨୯୫୯ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୬୮ ଜଣ ମାତୃଭାଷା ପରୀକ୍ଷାରେ ଅନୁପସ୍ଥିତ ରହିଥିବା ଜଣାପଡିଛି । ବଡଚଣା ନୋଡାଲ କେନ୍ଦ୍ର ଅଧିନରେ ୧୮ଟି ସେଂଟରରେ ଏହି ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି । ଗୋଟିଏ କେନ୍ଦ୍ରରେ ମଧ୍ୟମା(ସଂସ୍କୃତ ବିଦ୍ୟାଳୟ ଓ ଅନ୍ୟ ଗୋଟିଏ କେନ୍ଦ୍ରରେ ମୁକ୍ତ ବିଦ୍ୟାଳୟର ପରୀକ୍ଷାର୍ଥୀ ମାନେ ପରୀକ୍ଷା ଦେବାର ବନେ୍ଦାବସ୍ତ କରାଯାଇଛି । ମୁକ୍ତ ବିଦ୍ୟାଳୟର ପରୀକ୍ଷାର୍ଥୀ ମାନଙ୍କ ପାଇଁ ଧାନମଣ୍ଡଳ ହାଇସ୍କୁଲ ଠାରେ ପରୀକ୍ଷା କେନ୍ଦ୍ର କରାଯାଇଛି । ଆଜି ବିଭିନ୍ନ କେନ୍ଦ୍ରକୁ ପରୀକ୍ଷା ଯାଂଚ କରିବାକୁ ପ୍ଳାଇଂ ସ୍କାର୍ଡମାନ ବୁଲୁଥିବାର ଜଣାପଡିଛି । ବଡଚଣା ମହାବିନାୟକ ବିଦ୍ୟାୟନକୁ ନୋଡାଲ ସେଂଟର କରାଯାଇ ସଶସ୍ତ୍ର ପୋଲିସ ସୁରକ୍ଷା ଓ ଅତିରିକ୍ତ ତହସିଲଦାରଙ୍କ ହେପାଜତରେ ପପ୍ରଶ୍ନପତ୍ର ଓ ଉତର ଖାତା ରଖାଯିାବର ବନେ୍ଦାବସ୍ତ କରାଯାଇଛି । ଆଜି ମାତୃଭାଷା ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ ହେବାକୁ ନେଇ ଉଭୟ ପରୀକ୍ଷାର୍ଥୀ ଓ ଅଭିଭାବକ ମାନଙ୍କ ମଧ୍ୟରେ ନୈରାଶ୍ୟଭାବ ଦେଖାଦେଇଛି ।

Related Posts

About The Author

Add Comment