ଚଣ୍ଡିଖୋଲ,୨୩/୦୮/୨୦ (ସନ୍ଧାନ ନିଉଜ):- ଗତ ୨୦ତାରିଖରେ ବଡଚଣା ବ୍ଳକ ଅନ୍ତର୍ଗତ ବଡଘୁମୁରୀ ଗ୍ରାମର ଦାଶରଥି ନାୟକ, ୧୬ନଂ ଜାତ୍ୟି ରାଜପଥ କଡେଇ ଛକଠାରେ ଥିବା ତାଙ୍କ ସିମେଂଟ ଗୋଦାମରେ ସକାଳ ୯ଟା ସମୟରେ ବସିଥିଲେ । ହଠାତ ୨ ଜଣ ସନ୍ଦଗ୍ଧ ବ୍ୟକ୍ତି ଏକ ମାରୁତି ୮୦୦ ଯାହାର ନଂ ଓଆର୦୨୮୮୦୭ରେ ଆସି ଶ୍ରୀ ନାୟକଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ତାଙ୍କୁ ଅପହରଣ କରି ନେଇଥିଲେ । ଅପହରଣକାରୀ ରବୀନ୍ଦ୍ର ଦାସ ଗ୍ରାମ ଶୁଭଦ୍ରାପୁର ସଦର ଥାନା କଟକ ଓ ମାନସ ପଣ୍ଡା ଗ୍ରାମ ଖଇରାପୁର ପଣ୍ଡାସାହି, ଥାନା-ବାଲିପାଟଣା, ଜିଲ୍ଲା-ଖୋର୍ଦ୍ଦା, ଶ୍ରୀ ନାୟକଙ୍କ ପରିବାରଙ୍କ ଠାରୁ ୫ଲକ୍ଷ ର୍ଟଙ୍କା ମୁଣ୍ଡ ଜାମିନି ଦାବୀ କରିଥିଲେ । ଏ ସଂପର୍କରେ ଦାଶରଥିଙ୍କପରିବାର ଲୋକ ବଡଚଣା ଥାନାକୁ ଜଣାଇଥିଲେ । ଏ କଥା ଶୁଣି ଆରକ୍ଷୀ ନିରୀକ୍ଷକ ପ୍ରିୟବ୍ରତ ରାଉତ ସଦଳବଳେ ବିଭିନ୍ନ ସ୍ଥାନ ଛାନଭିନ କରି ସେଶରେ ବାଲିପାଟଣା ନିକଟସ୍ଥ ଖଇରାପୁର ପଣ୍ଡା ସାହିର ମାନସ ପଣ୍ଡାଙ୍କ ଘରୁ ଦାଶରଥିଙ୍କୁ ଉଦ୍ଧାର କରିବା ସହିତ ବ୍ୟବହୃତ ମାରୁତି ୮୦୦ ଓ ୪ଟି ବନ୍ଧୁକ ଏକ ମାରଣାସ୍ତ୍ର ସହ ୨ ଜଣ ଅପହାରଣକାରୀ ରବୀନ୍ଦ୍ର ଓ ମାନସକୁ ଗିରଫ କରିଥିଲେ । ଏ ସଂପର୍କରେ ବଡଚଣା ଥାନାରେ କେଶ ନଂ ୨୫୧/୨୦, ଦଫା ୟୁ/ଏସ/୩୬୪(ଏ)/୧୦୯/୩୪ ଆଇ.ପି.ସି/୨୫/୨୭ରେ କେଶ କରାଯାଇ ଦୁଇଜଣଙ୍କୁ କୋର୍ଟ ହାଜତକୁ ପଠାଯାଇଛି ।
ବଡଚଣା ପୋଲିସ ଦ୍ୱାରା ଦୁଇ ଅପହରଣକାରୀ ୪ ବନ୍ଧୁକ, ମାରୁତି ୮୦୦ଜବତ
|
August 23, 2020 |
![](https://sandhannews.com/wp-content/uploads/2020/08/IMG-20200822-WA0025.jpg)