ଚଣ୍ଡିଖୋଲ, ୩୦/୧୧/୨୦୨୧ (ସନ୍ଧାନ ନିଉଜ୍) ଡରାଇଲାଣି ତୃତୀୟ ଲହର ଓମିକ୍ରନ ଭାରିଆଣ୍ଟ ମୁକାବିଲା ଲାଗି ସଚେତନତା ବାର୍ତ୍ତା ନେଇ ପ୍ରଚାର ମାଧ୍ୟମରେ ପ୍ରଥମେ ଚଣ୍ଡିଖୋଲ ଛକରେ ପ୍ରସ୍ତୁତି ଆରମ୍ଭ କରିଛି । କରୋନା ଡେଲଟା ଭାରିଆଣ୍ଟ ଠାରୁ ଅଧିକ ମାରାତ୍ମକ , ଓରିକ୍ରନ ଭାରିଆଣ୍ଟ ଅଧିକ ମାରାତ୍ମକ । ଦୁଇ ଜୋନ୍ ଟିକା ନେଇ ଥିବା ବ୍ୟକ୍ତି କୁ ସହଜରେ ସକ୍ରମିତ କରିପାରେ । ସ୍ୱାସ୍ଥ୍ୟ ବିଷେଶଗ୍ୟ ଙ୍କ ମତ । ଏହାକୁ ପ୍ରାକ୍ ରେ ଦୃଷ୍ଟିରେ ରଖି ପ୍ରଶାସନ ପଖ୍ୟରୁ ଆଜି ବଡଚଣା ଥାନାଧିକାରୀ ସୁଶିଲ୍ ନାୟକ ନେତ୍ରୁତ୍ୱରେ ହୋଇଥିଲା । ବଡଚଣା ଥାନା ଓ ଚଣ୍ଡିଖୋଲ ଫାଣ୍ଡି ପଖ୍ୟରୁ ଏକ ସଚେତନତା ବାର୍ତ୍ତା ଓ ପ୍ରଚାର ମାଧ୍ୟମରେ ଚଣ୍ଡିଖୋଲ ବଜାର ପରିକ୍ରମା କରିବାସହ ସକ୍ରମିତ କୁ ଦୃଷ୍ଟିରେ ରଖି ସାମାଜିକ ଦୁରତା , ମାସ୍କ ପିନ୍ଧିବା କହିବା ସହ୍ ବଜାର ର ପରିବା ମାର୍କେଟ ଓ ବିଭିନ୍ନ ଦୋକାନ ମାନ ବୁଲି ବୁଲି ସଚେତନତା କରିଥିଲେ । କୋଭିଡ୍ ନିୟମ ଉଲ୍ଲଘଂନ କରୁଥିବା ବ୍ୟକ୍ତି ଓ ଅନୁଷ୍ଠାନ କୁ ଉପରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ଏବେ ସମସ୍ତ ବଜାର ଓ ଶିକ୍ଷା ନୁଷ୍ଠାନ ଖୋଲିଯିବାରୁ ସକ୍ରମଣ ଅଧିକ ହୋଇପାରେ ବୋଲି ଆଶଙ୍କା ଦେଖାଦେଇଛି। ଏଥିଲାଗି ଆବଶ୍ୟକତା ପଦକ୍ଷେପ ଆବଶ୍ୟକ। ଏହି ସଚେତନତା ବାର୍ତା ରେ ଏସ୍ଆଇ ମହମ୍ମଦ ସୁରଜ୍ , ଏସ୍ଆଇ ସଜୁକ୍ତା ବେହେରା , ଗୋପାଳ ଦାସ , ଏସ୍ଆଇ ବିଜୟ ତରାଇ , ପ୍ରୟାସ ସମ୍ପାଦକ ଭାରତ ଭୂଷଣ ପଣ୍ଡା , ବଜାର କମିଟି ପଖ୍ୟରୁ ପ୍ରକାଶ ରାଉତ୍ , ମାନସ କୁମାର ରାଉତ ପ୍ରମୁଖ ଉପସ୍ଥିତ ରହି ସଚେତନତା କରିଥିଲେ ।
ବଡଚଣା ପୋଲିସ ତରଫରୁ କରୋନା ସଚେତନତା ବାର୍ତ୍ତା ଓ ମାସ୍କ ବଣ୍ଟନ
|
November 30, 2021 |
