ଚଣ୍ଡିଖୋଲ, ୨/୧୦(ସନ୍ଧାନ ନିୟୁଜ/ମାନସ ରାଉତ),ମୁଖ୍ୟମନ୍ତ୍ରୀଙ୍କ ୫ଟି କାର୍ଯ୍ୟକ୍ରମ ଜରିଆରେ ପ୍ରଶାସନିକ ସ୍ତରରେ ସ୍ୱଛତା ଆଣିବା ପାଇଁ ଆରମ୍ଭ କରାଯାଇଥିବା ଏହି ଯୋଜନାକୁ ସଫଳ ରୂପାୟନ କରିବା ପାଇଁ ନିଦେ୍ର୍ଦଶ ନାମା ଜାରି କରାଯାଇଛି । ଭୁବନେଶ୍ୱର ଠାରେ ମୁଖ୍ୟମନ୍ତ୍ରୀ ଏହି ।କର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିବା ବେଳେ ବୁଧବାର ଦିନ ବଡଚଣା ଥାନାରେ ବିଧାୟକ ଅମର ପ୍ରସାଦ ଶତପଥି ଆନୁଷ୍ଠାନିକ ଭାବେ ଏହାକୁ ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବଡଚଣା ଥାନା ଅଧିକାରୀ ଦୀପକ କୁମାର ଜେନାଙ୍କ ପ୍ରତ୍ୟେକ୍ଷ ତତ୍ୱବଧାନରେ ସହାୟତା କେନ୍ଦ୍ର ସହ ଆମ ସରକାର କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି ଅବସରରେ ଚଣ୍ଡିଖୋଲ ଫାଣ୍ଡି ଅଧିକାରୀ ଶୁଶୀଳ କୁମାର ନାୟକ, ଧାନମଣ୍ଡଳ ଫାଣ୍ଡି ଅଧିକାରୀ ଏବଂ କାର୍ଯ୍ୟରତ ସମସ୍ତ ପୋଲିସ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା ସହ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ । ଏହି ଅବାସରରେ ଏହି କାର୍ଯ୍ୟକ୍ରମରେ ବଡଚଣା ବ୍ଳକ ଅଧ୍ୟକ୍ଷ ଭାଗ୍ୟଧର ମଲ୍ଲିକ, ବରିଷ୍ଠ ନାଗରିକ ସଂଘ ସଭାପତି ଶେଷଦେବ ନାୟକ, କ୍ରସର ମାଲିକ ସଭାପତି ଚନ୍ଦନ ନାୟକ, ବ୍ଳକ ବିଜେଡି ସଭାପତି ଅରନବିନ୍ଦ ସାମଲ ସହିତ ବହୁ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।
ବଡଚଣା ଥାନାରେ ମୋ ସରକାର କାର୍ଯ୍ୟକ୍ରମର ଶୁଭାରମ୍ଭ
|
October 2, 2019 |