ଯାଜପୁର,୩/୨(ସନ୍ଧାନ ନିୟୁଜ/ମାନସ ରାଉତ) ବଡଚଣା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ସଭା ଗୃହରେ ରୋଗୀ କଲ୍ୟାଣ ସମିତି ବୈଠକ କଲ୍ୟାଣ ସମିତିର ଅଧ୍ୟକ୍ଷ ତଥା ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଭାଗ୍ୟଧର ମଲିକ,ବିଡିଓ ଅଜିତ ନାରାୟଣ ପ୍ରସାଦ ଗିରି,ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ସୁପରିଟେଣ୍ଡଣ୍ଟ ଡାକ୍ତର ଦିପକ ବେହେରା,ବିପିଏଚଓ ଡାକ୍ତର ରଶ୍ମିରଂଜନ ପଶାୟତ,ଦର୍ପଣ ତହସିଲଦାର ଡଃ ଅଶୋକ କୁମାର ଦାସ,ଆୟୁସ ଡାକ୍ତର ମିନର୍ଭା ପ୍ରଧାନ,ଥାନାଧିକାରୀ ଶରତଚନ୍ଦ୍ର ପାତ୍ର,ସିଡିପିଓ-୧ ପଦ୍ମଜା କାନୁନଗୋ,ସିଡିପିଓ-୨ କୁସୁମ ମହାରଣା,ଜିଲାପରିସଦ ସଭ୍ୟ ଅରବିନ୍ଦ ସାମଲ,ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ମନୋରମା ସ୍ୱାଇଁ,ବାଡା କ୍ଷୀରାଦ୍ଧି ତନୟା ଜେନା ପ୍ରମୁଖ ଉପସ୍ଥିତ ରହି ପୂର୍ବ ବୈଠକର ଆଲୋଚ୍ୟ ବିଷୟ ଏବଂ ଏଥିନିମିତ୍ତ ହୋଇଥିବା କାର୍ଯ୍ୟାବଳୀର ବିବରଣୀ ପ୍ରଦାନ କରିଥିଲେ । ଚଳିତ ବର୍ଷର ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖାଦେଇଥିବା ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ପାଇ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏହି ସବୁ ସମସ୍ୟାର ଖୁବଶିଘ୍ର ସମାଧାନ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ବିଧାୟକ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗଣେଶ୍ୱର ବରାଳ,ଦିଲିପ ରାଉତ,ପବନେଶ୍ୱର ଜେନା,ବୈକୁଣ୍ଠ ବରାଳ,ଶିବପ୍ରସାଦ ରାଉତ ପ୍ରମୁଖ ଉପସ୍ତିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ବଡଚଣା ଡାକ୍ତରଖାନାରେ ରୋଗୀ କଲ୍ୟାଣ ସମିତି ବୈଠକ
|
February 3, 2019 |



