ବଡଚଣା: ଇଭିଏମ ସଚେତନତା ଶିବିର

Spread the love

ଚଣ୍ଡିଖୋଲ, ୧୦/୩ (ସନ୍ଧାନ ନିୟୁଜ)- ବଡଚଣା ବ୍ଳକ ପ୍ରେକ୍ଷାଳୟ ଗୃହରେ ଇଭିଏମ ସଚେତନତା ଶିବିରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଜିତ ନାରାୟଣ ପ୍ରସାଦ ଗିରି, ତହସିଲଦାର ଅଶୋକ କୁମାର ଦାସ, ପଂଚାୟତ ସମିତି ଅଧ୍ୟକ୍ଷ ଭାଗ୍ୟଧର ମଲ୍ଲିକ, ଅତିରିକ୍ତ ତହସିଲଦାର ରମାକାନ୍ତ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ଉକ୍ତ ଶିବିରରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଫକୀର ମୋହନ ବଳ, ଅରବିନ୍ଦ ସାମଲ, ଜ୍ଞାନରଞ୍ଜନ ସାହୁ, ସରପଂଚ ଭାଗ୍ୟଧର ପ୍ରଧାନ, ସମିତିସଭ୍ୟ ଦେବେନ୍ଦ୍ର ରାଉତରାୟ, ଜିଲ୍ଲା ପରିଷଦା ସଭ୍ୟା ବିନୋଦିନି ସାହୁ, ସରପଂଚ ନିବେଦିତା ସାହୁ ପ୍ରମୁଖଙ୍କ ସହିତ ନାଗରିକ ମାନେ ଯୋଗ ଦେଇଥିଲେ । ଆସନ୍ତା ନିର୍ବାଚନରେ ଇଭିଏମ ମେସିନ କିପରି ବ୍ୟବହାର କରାଯାଇପାରିବ ଓ ଭୋଟରମାନେ କିଭଳି ମେସିନକୁ ବ୍ୟବହାର କରି ଭୋଟ ଦେବେ ସେ ସଂପର୍କରେ ଆଲୋଚନା କରାଯାଇଥିଲା । ଇଭିଏମ ମେସିନ ଦ୍ୱାରା ସେଠାରେ ମଧ୍ୟ ମଗପୁର କରାଯାଇଥିଲା ।

Report- Anita Behera, Badachana

Related Posts

About The Author

Add Comment