ବଡଚଣାର ବିଭନ୍ନ ଶିକ୍ଷାନୁଷ୍ଠାନ, କୋଚିଂ ସେଂଟର ଓ ସପିଂ ମଲରେ ନାହିଁ ଅଗ୍ନି ନିରାପକ ବ୍ୟବସ୍ଥା ; ବିପଦରେ ଧନ ଜୀବନ

Spread the love

ଚଣ୍ଡିଖୋଲ, ୨୭/୫ (ସନ୍ଧାନ ନିୟୁଜ) ନିକଟରେ ସୁରତର ଏକ କୋିଂ ସେଂଟରରେ ନିଆଁ ଲାଗିବା ଫଳରେ ୨୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କର ପ୍ରାଣହାନି ଘଟିଥିଲା । କୋଚିଂ ସେଂଟରେ ଅଗ୍ନି ନିରାପକ ବ୍ୟବସ୍ଥା ଠିକ ଭାବରେ କାମ ନକରିବାରୁ ଏଭଳି ଦୁର୍ଘଟଣା ଘଟିଥିଲା ବୋଲି ଜଣାପଡିଛି । ଯାଜପୁର ଜିଲ୍ଲାର ବଡଚଣା ଅଂଚଳରେ ଥିବା ୨୦ରୁ ଉର୍ଦ୍ଧ ବେସରକାରୀ ଇଂରାଜୀ ବିଦ୍ୟାଳୟ, କୋଚିଂ ସେଂଟର ଓ ବିଭିନ୍ନ ସପିଂ ମଲ ମାନଙ୍କରେ ଅଗ୍ନି ନିରାପକ ଯନ୍ତ୍ର ଲଗାଇବାର ନିୟମ ଥିଲେ ମଧ୍ୟ ବହୁସ୍ଥାନରେ ଏହି ନିୟମର ଖୋଲାଖୋଲି ଉଲଘଂନ ହେଉଥିବାର ଦେଖାଯାଉଛି । ଫଳରେ ସୁରତ ଭଳୀ ଆକସ୍ମିକ ଦୁର୍ଘଟଣାକୁ ଏଡାଇ ଦିଆଯାଇ ନପାରେ । ଜିଲ୍ଲାର ପ୍ରମୁଖ ବ୍ୟବସାୟୀ ପେଣ୍ଠସ୍ଥଳ ଚଣ୍ଡିଖୋଲ ଛକରେ ଥିବା ବିଭିନ୍ନ ମାର୍କେଟ କମ୍ପ୍ଳେକ୍ସ ମାନଙ୍କରେ ଅଗ୍ନି ନରାପକ ବ୍ୟବସ୍ଥ ନଥିବାର ଜଣାପଡିଛି । ଯେଉଁଠି ବା ଅଛି ତାକୁ ଚଳାଇବା ପାଇଁ କର୍ମଚାରୀ ମାନଙ୍କୁ ସଠିକ ପ୍ରଶିକ୍ଷଣ ମଧ୍ୟ ଦିଆଯାଇ ନାହିଁ । ମାକେର୍ଟ କମ୍ପ୍ଲେକ୍ସରେ ଥିବା ଦୋକାନ ଘର ଗୁଡିକ ଏପରି ପାଖକୁ ପାଖ ରହିଅଛି ଯେ ଦୈବାତ ଆକସ୍ମିକ ଅଗ୍ନିକାଣ୍ଡ ଘଟିଲେ ଧନଜୀବନ ରକ୍ଷା କରିବା କାଠିକାର ପାଠ ହୋଇପଡିବ ବୋଲି ସମ୍ଭାବନା ରହିଅଛି । ବିଶେଷ କରି କପଡା ଦୋକାନ ମାନଙ୍କରେ ଏହି ଅଗ୍ନି ନିରାପକ ଯନ୍ତ୍ର ରଖିବା ସହିତ କର୍ମଛାରୀ ମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦିଆଯିବାର ଆବଶ୍ୟକତା ରହିଅଛି । ଏ ସଂପର୍କରେ ଚଣ୍ଡିଖୋଲ ଅଗ୍ନିଶ୍ରମ ଅଧିକାରୀ ପ୍ରଭାକର ସାହୁଙ୍କୁ ପଚାରିବାରୁ ହାତ ଗଣତି କେତେକ ଘରୋଇ ଶିକ୍ଷାନୁଷ୍ଠାନରେ ଅଗ୍ନି ନିରାପକ ବ୍ୟବସ୍ଥା ରହିଅଛି । ଅଗ୍ନିସେବା କେନ୍ଦ୍ର ପକ୍ଷରୁ ନିୟମିତ ଭାବରେ ବିଭୀନ୍ନ ସ୍କୁଲ ମାନଙ୍କରେ ଛାତ୍ରଛାତ୍ରୀ ମାନଙ୍କୁ ଆକସ୍ମିକ ଦୁର୍ଘଟଣାରୁ ରକ୍ଷା କରାଯିବାର କୌଶଳ ମାନ ପ୍ରଶିକ୍ଷଣ ଦିଆଯାଉଛି । କିନ୍ତୁ ବିଭିନ୍ନ ସପିଂ ମଲରେ ଅଗ୍ନି ନିରାପକ ବ୍ୟବସ୍ଥାର ନିୟମକୁ କଡାକଡି ପାଳନ କରିବା କଥା ।

Related Posts

About The Author

Add Comment