ବଜ୍ରାଘାତରେ ମହିଳା ମୃତ୍ୟୁ

Spread the love

ବଲାଙ୍ଗୀର,୨୯/୦୫ (ସନ୍ଧାନ ନିଉଜ): ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ସିନ୍ଧେକେଲା ଥାନା ଅଧୀନସ୍ଥ କାଲକୂଟ ଗ୍ରାମ ରେ ଜଣେ ମହିଳା ଙ୍କ ବଜ୍ରାଘାତ ରେ ଶୋଚନୀୟ ମୃତ୍ୟୁ ଘଟିଛି। ପ୍ରକାଶ ଯେ ଅପରାହ୍ନ ପ୍ରାୟ ୩ ଘଣ୍ଟା ସମୟରେ ସିତୟା ମାଝୀ ନାମ୍ନୀ ଜଣେ ୩୭ ବର୍ଷୀୟା ମହିଳା ତାଙ୍କ ଘର ଅଗଣା ରେ ଥିବା ବେଳେ ହଠାତ ବିଜୁଳି ବା ବଜ୍ରାଘାତ ର ଶିକାର ହୋଇଥିଲେ। ପରିବାର ଲୋକେ ତୁରନ୍ତ ତାଙ୍କୁ ସିନ୍ଧେକେଲା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇ ଭର୍ତ୍ତି କରିଥିବା ବେଳେ ଡାକ୍ତର ତୁରନ୍ତ ଟିଟିଲାଗଡ଼ ମୁଖ୍ୟ ଚିକିତ୍ସାଳୟ କୁ ନେଇ ଯିବା କୁ ପରାମର୍ଶ ଦେଇଥିଲେ।  ଉକ୍ତ ମହିଳା ଙ୍କୁ ଆମ୍ବୁଲେନ୍ସ ଯୋଗେ ଟିଟିଲାଗଡ଼ ଡାକ୍ତର ଖାନା କୁ ଅଣାଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ଡାକ୍ତରଖାନା କର୍ତ୍ତୃପକ୍ଷ ପୋଲିସ କୁ ସୂଚନା ଦେଇଥିବା ବେଳେ ଏ ନେଇ ପୋଲିସ ଏକ ମାମଲା ରୁଜ୍ଜୁ କରି ଥିବା ଜଣାଯାଇଛି।

Related Posts

About The Author

Add Comment