ବଜ୍ରକାପ୍ତା ଉଦ୍ଧାର, ଜଣେ ଗିରଫ

Spread the love
  •  
  •  
  •  
  •  
  •  

ବାଲେଶ୍ୱର, ୨୩/୧୦(ସନ୍ଧାନ ନ୍ୟୁଜ୍) :-  ବାଲେଶ୍ୱର ଜିଲ୍ଲାର ସୋରୋ ଥାନାଞ୍ଚଳରେ ଏକ ବଜ୍ରକାପ୍ତା ଉଦ୍ଧାର କରାଯାଇଥିବା ବେଳେ ଜଣଙ୍କୁ ଗିରଫ କରାଯାଇଥିବା ବନ ବିଭାଗର ସ୍ଥାନୀୟ ଅଧିକାରୀ କହିଛନ୍ତି । ବାଲେଶ୍ୱର ବନ୍ୟପ୍ରାଣୀ ଡିଭିଜନର ଡିଏଫଓ ବିୱାରଜ ପଣ୍ଡା କହିଛନ୍ତି, ସୋରୋ ଥାନା ଅନ୍ତର୍ଗତ ମହୁମୁହାଣ ଗ୍ରାମର ସୁଦର୍ଶନ ନାୟକ ଏକ ବଜ୍ରକାପ୍ତା ରଖିଥିବା ନେଇ ସୂଚନା ମିଳିବା ପରେ ବୁଧବାର ରାତି ଚଢ଼ାଉ କରାଯାଇଥିଲା । ସୋରୋ ଓ ନୀଳଗିରି ଡିଭିଜନର ଏସିଏଫ ସମୀର କୁମାର ସାହୁ ଓ ତପନ କୁମାର ପଣ୍ଡାଙ୍କ ନେତୃତ୍ୱରେ ଏହି ଚଢ଼ାଉ ହୋଇଥିଲା । ଜବତ ହୋଇଥିବା ମାଈ ବଜ୍ରକାପ୍ତାଟିର ଓଜନ ୧୦ କିଲୋ । ଅଭିଯୁକ୍ତକୁ ଗିରଫ କରାଯାଇଛି ଏବଂ ବଜ୍ରକାପ୍ତାଟିକୁ କୁଲଡିହା ଅଭୟାରଣ୍ୟରେ ଛାଡ଼ି ଦିଆଯିବ ବୋଲି ଅଧିକାରୀ କହିଛନ୍ତି ।

Related Posts

About The Author

Add Comment