ରାଇରଙ୍ଗପୁର, ୦୭/୦୯ /୨୦ (ସନ୍ଧାନ ନିଉଜ/ପରେଶ ଷଡ଼ଙ୍ଗୀ): କରୋନା ମହାମାରୀ ସମୟରେ ହଜାର ହଜାର ଲୋକ ରୋଜଗାର ହରାଇଥିବା ବେଳେ ଚାଷ ଉପରେ ସାଧାରଣ ଲୋକ ଭରସା କରିଛନ୍ତି। କିନ୍ତୁ ଚାଷୀଙ୍କୁ ଉପଯୁକ୍ତ ସମୟରେ ମିଳୁନି ସାର କଳାବଜାରୀଙ୍କ ଇସାରାରେ ବଜାର ପରିଚାଳିତ ହେଉଥିବା ବେଳେ ଚାଷୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଲାଇସେନ୍ସ ପ୍ରାପ୍ତ ସାର ଦୋକାନରେ ଏବେ ୟୁରିଆ ସାର ଯଥେଷ୍ଟ ପରିମାଣରେ ମିଳୁନଥିବା ବେଳେ ସେମାନଙ୍କ ନାଁରେ ଅଧିକ ପରିମାଣର ସାର ମହଜୁଦ ଥିବା ଅନ୍ଲାଇନ୍ରେ ଦେଖାଉଛି ।ବାମନଘାଟୀ ଉପଖଣ୍ଡର ରାଇରଙ୍ଗପୁରରେ ଥିବା ପ୍ରମୁଖ ସାର ଯୋଗାଣକାରୀ ଏଜେନ୍ସି ମାଧ୍ୟମରେ ସମସ୍ତ ବ୍ଲକ୍ରେ ଥିବା ଲାଇସେନ୍ସ ପ୍ରାପ୍ତ ଦୋକାନୀଙ୍କୁ ଦିଆନଯାଇ ଗ୍ରାମାଂଚଳରେ ଥିବା ଅଣ-ଲାଇସେନ୍ସ ପ୍ରାପ୍ତ ଖୁଚୁରା ଦୋକାନୀଙ୍କୁ ସାର ଯୋଗାଇ କଳାବଜାରୀକୁ ସୁଯୋଗ ଦେଉଛନ୍ତି ସରକାର। କୃଷି ଜିଲ୍ଲା ହୋଲସେଲରମାନେ ଏକ ବଡ଼ଧରଣର ଦୁର୍ନୀତିରେସସାମିଲ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ୟୁରିଆ ଦୁର୍ନୀତି ପଛରେ କୃଷି ବିଭାଗର ଉପସ୍ଥ ଅଧିକାରୀଙ୍କ ହାତ ଥିବା ଅଭିଯୋଗ ଆଣି ଆଜି ବାମନଘାଟୀ କୃଷକ ସଂଘ ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରକାଶ କରାଯାଇଛି। ରାଇରଙ୍ଗପୁର କୃଷି ଜିଲ୍ଲା ଅଧିକାରୀଙ୍କୁ ଚାଷୀମାନେ ୟୁରିଆ କଳା ବଜାରୀ ସମ୍ପର୍କରେ ପଚାରିବାରୁ ସେ ସନ୍ତୋଷଜଣକ ଉତ୍ତର ଦେଇ ପାରିନଥିଲେ। ବାମନଘାଟୀ ଉପଖଣ୍ଡରେ ଥିବା ସମସ୍ତ ଲାଇସେନ୍ସ ପ୍ରାପ୍ତ ରେଟିଲରମାନଙ୍କ ଷ୍ଟକ ଅନୁଯାୟୀ ସେପ୍ଟେମ୍ବର ପହିଲା ସୁଦ୍ଧା ୧୪୦.୮୫ ମେଟ୍ରିକ ଟନ ୟୁରିଆ ମହଜୁଦ ରହିଥିଲା। କିନ୍ତୁ ଉପଖଣ୍ଡରେ ସ୍ଥିତି ଓଲଟା ଥିବା ଚାଷୀ ଓ ଲାଇସେନ୍ସପ୍ରାପ୍ତ ରେଟିଲରମାନେ ଅଭିଯୋଗ ଆଣିଛନ୍ତି। ସରକାରଙ୍କ ୟୁରିଆ ଧର୍ଯ୍ୟ ମୂଲ୍ୟ ଦ୍ବିଣ୍ଟାଲ ପିଛା ୨୬୬ ଟଙ୍କା ଥିବା ବେଳେ ୫ରୁ ୬ଶହ ଟଙ୍କାରେ କଳା କାରବାର ଚାଲିଥିବା ଅଭିଯୋଗ ହେଉଛି। ବାମନଘାଟୀ କୃଷକ ସଂଘର ସଭାପତି ରାମଚନ୍ଦ୍ର ମୁର୍ମୁ, ସମ୍ପାଦକ ଭଞ୍ଜ କିଶୋର ମହାନ୍ତି, ଜନକ କୁମାର ସି, ଚନ୍ଦ୍ରଶେଖର ମଣ୍ଡଳ, ମୋହନ ହାଁସଦା ପ୍ରମୁଖ ଏ ନେଇ ଉପଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଛନ୍ତି । ଚାଷୀଙ୍କୁ ତୁରନ୍ତ ସାର ଯୋଗାଇ ନଦେଲେ ଆନ୍ଦୋଳନ ଜୋରଦାର ହେବା ନେଇ ଚେତାବନୀ ଦେଇଛନ୍ତି ଚାଷୀ।
ବଜାରରେ ୟୁରିଆ ସାର କଳାବଜାରୀ
|
September 7, 2020 |