ବଜାରରେ ଦିବ୍ୟାଙ୍ଗ ପିଲାମାନଙ୍କ ପ୍ରସ୍ତୁତ ରାଖୀ .

Spread the love

ରାଉରକେଲା,୧୪/୮ (ସନ୍ଧାନ ନିୟୁଜ/ସୁବୋଧ ନାୟକ): ଆଗକୁ ରାଖୀ ପୂରଣ୍ଣିମା । ଏଥିପାଇଁ ବିଭିନ୍ନ ମହଲରେ ପ୍ରସ୍ତୁତ ହୋଇ କିସମ କିସମର ରାଖୀ ବଜାରକୁ ଆସିଗଲାଣି । ଏହି ପ୍ରତିଜୋଗୀତାରେ ସାମିଲ ହୋଇଛନ୍ତି ସେକ୍ଟର ୧୬ ସ୍ଥିତ ଶ୍ରଦ୍ଧା ସୂତନ୍ତ୍ର ବିଦ୍ୟାଳୟ ର ଦିବ୍ୟାଙ୍ଗ ପିଲାମାନେ । ସେମାନେ ବି ନିଜ ହାତରେ ବିଭିନ୍ନ ରକମର ରାଖୀ ବନାଇ ମାର୍କେଟରେ ବିକ୍ରି କରୁଛନ୍ତି । ଏଥିସହିତ ସେମାନେ ଫିନାଇଲ, ଅଗରବତୀ , ମହମବତୀ ପ୍ରଭୃତି ମଧ୍ୟ ବିକ୍ରି କରୁଛନ୍ତି । ସ୍କୁଲର ଶିକ୍ଷୟତ୍ରୀଙ୍କ କହିବା ଅନୁଜାୟି ଏହି ପିଲା ମାନଙ୍କୁ ସମାଜର ମୁଖ୍ୟ ସ୍ରୋତ୍ରରେ ସାମିଲ କରିବା ପାଇଁ ତଥା ସେମାନଙ୍କୁ ସ୍ୟାବଲମ୍ବି କରିବା ଦିଗରେ ଆମେ ଏମାନଙ୍କୁ ବର୍ଷସାରା ବିଭିନ୍ନ ପ୍ରକାରର ବୈଷୟିକ ତାଲିମ ଦେଇଥାଉ । ତାଲିମ ପାଇ ଏମାନେ ଖୁବ ସୁନ୍ଦର ଭାବେ ଅନେକ କାମ କରିପାରୁଛନ୍ତି । ଶ୍ରଦ୍ଧାରେ ୪୫ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମଧ୍ୟରୁ ୩୦ ଜଣରୁ ୍ର ଉର୍ଧ ପିଲା ଏହି କାମ ଗୁଡିକୁ ସୁନ୍ଦର ଭାବେ କରି ପାରୁଛନ୍ତି ଓ ବହୁତ ଖୁସି ହେଉଛନ୍ତି । ବଜାରରେ ଏମାନଙ୍କ ରାଖୀ କିଣିବା ପାଇଁ ଲୋକେ ବେଶ ଆଗ୍ରହ ପ୍ରକାଶ କରୁଛନ୍ତି ।

Related Posts

About The Author

Add Comment