ଭଦ୍ରକ,୬/୯ (ସନ୍ଧାନ ନିୟୁଜ) ବାସୁଦେବପୁର ବଜାରର ଫିଲ୍ମହଲ ଛକଠାରେ ଥିବା ବଜାଜ ଫାଇନାସ କମ୍ପାନୀର କାର୍ଯ୍ୟାଳୟରେ ଚାଲିଥିଲା ରୁଦ୍ଧ ଦ୍ୱାର ବୈଠକ । ବୈଠକରେ ଉପସ୍ଥିତ ଥିଲେ କମ୍ପାନୀର ସମସ୍ତ ରିଟେଲର । ଠକେଇ ମାମଲାର ସମାଧାନ ପାଇଁ ଚାଲିଥିଲା ଗୁପ୍ତ ବୈଠକ । ଶେଷରେ ଠକକୁ ଖସାଇଦେବା ପାଇଁ ସମର୍ଥ ହେଲେ କମ୍ପାନୀର ବାସୁଦେବପୁର ଅଧିକାରୀ । ତେଣେ ଠକାମୀର ଶିକାର ହୋଇଥିବା ମହିଳାଙ୍କୁ ଅର୍ଥ ପଇଠ କରି ସମସ୍ୟାର ସମାଧାନ ପାଇଁ ସୁତ୍ରଧର ସାଜିଥିଲେ କେତେକ ରିଟେଲର । ମିଳିଥିବା ସୂଚନା ଅନୁଯାଇ , ବଜାଜ ଫାଇନାସ କମ୍ପାନୀର ବାସୁଦେବପୁର ଶାଖାରେ କାର୍ଯ୍ୟରତ ଜଣେ କର୍ମଚାରୀ ବିନାୟକପୁର ଗ୍ରାମର ସୁକଲାନ୍ତୀ ସେଠୀଙ୍କୁ ୫୦ ହଜାର ଚୂନ ଲଗାଇ ଠକିନେଇଥିବା ଅଭିଯୋଗକୁ ଭିତି କରି ଗ୍ରାମର କେତେକ ଯୁବକ ଆଜି ବାସୁଦେବପୁର ଫାଇନାସ କମ୍ପାନୀ କାର୍ଯ୍ୟାଳୟକୁ ସଂପୃକ୍ତ କର୍ମଚାରୀ ଆସିଥିବା ଖବରପାଇ ପହଂଚିଥିଲେ । ବଚସା ପରେ ସଂପୃକ୍ତ କର୍ମଚାରୀ ଦିର୍ଘ ଦୁଇଘଂଟା ତାଲା ପକାଇ ରଖିବା ପରେ ସଂପୃକ୍ତ ଯୁବକ ତାଙ୍କ ଘରକୁ ଫୋନ କରି ଜଣାଇଥିଲେ । ତେବେ ତାଙ୍କ ବାପା ଆସି ଘଟଣାସ୍ଥଳରେ ପହଂଚିବା ପରେ ଆର୍ଥୀକ ଦଣ୍ଡରେ ଦଣ୍ଡ ବିଧାନ କରାଯାଇ ମାମଲାକୁ ରଫାଦଫା କରାଯାଇଥିଲା । ଏନେଇ ବାସୁଦେବପୁର ବଜାଜ ଫାଇନାସ ବିଭାଗ ଅଧିକାରୀ ଦେବବ୍ରତ ବଳକୁହନ୍ତି , ଦେଖାଦେଇଥିବା ସମସ୍ୟାର ସମାଧାନ ସରିଛି ଦୋଷୀକୁ ଆର୍ଥୀକ ଦଣ୍ଡରେ ଦଣ୍ଡିତ କରାଯାଇଛି ।
Report- R Nayak