ଭୁବନେଶ୍ବର, ୧୪/୧୨ (ସନ୍ଧାନ ନିୟୁଜ) ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି। ଧୀରେ ଧୀରେ ଘନୀଭୂତ ହୋଇ ଏକ ଅବପାତ ବା ଡିପ୍ରେସନରେ ପରିଣତ ହେବା ପରେ ଏହା ଆହୁରି ଘନୀଭୂତ ହୋଇ ଏକ ବାତ୍ୟା ରୂପ ନେବାକୁ ଯାଉଛି ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହି ବାତ୍ୟାର ନାମ ହେବ ଫେଥାଇ(Phethai)। ଏହା ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ଅଭିମୁଖେ ଗତି କରିବ ବୋଲି ପାଣିପାଗ ବିଭାଗରୁ ସତର୍କ ସୂଚନା ଦିଆଯାଇଛି। ଏବେ ଏହି ଅବପାତ ଚେନ୍ନାଇଠାରୁ ୧୧୪୦ କିଲୋମିଟର ଦୂରରେ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ରହିଛି ଓ ଏହା ଘଣ୍ଟାପ୍ରତି ୭ କିଲୋମିଟର ବେଗରେ ସ୍ଥଳଭାଗ ଆଡକୁ ଗତି କରୁଛି । ୧୫ ତାରିଖ ସନ୍ଧ୍ୟାରେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଓ ଉତ୍ତର ତାମିଲନାଡୁ ଉପକୂଳ ଛୁଇଁବ। ଏହା ପ୍ରଭାବରେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଓ ଉତ୍ତର ତାମିଲନାଡ଼ୁରେ ପ୍ରବଳ ବର୍ଷା ସହ ପବନ ହେବାର ସମ୍ଭାବନା ରହିଛି। ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ୯୦ ରୁ ୧୦୦ କିମି ରହିବ ବୋଲି ଅନୁମାନ କରାଯାଉଛି। ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବାପାଇଁ ସତର୍କ ସୂଚନା ଜାରି କରାଯାଇଛି । ଏହାର ପ୍ରଭାବ ଓଡ଼ିଶା ଉପରେ ଯଦିଓ ବିଶେଷ କିଛି ପ୍ରଭାବ ପଡିବ ନାହିଁ, ତେବେ ଦକ୍ଷିଣ ଓ ଉପକୂଳ ଓଡିଶାର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି ଓଡ଼ିଶାର କେତେକ ଜିଲ୍ଲା ଯଥା ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ, ନୟାଗଡ ଆଦି ଜିଲ୍ଲାରେ ବର୍ଷା ସମ୍ଭାବନା ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।
ତାଜା ଖବର
- ମଙ୍ଗଳପୁର ସେଣ୍ଟ ଜାଭିୟର୍ସ ହାଇସ୍କୁଲର ୧୦ମ ବାର୍ଷିକ ଉତ୍ସବ
- ବାସନ୍ତୀ ଯେନାଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବବିଦ୍ୟାଳୟକୁ ତୁରନ୍ତ ଜଣେ ଶିକ୍ଷକ ଦେବାପାଇଁ ମଞ୍ଚରେ ଦାବି
- କନିକାପଡା ପଞ୍ଚାୟତ ପିଇଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ ? ଆର୍ଟିଆଇ ଆଧାରରେ ସୂଚନା ଅଧିକାରୀ ଦେଉନାଁହାନ୍ତି ତଥ୍ୟ
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ -ପେପର ଡାଉନ ଲୋଡ କରନ୍ତୁ
- ନ୍ୟାୟ ପଳିକା, ସାମାଜିକ ଆଦର୍ଶ ଓ ପରମ୍ପରା ଉର୍ଦ୍ଧ ରେ ନୁହେଁ।
- ଓଡ଼ିଆ ପାଳୁ ଛନ୍ତି ଉତ୍କଳ ଦିବସ, ଓଡିଆ ନିଜକୁ ଓଡିଆ କହିବାକୁ ଡର ଲାଗୁଛି।
- କବାଟବନ୍ଧ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏଚ.ପି.ଭି (HPV) ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ
- ବୀରମହାରାଜପୁର ଗ୍ରାମୀଣ ଅଞ୍ଚଳରେ ଜନଗଣନା କାର୍ଯ୍ୟକ୍ରମ ଏପ୍ରିଲ ଏକ ତାରିଖ ରୁ ଆରମ୍ଭ ହେବା ନେଇ ଗଣମାଧ୍ୟମରେ ସୂଚନା ଦେଲେ ସେନସସ୍ ଅଧିକାରୀ
- ଟିକାବାଲି ମହୋତ୍ସବ -୨୦୨୬ ଉଦଯାପିତ
- କୋକସରା ଡିଗ୍ରୀ ମହାବିଦ୍ୟାଳୟ ରେ ଇନୋଭସନ ଓ ଷ୍ଟାର୍ଟଅପ୍ କାର୍ଯ୍ୟକ୍ରମ ଉଦଯାପିତ।


