ବଗି ଠାରୁ ଅଲଗା ହେଲା ଟ୍ରେନ

Spread the love
ରାଉରକେଲା, ୧୩/୦୩ (ସନ୍ଧାନ ନିୟୁଜ) : ବଗି ଠାରୁ ଅଲଗା ହେଲା ଟ୍ରେନ । ଅଳ୍ପକେ ଟଳିଗଲା ଦୁର୍ଘଟଣା । ଗୁରୁବାର ରାଜଗାଙ୍ଗପୁର ବଗିଚାପଡା ଫାଟକ ନିକଟରେ ଏକ ମାଲବାହୀ ଟ୍ରେନ ବଗିରୁ ଅଲଗା ହୋଇଯାଇଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଫଳରେ ରେଳ ଫାଟକ ରାସ୍ତାରେ ଯାତ୍ରୀଙ୍କ ଲମ୍ବାଧାଡି ଦେଖିବାକୁ ମିଳିଥିଲା । ସୂଚନା ଅନୁଯାୟୀ ରାଉରକେଲାରୁ ଝାରସୁଗୁଡା ଯାଉଥିବା ଏକ ମାଲବାହୀ ଟ୍ରେନଟି ରାଜଗାଙ୍ଗପୁର ବଗିଚାପଡା ଫାଟକ ନିକଟରେ ହଠାତ ବଗି ଠାରୁ ଅଲଗା ହୋଇଯାଇଥିଲା । ବଗିକୁ ବଗି ସହ ଯୋଡୁଥିବା କପଲିଙ୍ଗ ଭାଙ୍ଗି ଯିବାରୁ ଏଭଳି ଘଟିଥିବାର ଜଣାପଡିଛି । ବଗି ରହି ଯାଇଥିବାର ଜାଣିଲା ପରେ ଟ୍ରେନ ଡ୍ରାଇଭର ଇଞ୍ଜିନକୁ ଫେରାଇ ଥିଲେ।

Related Posts

About The Author

Add Comment